ETV Bharat / bharat

ବିଜେପି ବରିଷ୍ଠ ନେତା କେଶରୀ ନାଥ ତ୍ରିପାଠୀଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ଶୋକ - କେଶରୀ ନାଥ ତ୍ରିପାଠୀ

ବିଜେପି ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ ( Senior BJP leader Keshari Nath Tripathi passes away ) । ଅଧିକ ପଢନ୍ତୁ

Senior BJP leader Keshari Nath Tripathi
Keshari Nath Tripathi
author img

By

Published : Jan 8, 2023, 9:05 AM IST

Updated : Jan 8, 2023, 11:49 AM IST

ଲକ୍ଷ୍ନୌ: ବରିଷ୍ଠ ବିଜେପି ରଜନେତା ତଥା ଉତ୍ତରପ୍ରଦେଶ ବିଧାନସଭା ପୂର୍ବତନ ବାଚସ୍ପତି କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ ( Senior BJP leader Keshari Nath Tripathi passes away ) ହୋଇଛି । ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ କେଶରୀ ନାଥ ତ୍ରିପାଠୀ । ଆଜି (ରବିବାର) ଭୋର 5ଟାରେ ତାଙ୍କର ନିଧନ ହୋଇଥିବା ସୂଚନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଏନେଇ ତାଙ୍କ ପୁଅ ନୀରଜ ତ୍ରିପାଠୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଶରୀ ନାଥ ତ୍ରିପାଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ....HP Cabinet Expansion: ଆଜି ସୁଖୁଙ୍କ କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେବେ ୧୦ ବିଧାୟକ

ପ୍ରଧାନମନ୍ତ୍ରୀଙ୍କ ଶୋକ: ପଶ୍ଚିମବଙ୍ଗ ପୂର୍ବତମ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା କେଶରୀ ନାଥ ତ୍ରିପାଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ସେବା ଏବଂ ବୁଦ୍ଧି ପାଇଁ କେଶରୀ ନାଥ ତ୍ରିପାଠୀ ଜୀଙ୍କୁ ସମ୍ମାନିତ କରାଯାଉଥିଲା । ସେ ସାମ୍ବିଧାନିକ ପ୍ରସଙ୍ଗରେ ପାରଙ୍ଗମ ଥିଲେ । ୟୁପିରେ ବିଜେପି ଗଠନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟର ଅଗ୍ରଗତି ପାଇଁ କଠିନ ପରିଶ୍ରମ କରିଥିଲେ । ତାଙ୍କ ଦେହାନ୍ତରେ ଯନ୍ତ୍ରଣା କଷ୍ଟଦାୟକ । ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ।''

  • वरिष्ठ राजनेता, भाजपा परिवार के वरिष्ठ सदस्य, प. बंगाल के पूर्व राज्यपाल आदरणीय केशरी नाथ त्रिपाठी जी का निधन अत्यंत दुःखद है।

    प्रभु श्री राम दिवंगत पुण्यात्मा को अपने श्री चरणों में स्थान व शोकाकुल परिजनों को यह दुःख सहने की शक्ति दें।

    ॐ शांति!

    — Yogi Adityanath (@myogiadityanath) January 8, 2023 " class="align-text-top noRightClick twitterSection" data=" ">

ସିଏମଙ୍କ ଶୋକ: ବରିଷ୍ଠ ରାଜନେତାଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ଆଦିତ୍ୟନାଥ ଲେଖିଛନ୍ତି, ''ବରିଷ୍ଠ ରାଜନେତା, ବିଜେପି ପରିବାରର ବରିଷ୍ଠ ସଦସ୍ୟ, ପଶ୍ଚିମବଙ୍ଗ ପର୍ବତନ ରାଜ୍ୟପାଳ ଆଦରଣୀୟ କେଶର ନାଥ ତ୍ରିପାଠୀଙ୍କୁ ନିଧନ ଅତ୍ୟନ୍ତ ଦୁଃଖଦାୟକ । ଭଗବାନ ଶ୍ରୀରାମ ତାଙ୍କ ଅମର ଆତ୍ମାକୁ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଧୌର୍ଯ୍ୟ ପ୍ରଦାନ କରନ୍ତୁ ।''

ଶ୍ରୀରାମ ଜନ୍ମଭୂମି ଅନ୍ଦୋଳନରେ ସାମିଲ ଥିଲେ: 88 ବର୍ଷୀୟ କେଶରୀ ନାଥ ତ୍ରିପାଠୀ ଅଲ୍ଲାହାବାଦ ହାଇକୋର୍ଟର ସିନିୟର ଆଡଭୋକେଟ ଏବଂ ଜଣେ ସମ୍ବିଧାନ ବିଶେଷଜ୍ଞ ଥିଲେ । 2014 ଜୁଲାଇରୁ 2019 ଜୁଲାଇ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ । ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ସମୟରେ ତାଙ୍କ ପାଖରେ ବିହାର, ମେଘାଳ. ଏବଂ ତ୍ରିପୁରାର ଅତିରିକ୍ତ ରାଜ୍ୟପାଳ ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । 2004ରେ ଜୈନପୁରୀ ଆସନରେ ଲୋକସଭା ନିର୍ବାଚନ ଲଢିଥିଲେ କେଶରୀ ନାଥ ତ୍ରିପାଠୀ । ବିଜେପି ଉତ୍ତରପ୍ରଦେଶ ଅଞ୍ଚଳରେ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । 1934 ନଭେମ୍ବର 10ରେ ଜନ୍ମଗ୍ରହଣ କରିଥିବା କେଶରୀ ନାଥ ତ୍ରିପାଠୀ ଦୀର୍ଘ ଦିନ ହେବ ବିଜେପିରେ ସାମିଲ ଥିଲେ । 1992ରୁ 1993, 1997ରୁ 2002ରୁ 2004 ଯାଏ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି । ରାଜନୀତି ଛଡା ତାଙ୍କର ସାହିତ୍ୟରେ ରୁଚି ଥିଲା । ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ମଧ୍ୟ ସାମିଲ ଥିଲେ କେଶରୀ ନାଥ ତ୍ରିପାଠୀ । ଆନ୍ଦୋଳନ ନେଇ 1990 ମସିହାରେ କିଛି ଦିନ ପାଇଁ ଜେଲରେ ମଧ୍ୟ ଥିଲେ ।

ରସୁଲାବାଦରେ ହେବ ଅନ୍ତିମ ସଂସ୍କାର: ଡିସେମ୍ବର 8 ତାରିଖରେ କେଶରୀ ନାଥ ଗାଧୁଆ ଘରେ ଖସି ପଡିଥିଲେ । ଫଳରେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା । ପାଖାପାଖି ଗୋଟିଏ ସପ୍ତାହ ହେବ ସେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନଧରି ସ୍ବାସ୍ଥ୍ୟଗତ ସମସ୍ୟା ସହ ଏ ଦୁର୍ଘଟଣାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଡାକ୍ତରୀ ଟିମଙ୍କ ନୀରିକ୍ଷଣରେ ରହିଥିଲେ । ଶନିବାର ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଥିଲା । ଫଳରେ ଆଜି (ରବିବାର ) ଭୋର 5ଟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କେଶରୀ ନାଥ ତ୍ରିପାଠୀ । ଆଜି ସଂନ୍ଧ୍ୟାରେ ରୁସୁଲାବାଦ ଘାଟରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ।

Last Updated : Jan 8, 2023, 11:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.