ETV Bharat / bharat

ନଦୀରୁ ଗୋଟିଏ ପରିବାରର 7 ଜଣଙ୍କ ମୃତଦେହ ଉଦ୍ଧାର

author img

By

Published : Jan 25, 2023, 7:27 AM IST

ମହାରାଷ୍ଟ୍ର ପୁନେ ଜିଲ୍ଲାରେ ଅଭାବନୀୟ ଘଟଣା । ଗୋଟିଏ ସପ୍ତାହ ମଧ୍ୟରେ ନଦୀରୁ ଗୋଟିଏ ପରିବାର 7 ଜଣଙ୍କ ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

7 people drown in river in pune
ନଦୀରେ ବୁଡ଼ି 7 ଜଣଙ୍କ ମୃତ୍ୟୁ

ମୁମ୍ବାଇ: ନଦୀରେ ବୁଡ଼ି ଗୋଟିଏ ପରିବାରର 7 ଜଣଙ୍କ ମୃତ୍ୟୁ । ମହାରାଷ୍ଟ୍ର ପୁନେ ଜିଲ୍ଲା ଦୌଣ୍ଡ ଅନ୍ତର୍ଗତ ପାରଗାଁ ଗ୍ରାମର ଭୀମା ନଦୀରୁ ଗୋଟିଏ ପରିବାରର 7 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଏକ ଦମ୍ପତ୍ତି, ସେମାନଙ୍କ ଝିଅ ଓ ଜ୍ବାଇଁ ଏବଂ 3 ନାତିନାତୁଣୀ ଅଛନ୍ତି । ଏକ ସପ୍ତାହ ମଧ୍ୟରେ ନଦୀର ବିଭିନ୍ନ ତଟରୁ ସଭିଙ୍କ ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ପୋଲିସର ସୂଚନା ଅନୁଯାୟୀ, ମୃତକମାନେ ହେଲେ ବିଡ ଜିଲ୍ଲାର ଖାମଗାଁ ନିବାସୀ ମୋହନ ଉତ୍ତମ ପାୱାର ତାଙ୍କ ପତ୍ନୀ ସଙ୍ଗୀତା, ଓସମାନାବାଦ ଜିଲ୍ଲାର ହତୋଲେ ଗ୍ରାମରେ ରହୁଥିବା ତାଙ୍କ ଝିଅ ରାନୀ ଓ ଜ୍ବାଇଁ ଶାମରାଓ ପଣ୍ଡିତ ଏବଂ ସେମାନଙ୍କ ତିନୋଟି ଶିଶୁ । ମୃତଦେହଗୁଡ଼ିକ ନଦୀରେ ଭାସୁଥିବାବେଳେ ପୋଲିସ ଉଦ୍ଧାର କରିଛି । ଗତ ଜାନୁଆରୀ 18 ତାରିଖରେ ଭୀମା ନଦୀରୁ ପ୍ରଥମ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ 20 ଏବଂ 22 ମଧ୍ୟରେ ପାରାଗନ ବ୍ରିଜ ନିକଟରୁ 3ଟି ମୃତଦେହ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଦୁର୍ଘଟଣାରେ ଚାଲିଗଲା ୨୧ବର୍ଷ ପୁଅର ଜୀବନ, ୨୧ଟି ହେଲମେଟ ବାଣ୍ଟିଲେ ପିତା

ସେହିପରି ମଙ୍ଗଳବାର ସକାଳୁ ଆଉ 3ଟି ମୃତଦେହ ମିଳିଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ । ସେମାନଙ୍କ ମଧ୍ୟରୁ 4 ଚାରିଜଣଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଗ୍ରହଣ କରାଯାଇଛି । ନଦୀରେ ବୁଡ଼ିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ରିପୋର୍ଟରେ ଜଣାପଡ଼ିଛି । ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ଏକ ବର୍ଷ ଧରି ଏମାନେ ଅହମ୍ମଦନଗର ଜିଲ୍ଲାରେ ରହୁଥିଲେ । ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ନ୍ୟୁଜିଲାଣ୍ଡରେ ସମୁଦ୍ରରେ ବୁଡି ଦୁଇ ଭାରତୀୟ ମୃତ

ଏହି ଘଟଣା ନେଇ ପୋଲିସ ଅଧିକାରୀ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ୍ୟୁ ପଛର କାରଣ ଜାଣିବାକୁ ତଦନ୍ତ ଜାରି ରହିଛି । ତେବେ ସେମାନଙ୍କ ନିକଟରୁ କୌଣସି ଆତ୍ମହତ୍ୟା ନୋଟ ଜବତ ହୋଇନାହିଁ ।" ତଦନ୍ତରୁ ଜଣାପଡୁଛି ଯେ, ପାରିବାରିକ କଳହ ଯୋଗୁଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କିନ୍ତୁ ଏଭଳି ଚରମ ନିଷ୍ପତ୍ତି ନେବା ପଛର କାରଣ କଣ ତାହା ତଦନ୍ତ ପରିସରଭୁକ୍ତ ରହିଛି । ଏନେଇ ଏକ ଟିମ୍‌ ଗଠନ କରି ଘଟଣାର ଯାଞ୍ଚ କରାଯାଉଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.