ETV Bharat / bharat

ବିହାରରେ ବଜ୍ରପାତର ତାଣ୍ଡବ, ୮ ମୃତ - ବିହାରରେ ବଜ୍ରପାତର ତାଣ୍ଡବ,

ବଜ୍ରପାତ ଘଟି ୮ ମୃତ, ଅନେକ ଆହତ । ବିହାରର ବିଭିନ୍ନ ଜିଲ୍ଲାରେ ଅଘଟଣ । ଅଧିକ ପଢନ୍ତୁ...

ବିହାରରେ ବଜ୍ରପାତର ତାଣ୍ଡବ, ୮ମୃତ
ବିହାରରେ ବଜ୍ରପାତର ତାଣ୍ଡବ, ୮ମୃତ
author img

By

Published : Sep 3, 2021, 1:30 PM IST

ପାଟନା: ବିହାରରେ ବଜ୍ରପାତର ତାଣ୍ଡବ । ବଜ୍ରପାତ ଘଟି ୮ ମୃତ, ଅନେକ ଆହତ । ଏଭଳି ଘଟଣା ଘଟିଛି ବିହାରର ବିଭିନ୍ନ ଜିଲ୍ଲାରେ । ତେବେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ବକ୍ସର ଜିଲ୍ଲାର ସିମରି ବ୍ଲକରେ ବଜ୍ରପାତରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଟି ବଳଦଙ୍କର ମୃତ୍ୟୁ ହେଉଛି । ଉଭୟ ବ୍ୟକ୍ତି କ୍ଷେତରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ ।

ସେହିପରି ବାଙ୍କାର ଶମ୍ଭୁଗଞ୍ଜ ପୋଲିସ ଷ୍ଟେସନ ଅନ୍ତର୍ଗତ କାମତପୁରରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶାଲୁ ଦେବୀ ବୋଲି ଜଣାପଡିଛି। ଜିଲ୍ଲାର ପୁରାନବିଗା ଅଞ୍ଚଳରେ ବଜ୍ରପାତରେ ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ବ୍ୟକ୍ତି ବଜ୍ରାଘାତର ଶିକାର ହୋଇ ଆହତ ଅଛନ୍ତି ।

ପିପ୍ରା ଗ୍ରାମରେ ବଜ୍ରାଘାତରେ ୨ ଭାଇ ଶିକାର ହୋଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣଙ୍କୁ ଗୁରୁତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଗତକାଲି ଅପରାହ୍ନରେ ପଶ୍ଚିମ ଚମ୍ପରାନର ବାଗାହା ନାଗରେ ଜଣେ ପୁରୋହିତଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ଅନ୍ୟପଟେ ପେନା ପଞ୍ଚାୟତରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ଗୁରୁଦାବାଦରେ ଜଣେ ଯୁବତୀଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.