ETV Bharat / bharat

ଅଟିଜ୍‌ମ ଓ ସେନସରି ଇଂଟିଗ୍ରେସନ - ଅଟିଜ୍‌ମ

ସେନସରି ଇଂଟିଗ୍ରେସନ ବା ଏସଆଇ ହେଉଛି ଏକ ନ୍ୟୁରୋଲୋଜିକାଲ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ଆଖପାଖ ପରିବେଶେରୁ ଇନ୍ଦ୍ରିୟ ଦ୍ୱାରା ବ୍ୟକ୍ତିର ସୂଚନା ସଂଗ୍ରହ କ୍ଷମତା ଜଣାପଡେ । ସୂଚନା ସଂଗ୍ରହ କ୍ଷମତା ସହ ଏହାକୁ ଛାଣି ଓ ଶୃଙ୍ଖଳିତ କରି ଉପଯୁକ୍ତ ରେସପନସ୍ ସୃଷ୍ଟି କରିବା ହିଁ ସେନସରି ଇଂଟିଗ୍ରେସନ । ଅଧିକ ପଢନ୍ତୁ...

ଅଟିଜ୍‌ମ ଓ ସେନସରି ଇଂଟିଗ୍ରେସନ
ଅଟିଜ୍‌ମ ଓ ସେନସରି ଇଂଟିଗ୍ରେସନ
author img

By

Published : Apr 11, 2021, 8:40 PM IST

ଅଟିଜ୍‌ମ ସଚେତନତା ଅବସରରେ ଆମେ ଛୋଟ ଛୋଟ ପିଲାଙ୍କ ସୃଜନଶୀଳତା ଉପରେ ନଜର ପକାଇବା । ସେମାନେ କିଭଳି ବିଶ୍ୱକୁ ଦେଖନ୍ତି, ତାହା ଜାଣିବା ସହ ସେନସରି ଇଂଟିଗ୍ରେସନ ( ଏସଆଇ ) ସଂପର୍କରେ ବି ଆଲୋକପାତ କରିବା । ଏ ବାବଦରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବଃ ପେଡିଆଟ୍ରିକ୍ ଫିଜିଓଥେରାପିଷ୍ଟ ଡକ୍ଟର କିମାୟା ସବନିସଙ୍କ ସହ ଆଲୋଚନା କରିଥିଲା ।

ସେନସରି ଇଂଟିଗ୍ରେସନ ବା ଏସଆଇ ହେଉଛି ଏକ ନ୍ୟୁରୋଲୋଜିକାଲ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ଆଖପାଖ ପରିବେଶରୁ ଇନ୍ଦ୍ରିୟ ଦ୍ୱାରା ବ୍ୟକ୍ତିର ସୂଚନା ସଂଗ୍ରହ କ୍ଷମତା ଜଣାପଡେ । ସୂଚନା ସଂଗ୍ରହ କ୍ଷମତା ସହ ଏହାକୁ ଛାଣି ଓ ଶୃଙ୍ଖଳିତ କରି ଉପଯୁକ୍ତ ରେସପନସ୍ ସୃଷ୍ଟି କରିବା ହିଁ ସେନସରି ଇଂଟିଗ୍ରେସନ । ସରଳ ଭାଷାରେ କହିବାକୁ ହେଲେ ସେନସରି ଇଂଟିଗ୍ରେସନ ଥେରାପି ହେଉଛି ଏକ ସେନସରି ମୋଟର ଟ୍ରିଟମେଂଟ୍ ଷ୍ଟ୍ରାଟେଜି ଯାହା କି ଖେଳ ଭଳି ଦିଶେ ଓ ଅନୁଭୂତ ହୁଏ । ଆଉ ଖେଳ ହେଉଛି ପ୍ରତ୍ୟେକ ପିଲାଙ୍କ ଶିଖିବା ଓ ବିକଶିତ ହେବାର ଉପାୟ । ଥେରାପିଷ୍ଟର ଟୁଲ୍ କିଟ୍‌ରେ ସେନସରି ଇଂଟିଗ୍ରେସନ ହେଉଛି ଅନେକ ଥେରାପଟିକ୍ ଟୁଲ୍ ମଧ୍ୟରୁ ଗୋଟିଏ । ସେନସରି ପ୍ରସେସିଂ ସମସ୍ୟା ଥିବା ପିଲାମାନଙ୍କ ସହାୟତା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି ।

ସେନସରି ଇଂଟିଗ୍ରେସନ ପାଇଁ କିଏ ଉପଯୁକ୍ତ ପ୍ରାର୍ଥୀ , ତାହା ଜାଣିବା ଅତି ଆବଶ୍ୟକ । ଅଟିଜ୍‌ମରେ ପୀଡିତ ବା ଅନ୍ୟ ବ୍ୟବହାରଗତ ବା ଲର୍ଣ୍ଣିଂ ସମସ୍ୟା ଥିବା ସମସ୍ତ ପିଲାଙ୍କର ସେନସରି ଅସୁବିଧା ନ ଥାଏ । କେଉଁ ସବୁ ପିଲା ଏସଆଇ ପାଇଁ ଯୋଗ୍ୟ ହୋଇପାରିବେ,ଆସନ୍ତୁ ଜାଣିବା ।

. ସ୍ପର୍ଶ, ବାସ୍ନା, ଧ୍ୱନି, ଭିଜୁଆଲ ଷ୍ଟିମଲି, ଉଚ୍ଚତା ଓ ମୁଭମେଂଟ ପ୍ରତି ଅଧିକ ସମ୍ବେଦନଶୀଳ ଥିବା ଶିଶୁ

. ସ୍ପର୍ଶ, ଆଲିଙ୍ଗନ, ସେଲ୍‌ଫ ଟକ୍ ପାଇଁ ବିଭିନ୍ନ ସେନସରି ଷ୍ଟିମୁଲେସନ ଆବଶ୍ୟକ କରୁଥିହା ପ୍ରତିକ୍ରିୟାହୀନ ପିଲାଏଁ

. ଅତି ଆଳସ୍ୟପରାୟଣ ପିଲା, ଯେଉଁମାନେ କି ଅଧିକ ସମ୍ବେଦନଶୀଳ ଥିବେ

. ମୋଟର କୋଅର୍ଡିନେସନ ଅସୁବିଧା ଥିବା ପିଲାମାନେ ଏସଆଇ ପାଇଁ ଯୋଗ୍ୟ ହୋଇପାରିବେ

. କଥା କହିବାରେ ବିଳମ୍ବ କରୁଥିବା ପିଲା । ସ୍ୱାଭାବିକ ବୁଦ୍ଧିମତା ଥାଇ ବି ପଢାପଢି ଆରମ୍ଭ କରିବାରେ ବିଳମ୍ବ କରୁଥିବା ପିଲା

. ଅସଂଗଠିତ, ସହଜରେ ଧ୍ୟାନ ହଟିଯାଉଥିବା ଓ ନୂଆ ପରିବେଶରେ ଖାପ ଖୁଆଇ ପାରୁ ନ ଥିବା ପିଲା

ପିଲାର ବ୍ୟବହାରକୁ ନକାରାତ୍ମକ, ଖରାପ ବୋଲି କହିବା ପରିବର୍ତ୍ତେ କେୟାର ଗିଭର ଭାବେ ଆମେ ଭଲ ଡିଟେକଟିଭ ହୋଇ ବ୍ୟବହାର ଦ୍ୱାରା ପିଲାମାନେ କଣ କହିବାକୁ ଚାହାନ୍ତି, ତାହା ଚିହ୍ନଟ କରି ବୁଝିବା ଦରକାର ।

ଅଟିଜମରେ ପୀଡିତ ପିଲାମାନଙ୍କୁ ଏସଆଇ ଥେରାପି ଦେବାବେଳେ ଏକାଧିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡେ । ବେଳେବେଳେ ସେମାନଙ୍କର ଷ୍ଟାଇମିଂ ସେନସରି ନ ଥାଏ । ନିର୍ଦ୍ଦିଷ୍ଟ ଉପକରଣର ଉପଲବ୍ଧ ନ ହେଲେ ଥେରାପଟିକ୍ କୌଶଳ କଷ୍ଟକର ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଏକ ସରଳ ଉପାୟ ରହିଛି । ଏହି ଥେରାପିରେ ମାଆବାପା ଓ ଶିକ୍ଷକମାନଙ୍କୁ ସାମିଲ କରାଯାଇ ଘରେ ଓ ସ୍କୁଲରେ ଅଟିଜମ ପୀଡିତ ପିଲାମାନଙ୍କ ପାଇଁ ଏକ ସେନସରି ଡାଏଟ ଅନୁସରଣ କରିବା ପାଇଁ କୁହାଯାଇପାରିବ । ଅନ୍ୟ ଅର୍ଥରେ କହିବାକୁ ଗଲେ ସେନସରି ଡାଏଟ୍ ହେଉଛି ପିଲାମାନଙ୍କ ରୁଟିନରେ ସେନସରି ଲାଇଫଷ୍ଟାଇଲକୁ ସ୍ଥାନ ଦେବା । ଏକ ନୀରବ ପରିବେଶରେ ସେନସରି ସ୍ମାର୍ଟ ହୋମ୍ ସୃଷ୍ଟି କରାଯାଇ ସେନସରି ଡାଏଟ୍ ପ୍ରସ୍ତୁତ କରିହେବ । ଏଥିରେ ଫିଜେଟ୍ ଟୟ, ସ୍ଲାଇନ, ପୋକି ବଲ୍ ଭଳି ସାମଗ୍ରୀ ରହିବ । ଏସବୁ ସହାୟତାରେ ପିଲାମାନଙ୍କ ସେନସରି ଇଂଟିଗ୍ରେସନ ହୋଇପାରିବ । ଏଭଳି ଏକ ପରିସ୍ଥିତିରେ ଅଟିଜମ ପୀଡିତ ଶିଶୁମାନେ ଧୀରେ ଧୀରେ ଖାପ ଖୁଆଇ ପାରିବେ । ବିଭିନ୍ନ କାର୍ଯ୍ୟକଳାପରେ ସେମାନେ ନିଜକୁ ନିୟୋଜିତ କରିପାରିବେ । ତେଣୁ ସେନସରି ଡାଏଟର ଗୁରୁତ୍ୱ ରହିଛି ।

‘ଯଦି ଜଣେ ଶିଶୁ ଆମ ଦ୍ୱାରା କିଛି ଶିଖିପାରେ ନାହିଁ , ତାହା ହେଲେ ହୁଏ ତ ସେ ଶିଖିପାରିବା ଶୈଳୀରେ ଆମେ ସେମାନଙ୍କୁ ଶିକ୍ଷା ଦେବା’ । ଏହି ଉକ୍ତି ହିଁ ଅଟିଜ୍‌ମ ଜଗତ ପ୍ରତି ଏକ ସୁନ୍ଦର ଭାବନାର ଉଦାହରଣ । ଅଟିଜମରେ ପୀଡିତ ପିଲାମାନଙ୍କଠାରୁ ଅଧିକ କିଛି ଆଶା ନ କରି ସେମାନଙ୍କୁ ନିଜର ସୃଜନଶୀଳ ଦୁନିଆରେ ହଜିବାକୁ ଦିଅନ୍ତୁ । ସେମାନେ ଯେଭଳି ଶିଖିବାକୁ ଚାହାନ୍ତି, ସେ ଉପାୟ କରନ୍ତୁ । ଦେଖିବେ, ଧୀରେ ଧୀରେ ବାସ୍ତବ ଦୁନିଆ ସହ ସେମାନେ ଖାପ ଖୁଆଇ ପାରିବେ । ଫଳାଫଳ ସକାରାତ୍ମକ ହେବ । ଏ ଦିଗରେ ସେନସରି ଇଂଟିଗ୍ରେସନ ବା ଏସଆଇ ଥେରାପିର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.