ETV Bharat / bharat

ସେରମ ଅଗ୍ନିକାଣ୍ଡରେ SII ପ୍ରତିକ୍ରିୟା: ପ୍ରଭାବିତ ହେବ BCG ଓ Rota ଟିକା ଉତ୍ପାଦନ

author img

By

Published : Jan 22, 2021, 5:00 PM IST

ସେରମ ଇନଷ୍ଟିଟ୍ୟୁଟରେ ଅଗ୍ନିକାଣ୍ଡ ପରେ ସାମ୍ନାକୁ ଆସିଛି SII ଅଧିକାରୀଙ୍କ ପ୍ରତିକ୍ରିୟା । ବିଷ୍ୟତରେ BCG ଓ Rota ଟିକା ଉତ୍ପାଦନ ପ୍ରଭାବିତ ହେବ କହିଛନ୍ତି ଅଧିକାରୀ । ଅଧିକ ପଢନ୍ତୁ...

ସେରମ ଅଗ୍ନିକାଣ୍ଡରେ SII ପ୍ରତିକ୍ରିୟା: ପ୍ରଭାବିତ ହେବ ଟିକା ଉତ୍ପାଦନ

ପୁଣେ: ସେରମ ଇନଷ୍ଟିଟ୍ୟୁଟରେ ଅଗ୍ନିକାଣ୍ଡ ପରେ ସାମ୍ନାକୁ ଆସିଛି SII ଅଧିକାରୀଙ୍କ ପ୍ରତିକ୍ରିୟା । ନୂତନ ବିଲ୍ଡିଂରେ ନିଆଁ ଲାଗିବା କାରଣରୁ ଇନଷ୍ଟିଟ୍ୟୁଟକୁ ଅନେକ ଆର୍ଥିକ କ୍ଷତି ହୋଇଛି । ଏହାଦ୍ବାରା ଭବିଷ୍ୟତରେ BCG ଓ Rota ଟିକା ଉତ୍ପାଦନ ପ୍ରଭାବିତ ହେବ ବୋଲି କହିଛନ୍ତି ଅଧିକାରୀ ।

ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଅଧିକାରୀମାନେ କହିଛନ୍ତି ଯେ କ୍ୟାମ୍ପସର ଏକ ନିର୍ମାଣାଧୀନ କୋଠାରେ ଅଗ୍ନିକାଣ୍ଡ ଯୋଗୁଁ ସେମାନେ ଆର୍ଥିକ କ୍ଷତି ସହିଛନ୍ତି । ଏହା ମଧ୍ୟ ଆଗାମୀ ଦିନରେ ବିସିଜି ଏବଂ ରୋଟା ଟିକା ଉତ୍ପାଦନ ଉପରେ ପ୍ରଭାବ ପକାଇବ । ଅଗ୍ନିକାଣ୍ଡ ଯୋଗୁଁ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି।

ସେପଟେ ଅଗ୍ନିକାଣ୍ଡ ଘଟଣା ପରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା କହିଛନ୍ତି କି ଏହା ଦ୍ବାରା କୋଭିଡ ଟିକା ଉତ୍ପାଦନ ପ୍ରଭାବିତ ହେବନାହିଁ । କୋଭିଡ ଉପରେ ନିୟନ୍ତ୍ରଣ ପାଇଁ କୋଭିସିଲ୍ଡ ଟିକାର ଉତ୍ପାଦନ ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ କେନ୍ଦ୍ରରେ ଜାରି ରହିଛି । ଏହି ଘଟଣାରେ ଗୁରୁବାର ମହାରାଷ୍ଟ୍ର ସରକାର ଯାଞ୍ଚର ଆଦେଶ ଦେଇସାରିଛନ୍ତି ।

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା। ଇନଷ୍ଟିଚ୍ୟୁଟର 1 ନମ୍ବର ଟର୍ମିଲାଲ ଗେଟରେ ଲାଗିଥିଲା ନିଆଁ । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଦମକଳବାହିନୀର 10 ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ପରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ପୁଣେ ମେୟର ସ୍ପଷ୍ଟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.