ETV Bharat / bharat

ହିମାଚଳରେ ବୁଲିବାକୁ ଆସି ବୁଡ଼ିଗଲେ, ୭ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

author img

By

Published : Aug 1, 2022, 9:23 PM IST

ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ ଆସି ବୁଡ଼ିଗଲେ ୭ ପର୍ଯ୍ୟଟକ । ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ହିମାଚଳରେ ବୁଲିବାକୁ ଆସି ବୁଡ଼ିଗଲେ, ୭ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର
ହିମାଚଳରେ ବୁଲିବାକୁ ଆସି ବୁଡ଼ିଗଲେ, ୭ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ଶିମ୍‌ଲା: ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ ଆସି ବୁଡ଼ିଗଲେ ୭ ପର୍ଯ୍ୟଟକ । ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି । ଏହି ପର୍ଯ୍ୟଟକ ପଞ୍ଜାବର ମୋହାଲୀରୁ ବୁଲିବାକୁ ଏଠାକୁ ଆସିଥିଲେ । ସାଗର ନଦୀରେ ଗାଧୋଉଥିବା ବେଳେ ଏମାନେ ବୁଡ଼ି ନିଖୋଜ ହୋଇଯାଇଥିଲେ । ପରେ ଏମାନଙ୍କ ମୃତଦେହ ଉଦ୍ଧାର ହୋଇଛି ।

ପଞ୍ଜାବ ମୋହାଲିରୁ ୧୧ ଜଣ ପର୍ଯ୍ୟଟକ ଉନା ଜିଲ୍ଲାର କୋଲକା ଗାଁ ନିକଟରେ ବାବା ଗରିବନାଥ ମନ୍ଦିର ବୁଲିବାକୁ ଆସିଥିଲେ । ଏହାପରେ ପର୍ଯ୍ୟଟକମାନେ ପାଖରେ ଥିବା ସାଗର ନଦୀକୁ ଗାଧୋଇବାକୁ ଯାଇଥିଲେ । ସେହି ସମୟରରେ ୭ ଜଣ ପର୍ଯ୍ୟଟକ ନଦୀରେ ବୁଡ଼ି ଯାଇଥିଲେ । ବାହାରେ ଥିବା ୪ଜଣ ସାଥୀ ସାହାଯ୍ୟ ପାଇଁ ପାଟି କରିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ପହଞ୍ଚିଥିଲେ ।

ଏହାରି ମଧ୍ୟରେ ସ୍ଥାନୀୟ ପୋଲିସ୍‌ ଓ ପ୍ରଶାସନକୁ ଖବର ଦିଆଯାଇଥିଲା । ଦୀର୍ଘ ସମୟର ପ୍ରୟାସ ପରେ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଗୁଡ଼ିକର ବ୍ୟବଚ୍ଛେଦ ପାଇଁ ଉନା ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି । ଖବର ଦିଆଯିବା ପରେ ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଞ୍ଚିଛନ୍ତି ।

ମୃତକ ମୋହାଲୀର ବନୁଡ ଗ୍ରାମବାସୀ ବୋଲି ଜଣା ପଡ଼ିଛି । ସମସ୍ତ ମୃତକଙ୍କ ବୟସ ୧୪ରୁ ୩୫ ବର୍ଷ କୁହାଯାଉଛି । ବାବା ଗରିବନାଥ ମନ୍ଦିରକୁ ଅନେକ ସମୟରେ ପଞ୍ଜାବ ପର୍ଯ୍ୟଟକଙ୍କ ଭିଡ଼ ଛୁଟିଥାଏ । ପାଖରେ ଥିବା ନଦୀରେ ଗାଧୋଇବାର ମଜା ମଧ୍ୟ ନିଅନ୍ତି ପର୍ଯ୍ୟଟକ । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳ ପାଖକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.