ETV Bharat / bharat

ଆସନ୍ତା ମାସରୁ ଶିଶୁଙ୍କ ଉପରେ Covovax ଟ୍ରାଏଲ

author img

By

Published : Jun 26, 2021, 10:44 PM IST

920 ଛୁଆଙ୍କ ଉପରେ କୋଭାେଭ୍ୟାକ୍ସ ଟ୍ରାଏଲ କରିବ ସେରମ । ଆସନ୍ତା ମାସରୁ ପରୀକ୍ଷଣ ଆରମ୍ଭ କରିବ କମ୍ପାନୀ । ଶନିବାର ଦିଆଯାଇଛି ସୂଚନା । ଅଧିକ ପଢନ୍ତୁ..

Serum Institute of India to start Covovax trials on 920 children in July
ଆସନ୍ତା ମାସରୁ ଶିଶୁଙ୍କ ଉପରେ ହେବ Covovax ଟ୍ରାଏଲ

ପୁନେ: କୋରୋନା ମହାମାରୀ କବଳରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII) ନେବାକୁ ଯାଉଛି ବଡ ପଦକ୍ଷେପ । ଆସନ୍ତା ମାସରୁ କମ୍ପାନୀ ‘କୋଭୋଭ୍ୟାକ୍ସ’ ଭ୍ୟାକ୍ସିନ ଟ୍ରାଏଲ ଶିଶୁଙ୍କ ଉପରେ କରିବାକୁ ଯାଉଛି । ନୋଭାଭ୍ୟାକ୍ସର କୋରୋନା ଭ୍ୟାକ୍ସିନ ଭାରତରେ କୋଭୋଭ୍ୟାକ୍ସ ନାଁରେ ସେପ୍ଟେମ୍ବରରେ ଲଞ୍ଚ କରିବାକୁ କମ୍ପାନୀ ଯୋଜନା ରଖିଛି ।

ଏହି ପରୀକ୍ଷଣ ପାଇଁ 920 ଶିଶୁ (12-17 ଓ 2-11 ବୟସର) ଉପରେ କୋଭୋଭ୍ୟାକ୍ସର ଷ୍ଟେଜ 2 ଓ 3 ର ଟ୍ରାଏଲ ଆରମ୍ଭ ପାଇଁ ପ୍ରସ୍ତୁତି ରହିଛି । ସେପଟେ ସେରମ ଶୀଘ୍ର ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ (DCGI) ରୁ ମଞ୍ଜୁରୀ ପାଇଁ ଆବେଦନ କରିପାରେ ।

ଆମେରିକା ବାୟୋଟେକ୍ନୋଲୋଜି କମ୍ପାନୀ ନୋଭାଭ୍ୟାକ୍ସ ପକ୍ଷରୁ ଗତ ବର୍ଷ ସେପ୍ଟେମ୍ବରରେ ସେମରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ କୋରୋନା ଭ୍ୟାକ୍ସିନ ତିଆରି ପାଇଁ ଚୁକ୍ତି ବୁଝାମଣା କରିଥିଲା । ନୋଭାଭ୍ୟାକ୍ସର କୋରୋନା ଭ୍ୟାକ୍ସିନ ଭାରତରେ କୋଭୋଭ୍ୟାକ୍ସ ନାଁରେ ତିଆରି ହେଉଛି । ଭାରତରେ ଏହାର ବ୍ରିଜିଙ୍ଗ ଟ୍ରାଏଲ ଶେଷ ପର୍ଯ୍ୟାୟରେ ରହିଛି ।

ତେବେ ଛୁଆଙ୍କ ଉପରେ ସ୍ବତନ୍ତ୍ର ଭାବେ ଏହାର କ୍ଲିନିକାଲ ଟ୍ରାଏଲ ହେବ । ଆଉ ସେଥିରେ ସବୁକିଛି ଠିକ ହେବା ପରେ ଏହାକୁ ଛୁଆଙ୍କ ପାଇଁ ଉପଲବ୍ଧ କରାଯିବ ।

SIIର ସିଇଓ ଅଦାର ପୁନୱାଲ କହିଛନ୍ତି କି , DCGI ରୁ ଅନୁମତି ମିଳିବା ପରେ ଆମେ ଆସନ୍ତା ମାସ 10 ସ୍ଥାନରେ 920 ପିଲାଙ୍କ ମଧ୍ୟରେ ପିଡିୟାଟ୍ରିକ ଟ୍ରାଏଲ ଆରମ୍ଭ ପାଇଁ ଯୋଜନା କରୁଛୁ ।

କିଭଳି କାମ କରେ କୋଭୋଭ୍ୟାକ୍ସ ?

ଆମେରୁକା କମ୍ପାନୀ ନୋଭାଭ୍ୟାକ୍ସ କୋଭିଡ ଭ୍ୟାକ୍ସିନ କୋଭୋଭ୍ୟାକ୍ସ କୋରୋନା ଭାଇରସର ସେହି ଜିନ ଉପରେ ତିଆରି ହୋଇଛି , ଯେଉଁଥିରୁ ସ୍ପାଇକ ପ୍ରୋଟିନ ତିଆରି ହୁଏ । ସ୍ପାଇକ ପ୍ରୋଟିନରୁ ହିଁ ଭାଇରସ ମଣିଷ ଦେହରେ ସଂକ୍ରମଣ ବ୍ୟାପକ କରିଥାଏ ।

ଏହି ଭ୍ୟାକ୍ସିନ 2 ଟି ଡୋଜରେ ଆସିଥାଏ । ଯାହାକୁ ଗୋଟିଏ ମାସର ଅନ୍ତରାଳରେ ନେବାକୁ ପଡେ । ନୋଭାଭ୍ୟାକ୍ସକୁ ଆଶା ରହିଛି କି , ଏହା ଏ ବର୍ଷ ଶେଷ ସୁଦ୍ଧା 15 କୋଟି ଟିକା ପ୍ରତି ମାସରେ ତିଆରି କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.