ETV Bharat / bharat

କିଏ ଜଷ୍ଟିସ ଲଲିତ ? ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ନାମ ସୁପାରିଶ କରିଛନ୍ତି CJI ରମଣା - ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ

ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ସୁପାରିଶ ହୋଇଥିବା ଜଷ୍ଟିସ ଲଲିତ କି’ଏ । କାର୍ଯ୍ୟକାଳ ସରିବା ପୂର୍ବରୁ ନାମ ସୁପାରିଶ କରିଛନ୍ତି ସିଜେଆଇ ରମଣା । ଅଧିକ ପଢନ୍ତୁ

କି‘ଏ ଏହି ଜଷ୍ଟିସ ଲଲିତ: ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି !

author img

By

Published : Aug 4, 2022, 10:04 PM IST

ନୂଆଦିଲ୍ଲୀ: କାର୍ଯ୍ୟକାଳ ସରିବା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା ନିଜ ଉତ୍ତରାଧିକାରୀ ଭାବେ ବରିଷ୍ଠ ବିଚାରପତି ୟୁ.ୟୁ ଲଲିତଙ୍କ ନାମ ସୁପାରିଶ କରିଛନ୍ତି । ପ୍ରଧାନ ବିଚାରପତିଙ୍କ ସପାରିଶ ପରେ ପରବର୍ତ୍ତୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୟୁ.ୟୁ ଲଲିତ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ନେଇ ସର୍ବାଧିକ ସମ୍ଭବନା ରହିଛି । ତେବେ ହଠାତ ଚର୍ଚ୍ଚାର ପରିସରକୁ ଆସିଥିବା ଜଷ୍ଟିସ ୟୁ.ୟୁ ଲଲିତଙ୍କୁ ନେଇ ବଢିବାରେ ଲାଗିଛି ଉତ୍ସୁକତା । କି’ଏ ଏହି ଜଷ୍ଟିସ ଲଲିତ, ନ୍ୟାୟିକ ବ୍ୟବସ୍ଥାରେ କଣ ରହିଛି ତାଙ୍କର କ୍ୟାରିୟର ।

  • ପ୍ରରମ୍ଭିକ ଜୀବନ ଓ ପାରିବାରିକ ପୃଷ୍ଠଭୂମି:-

ଜଷ୍ଟିସ ୟୁ.ୟୁ ଲଲିତ ବର୍ତ୍ତମାନ ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଲଲିତ 1957ନଭେମ୍ବର 9 ତାରିଖରେ ମହାରାଷ୍ଟ୍ରର ସିଦ୍ଧଦୁର୍ଗା ଜିଲ୍ଲାର ବିଜୟ ଦୂର୍ଗ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ଓକିଲାତି ତାଙ୍କର ପାରିବାରିକ ବୃତ୍ତି ଭାବେ ରହିଆସିଛି । ତାଙ୍କ ଜେଜେବାପା, 4 ଜଣ ଦାଦା ମଧ୍ୟ ଆଇନ ସେବାରେ ରହି ସାରିଛନ୍ତି । ସେହିପରି ତାଙ୍କର ଜେଜେ ମା ମଧ୍ୟ ଜଣେ ଡାକ୍ତର ଥିଲେ । ପରେ ସେ ମଧ୍ୟ ପାରିବାରିକ ପରମ୍ପରାକୁ ଆପଣାଇ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

  • ନ୍ୟାୟପାଳିକାରେ କ୍ୟାରିୟର:-

ଜଷ୍ଟିସ ଲଲିତ ଜୁନ୍ 1983 ମସିହାରେ ପ୍ରଥମ ଥର ପାଇଁ ଆଇନଜୀବୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲ । ପ୍ରଥମେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିବା ଲଲିତ 1985 ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ । ସେ ଜାନୁଆରୀ 1986 ରେ ମୁମ୍ବାଇ ଛାଡି ଦିଲ୍ଲୀ ଆସିଥିଲେ । ସେଠାରେ ମଧ୍ୟ ସେ ଆଇନ ଅଭ୍ୟାସ କରିଥିଲେ । ସେ ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ସହ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଛନ୍ତି ।

  • ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କ୍ୟାରିୟର :-

2004 ରେ ସର୍ବୋଚ୍ଚ କୋର୍ଟ ତାଙ୍କୁ ଜଣେ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପ୍ରଦାନ କରିଥିଲେ । ପରେ ସେ 7 ବର୍ଷ ପାଇଁ ମହାରାଷ୍ଟ୍ର ସରକାରଙ୍କ ପ୍ୟାନେଲ ଟିମରେ ସଦସ୍ୟ ଭାବେ ସର୍ବୋଚ୍ଚ କୋର୍ଟରେ କାର୍ଯ୍ୟ କରିଥିଲେ । ବିଭିନ୍ନ ମାମଲାରେ 14 ରାଜ୍ୟ ସରକାରଙ୍କ ପକ୍ଷରୁ ସେ ମାମଲା ମଧ୍ୟ ପରିଚାଳନା କରିଛନ୍ତି । ପରେ ସେ ବିଚାରପତି ଭାବେ କର୍ଯ୍ୟଭାର ସମ୍ଭାଳିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ମମଲାର ଶୁଣାଣି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ।

  • 3 ତଲାକ ମାମଲାର ରାୟ ଶୁଣାଇଥିଲେ:-

ବହୁଚର୍ଚ୍ଚିତ ତିନି ତଲାକ ରାୟ ପ୍ରକାଶ ବେଳେ ମଧ୍ୟ ଉକ୍ତ ମାମଲାର ଶୁଣାଣି କରିଥିବା ଖଣ୍ଡପୀଠର ସଦସ୍ୟ ରହିଥିଲେ ଲଲିତ । କେରଳର ପଦ୍ମନାଭ ସ୍ବାମୀ ମନ୍ଦିର ପରିଚାଳନା ବିବାଦ ମାମଲାର ମଧ୍ୟ ରାୟ ଶୁଣାଇଥିଲେ ସେ । ତେବେ ପ୍ରଧାନ ବିଚାରପତିଙ୍କ ସୁପାରିଶ ପରେ ଚୟନ ପ୍ରକ୍ରିୟା ଜାରି ରହିଛି । ଜଷ୍ଟିସ ୟୁ.ୟୁ ଲଲିତ ହିଁ ଦେଶର ପରବର୍ତ୍ତୀ ବିଚାରପତି ହେବା ମଧ୍ୟ ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଛି । ବୟସାଧିକ କାରଣରୁ ସେ ମାତ୍ର 74 ଦିନ ଏହି ସର୍ବୋଚ୍ଚ ନ୍ୟାୟିକ ପଦବୀରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.