ନୂଆଦିଲ୍ଲୀ: ଫାଇଜର ପରେ କୋରୋନା ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କଲା ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଅକ୍ସଫୋର୍ଡ- ଆଷ୍ଟ୍ରାଜେନିକା ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଟିକାର ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ( ଡିଜିସିଆଇ)କୁ ଅନୁମତି ମାଗିଛି ସେରମ ।
କୋରୋନା ଚିକିତ୍ସା କ୍ଷେତ୍ରରେ ଟିକାର ବ୍ୟବହାରକୁ ଦୃଷ୍ଟିରେ ରଖି ଟୀକାକରଣ ପାଇଁ ଅନୁମତି ମାଗିଛି ସେରମ ଇନଷ୍ଟିଚ୍ୟୁଟ୍ । ଆଇସିଏମଆର ସୂଚନା ମୁତାବକ, 4 କୋଟି ଟିକା କମ୍ପାନୀ ପ୍ରସ୍ତୁତ କରିସାରିଛି । ଏହାକୁ ଗଚ୍ଛିତ କରି ରଖିବା ପାଇଁ ଡିସିଜିଆଇ ଠାରୁ ଲାଇସେନ୍ସ ମଧ୍ୟ ନେଇ ସାରିଛି ।
ତେବେ ଶନିବାର ଆମେରିକୀୟ ଔଷଧ କମ୍ପାନୀ ଭାରତରେ ଫାଇଜର ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା । ସୂଚନା ଥାଉକି, କୋଭିସିଲ୍ଡ ଟିକାର ତୃତୀୟ ପରୀକ୍ଷଣ ଭାରତର ବିଭିନ୍ନ ସ୍ଥାନରେ କରାଯାଇଛି ।