ଚଣ୍ଡୀଗଡ: କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ । ମେ’ 3 ତାରିଖରୁ ମେ 10 ତାରିଖ ପର୍ଯ୍ୟନ୍ତ ହରିୟାଣା ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା ।
କୋରୋନା ସଂକ୍ରମଣକୁ ବୃଦ୍ଧିକୁ ଦୃଷ୍ଟିରେ ରଖି 7 ଦିନ ହରିୟାଣାରେ ଲକଡାଉନ ଘୋଷଣା କରାଯାଇଛି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ।
24 ଘଣ୍ଟାରେ ହରିୟାଣାରୁ 13,588 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିୟାଣାରେ 7 ଦିନ ଲକଡାଉନ ଘୋଷଣା କରିଛନ୍ତି ହରିୟାଣା ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ