ETV Bharat / bharat

ବ୍ୟାଙ୍କରେ ନାହିଁ ଖାତା, ୧୬କୋଟି ଋଣ ପରିଶୋଧ ପାଇଁ ଆସିଲା ନୋଟିସ

author img

By

Published : Apr 23, 2023, 7:07 PM IST

ବ୍ୟାଙ୍କରେ ମୂଳରୁ ନାହିଁ ଖାତା । ସଫେଇ କର୍ମଚାରୀଙ୍କୁ ଆସିଲା ୧୬କୋଟି ଟଙ୍କା ଋଣ ପରିଶୋଧ ନେଇ ନୋଟିସ । ଅଧିକ ପଢନ୍ତୁ

Etv Bharat
Etv Bharat

ଗାନ୍ଧୀନଗର: ସଫେଇ କର୍ମଚାରୀଙ୍କୁ ଆସିଲା ୧୬ କୋଟି ଟଙ୍କା ଋଣ ପରିଶୋଧ ନୋଟିସ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଏହି ନୋଟିସ ଆସିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କର୍ମଚାରୀ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି କର୍ମଚାରୀଙ୍କର ବ୍ୟାଙ୍କର ମୂଳରୁ ଖାତା ମଧ୍ୟ ନାହିଁ । ଆକାଉଣ୍ଟ ନଥିବା ବେଳେ ତାଙ୍କୁ ଆସିଛି ଋଣ ପରିଶୋଧ ପାଇଁ ନୋଟିସ । ଗୁଜୁରାଟ ଭଦୋଦରା ନଗର ନିଗମ ଅଞ୍ଚଳର ୧୨ ନଂ ୱାର୍ଡରେ ଘଟିଛି ଏପରି ଘଟଣା ।

ଭଦୋଦରା ସହରର ଅଜବା ରୋଡର ଲକ୍ଷ୍ମୀ ସୋସାଇଟିର ଶାନ୍ତିଲାଲ ସୋଲଙ୍କୀ ଓ ତାଙ୍କ ପତ୍ନୀ ଜଶିବେନ ସାଥୀରେ ରୁହନ୍ତି । ଏହି ପରିବାରର ସୋଲଙ୍କୀ ୧୨ନଂ ୱାର୍ଡରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରିଥାଆନ୍ତି । ଏଥିରୁ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ଘରେ ଚଳେ । ଗତ ଏପ୍ରିଲ ୩ ତାରିଖରେ ତାଙ୍କୁ ଆଗ୍ରା ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଏକ ନୋଟିସ ଆସିଥିଲା । ଯେଉଁଥିଲରେ ତାଙ୍କୁ ବାକି ଥିବା ଋଣ ରାଶି ୧୬.୫୦ କୋଟି ଟଙ୍କା ଭରିବାକୁ କୁହାଯାଇଥିଲା । ଏହାପରେ ପରିବାରର ନିଦ ହଜିଯାଇଥିଲା ।

ଏହା ବି ପଢନ୍ତୁ- National Herald case: ସୋନିଆ ଓ ରାହୁଲ ଜେଲ ଯିବେ କହିଲେ ସ୍ବାମୀ

ନୋଟିସ ମିଳିବା ପରେ ପରିବାର ଚିନ୍ତାରେ ପଡ଼ିଯାଇଥିଲେ । ମାର୍ଚ୍ଚ ୨୩ ମଧ୍ୟରେ ଋଣ ପରିଶୋଧ କରିବାକୁ ନିର୍ଦ୍ଦେଶ ରହିଥିଲା । ଯଦି ଏପରି ନକରନ୍ତି, ତେବେ ତାଙ୍କର ସମ୍ପତ୍ତି ବ୍ୟାଜାପ୍ତ କରିବାକୁ ଚେତାବନୀ ଦିଆଯାଇଥିଲା । ହେଲେ ସେ ଏନେଇ ବ୍ୟାଙ୍କରେ କଥାବାର୍ତ୍ତା ମଧ୍ୟ କରିଥିଲେ । ହେଲେ ତାଙ୍କୁ କୌଣସି ସୁଫଳ ନମିଳିବା ପରେ ସେ ଜଣେ ଆଇନଜୀବୀଙ୍କ ସହଯୋଗ ଲୋଡ଼ିଥିଲେ । ଆଇନଜୀବୀ ନୀରଜ ଜୈନଙ୍କ କହିବା ଅନୁସାରେ ଶାନ୍ତିଲାଲଙ୍କ ସମ୍ପତ୍ତିର ମୂଲ୍ୟ ୫ରୁ ୧୦ ଲକ୍ଷ ହୋଇଥିବା ବେଳେ ତାଙ୍କ ସମ୍ପତ୍ତି ସିଲ ପାଇଁ ନୋଟିସ ଆସିଥିଲା ।

ବ୍ୟାଙ୍କ ପକ୍ଷରୁ ଏହି ନକଲି ନୋଟିସ ଜାରି କରାଯାଇଛି । ଅର୍ଥ ପୈଠ ନକଲେ ଅଳକାପୁରୀରେ ଥିବା ତାଙ୍କ ସମ୍ପତ୍ତିକୁ ମେ ୪ ତାରିଖ ସୁଦ୍ଧା ସିଲ୍‌ କରାଯିବ । ଶାନ୍ତିଲାଲଙ୍କ ଆକାଉଣ୍ଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ରହିଥିବା ବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ତାଙ୍କୁ ନୋଟିସ ଆସିଛି । ଏହି ନୋଟିସ ଆସିବା ପରେ ଶାନ୍ତିଲାଲଙ୍କ ପତ୍ନୀ ଓ ମାଆ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ ଜୈନ । ଶାନ୍ତିଲାଲ କୌଣସି ଠକେଇର ଶିକାର ହୋଇଥିବା ନେଇ ମଧ୍ୟ ସନ୍ଦେହ କରିଛନ୍ତି ଆଇନଜୀବୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.