ETV Bharat / bharat

West Bengal Violence: ରାଜନୈତିକ ହିଂସାରୁ ୧୦ ଜଣଙ୍କୁ ଜୀବନ୍ତ ଜାଳିଦେଲେ TMC ସମର୍ଥକ ! - ପଶ୍ଚିମବଙ୍ଗରେ ହିଂସା

ପଶ୍ଚିମବଙ୍ଗ ବୀରଭୂମିରେ ବୀଭତ୍ସ ହତ୍ୟା । ରାଜନୈତିକ ହିଂସାରୁ ୧୦ ଜଣଙ୍କୁ ଜୀବନ୍ତ ଜାଳିଦେଲେ TMC ସମର୍ଥକ । ଅଧିକ ପଢନ୍ତୁ

West Bengal Violence: ରାଜନୈତିକ ହିଂସାରୁ ୧୦ ଜୀଅଁନ୍ତା ଜାଳିଲେ TMC ସମର୍ଥକ

author img

By

Published : Mar 23, 2022, 7:07 AM IST

କୋଲକାତା: ସୀମା ଟପିଲା ବର୍ବରତା । ରାଜନୈତିକ ହିଂସାରୁ ୧୦ ଜଣଙ୍କୁ ଜୀଅଁନ୍ତା ଜାଳିଦେଲେ ଟିଏମସି ସମର୍ଥକ । ଗୁରୁବାର ପଶ୍ଚିମବଙ୍ଗ ବୀରଭୂମିରେ ଏହି ଲୋମହର୍ଷଣକାରୀ କାଣ୍ଡ ଘଟିଛି । ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଟିଏମସି ସମର୍ଥକ ୧୦ ଜଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି ।

ଯାହା ସୂଚନା ରହିଛି, ମଙ୍ଗଳବାର ବୀରଭୂମି ଜିଲ୍ଲା ରାମପୁରହାଟର ଟିଏମସି ନେତା ବାହାଦୂର ଶେଖଙ୍କୁ କେହି ଅଜଣା ଦୁର୍ବୃତ୍ତ ହତ୍ୟା କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଉତ୍ୟକ୍ତ ଟିଏମସି ସମର୍ଥକ ଗତକାଲି(ମଙ୍ଗଳବାର) ରାତିରେ ୧୦ ରୁ ୧୨ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତଦେହ ଉଦ୍ଧାର କରିଛି । କେବଳ ଗୋଟିଏ ଘରୁ ହିଁ ୭ ଜଣଙ୍କ ମୃତଦେହ ମିଳିଛି ।

ରାଜନୈତିକ ହିଂସାକୁ କେନ୍ଦ୍ରକରି ଘଟିଥିବା ଏହି ଜଘନ୍ୟ କାଣ୍ଡ ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଘଟଣାକୁ ଭୟଙ୍କର ଏବଂ ହୃଦୟ ବିଦାରକ କହିବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

  • Horrifying violence and arson orgy #Rampurhat #Birbhum indicates state is in grip of violence culture and lawlessness. Already eight lives lost.

    Have sought urgent update on the incident from Chief Secretary.

    My thoughts are with the families of the bereaved. pic.twitter.com/vtI6tRJcBX

    — Governor West Bengal Jagdeep Dhankhar (@jdhankhar1) March 22, 2022 " class="align-text-top noRightClick twitterSection" data=" ">

ଏହି ଘଟଣାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି । ମାମଲାରେ ଏ ପର୍ଯ୍ୟନ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ଡିଜିପି ସୂଚନା ଦେଇଛନ୍ତି । ସେପଟେ ଏହି ବୀଭତ୍ସ କାଣ୍ଡ ପରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.