ETV Bharat / bharat

ନିରାଶ୍ରୟ କେନ୍ଦ୍ରରେ ୩ ଶିଶୁ ମୃତ, ଖାଦ୍ୟ ବିଷକ୍ରିୟା ସନ୍ଦେହ

ତାମିଲନାଡ଼ୁରେ ଏକ ଅନାଥ ଆଶ୍ରମର ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି (several children died in Tamilnadu) । ଖାଦ୍ୟ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

author img

By

Published : Oct 6, 2022, 5:20 PM IST

several-children-dead-and-hospitalised-allegedly-for-food-poisoning-tamilnadu
ତାମିଲନାଡ଼ୁ ନିରାଶ୍ରୟ କେନ୍ଦ୍ରରେ ୩ ଶିଶୁ ମୃତ, ଖାଦ୍ୟ ବିଷକ୍ରିୟା ସନ୍ଦେହ

ଚେନ୍ନାଇ: ତାମିଲନାଡ଼ୁରେ ଏକ ଅନାଥ ଆଶ୍ରମର ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି (several children died in Tamilnadu) । ଖାଦ୍ୟ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ତାମିଲନାଡ଼ୁର ତିରିପୁର ଅଞ୍ଚଳରେ ଥିବା ଏକ ଅନାଥ ଆଶ୍ରମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବୁଧବାର ରାତିରେ ପିଲାମାନେ ଭାତ ରସମ୍‌ ସହ ଲଡ଼ୁ ଖାଇଥିଲେ । ଏହାପରେ କିଛି ପିଲାଙ୍କ ବାନ୍ତି ଆରମ୍ଭ ହୋଇଯାଇଥିଲା ।

କୌଣସି ମତେ ବୁଧବାର ତାରି କାଟିବା ପରେ ଗୁରୁବାର ପିଲାଏ ସକାଳ ଖାଦ୍ୟ ଖାଇଥିଲେ । ଏହାପରେ କିଛି ପିଲା ବେହୋସ ହୋଇ ପଡ଼ିଥିଲେ । ପ୍ରଥମେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେମାନଙ୍କୁ ତିରିପୁର ଓ ଅବିନାଶୀରେ ଥିବା ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମୃତ୍ୟୁବରଣ କରିଥିବା ତିନି ଶିଶୁଙ୍କ ବୟସରୁ ୮ରୁ ୧୩ ବର୍ଷ ହେବ ବୋଲି କୁହାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ୩ ଜଣ ଶିଶୁଙ୍କୁ ପ୍ରଥମେ ICUରେ ଭର୍ତ୍ତି କରାଯାଇଥିଲା । ନମୂନା ଯାଞ୍ଚ ପାଇଁ ପଠାଇଯାଇଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସହ ଗୁରୁତରଙ୍କ ନମୂନା ଯାଞ୍ଚ ପାଇଁ ପଠାଯାଇଛି । ଯାଞ୍ଚ ରିପୋର୍ଟ ଆସିବା ପରେ ଖାଦ୍ୟ ବିଷକ୍ରିୟା ନେଇ ସମସ୍ତ ସନ୍ଦେହ ଦୂର ହେବ ।

ସେପଟେ ଶ୍ରୀ ବିବେକାନନ୍ଦ ନିରାଶ୍ରୟ କେନ୍ଦ୍ରରେ ଘଟିଥିବା ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତି ଆରମ୍ଭ କରିଛି । ଏହି ମାମଲା ଯେ କେହି ବି ଦୋଷୀ ହେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । ବର୍ତ୍ତମାନ କିଏ ଏହି ନିରାଶ୍ରୟ କେନ୍ଦ୍ର ଚଳାଉଛି ତାହାକୁ ନେଇ ଛାନଭିନ୍‌ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.