ETV Bharat / bharat

ଝାଡଖଣ୍ଡର ଧନବାଦରେ ବିସ୍ଫୋରଣ, 5 ଗୁରୁତର

author img

By

Published : Jan 8, 2023, 9:48 PM IST

ଝାଡଖଣ୍ଡ ଧନବାଦରେ ବିସ୍ଫୋରଣରେ 5 ଗୁରୁତର (five critically injured in Dhanbad bomb blast) । ବାଇକ ଡିକିରେ ଥିଲା ବମ । ଗୁରୁତରଙ୍କ ମଧ୍ୟରେ ବାଇକ ଆରୋହୀଙ୍କ ସମେତ 4ମହିଳା । ସମ୍ପୂର୍ଣ୍ଣ ସହରକୁ ଘେରାବନ୍ଦୀ କଲା ପୋଲିସ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଧାନବାଦରେ ବିସ୍ଫୋରଣ

ହାଇଦ୍ରାବାଦ: ଝାଡଖଣ୍ଡର ଧନବାଦରେ ଏକ ବିସ୍ଫୋରଣରେ 5ଜଣ ଗୁରୁତର ହୋଇଛନ୍ତି । ସହରର ତୋପଚାଞ୍ଚି ମାର୍କେଟ ନିକଟରେ ଏହି ବିସ୍ଫୋରଣ ଘଟିଛି । ଏକ ବାଇକ ଡିକିରେ ବମ ରଖାଯାଇଥିବା ସୂଚନା ମିଳିଛି (five critically injured in Dhanbad bomb blast)। ଏଥିରେ ଜଣେ ପୁରୁଷ ଓ4 ଜଣ ମହିଳାଙ୍କୁ ମିଶାଇ ମୋଟ 5ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବାଇକର ଡିକିରେ ଏହି ବିସ୍ଫୋରକ ରଖାଯାଇଥିଲା । ବାଇକ ଆରୋହୀ ଗାଡି ଷ୍ଟାର୍ଟ କରିବା ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ଆହତଙ୍କ ମଧ୍ୟରେ ବାଇକ ଚାଳକ ସହ ଅନ୍ୟ 4ଜଣ ମହିଳା ମଧ୍ୟ ରହିଛନ୍ତି । ସମସ୍ତ ଆହତଙ୍କୁ ଶହୀଦ ନିର୍ମଳ ମହତ୍ତ ମେଡିକାଲ କଲେଜ(SNMMC)ରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି (five critically injured in Dhanbad bomb blast)।

ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ବିସ୍ଫୋରଣର କାରଣ ସମ୍ପର୍କରେ ଏଯାଏଁ କିଛି ଜଣା ପଡିନାହିଁ । ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସହରର ସମସ୍ତ ଏଣ୍ଟ୍ରିଂ ପଏଣ୍ଟରେ ପୋଲିସ ଘେରାବନ୍ଦୀ କରିଛି । ସମସ୍ତ ଗାଡି ଯାଞ୍ଚ ସହ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିଛି ପୋଲିସ । ବାଇକର ଡିକିରେ ଷଡଯନ୍ତ୍ର ଭାବେ ବମ ରଖାଯାଇଥିଲା ନା ବାଇକ ଆରୋହୀଙ୍କର କୌଣସି ଭୂମିକା ରହିଛି ସେନେଇ ପୋଲିସ ତଦନ୍ତ ଜାରିରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.