ପାଟନା: ଯିଏ ଯାହା ପାଇଲା ଫୋପାଡିଲା । କେତେବେଳେ ଜେସିବିକୁ ଇଟାମାଡ ତ କେତେବେଳେ ପୋଲିସ ଉପରକୁ ଆକ୍ରମଣ। ଉଗ୍ର ରୂପ ଧାରଣ କରିଥିଲେ ଲୋକେ । ସ୍ଥିତି ଅଣାୟତ ହୋଇଥିଲା । ବିହାରର ପଟନାରେ ଉତ୍ତର ପ୍ରଦେଶ କାନପୁର ଭଳି ସ୍ଥିତି ଉପୁଜିଛି । କାନପୁରର ମାଆଝିଅଙ୍କ ଜଳି ମୃତ୍ୟୁ ହୋଇଥିବା ଘଟଣା ରିପିଟ ହୋଇଛି । ପାଟନାରେ ଜବରଦଖଲ ନେଇ ଜଣେ ଦୋକାନୀ ଆତ୍ମହୁତି ଦେଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଘଟଣାଟି ପାଟନା ସିଟି ଆଲମଙ୍ଗଡ ଥାନା ଅଞ୍ଚଳରେ ଘଟିଛି। ରେଳ ପୋଲିସ ଜବଦଦଖଲ ଉଚ୍ଛେଦ ପାଇଁ ପହଞ୍ଚିଥିଲା । ଏହି ସମୟରେ ଦୁଇଜଣ ଆତ୍ମୁହୁତି ପାଇଁ ପ୍ରୟାସ କରିଥିଲେ ।
ଏହା ବି ପଢନ୍ତୁ...BBC IT Survey: ପ୍ରାୟ ୬୦ ଘଣ୍ଟା ପରେ BBC ଅଫିସରୁ ବାହାରିଲା ଆୟକର ବିଭାଗ
ଆମଲଗଞ୍ଜ ଥାନା କ୍ଷେତ୍ର ନିକଟରେ ରେଳ ପୋଲିସ ଜବରଦସ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । ଯାହାକୁ ନେଇ ସ୍ଥାନୀୟ ଦୋକାନୀ ବିରୋଧ କରିଥିଲେ । ଦୋକାନୀ ଓ ସ୍ଥାନୀୟ ଲୋକ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ସେହି ସମୟରେ ରେଳ ପୋଲିସ ଦଳ ବଳ ସହିତ ପହଞ୍ଚିଥିଲା । ଟିମ ସହ ଦୋକାନ ଜବରଦଖଲ ଉଚ୍ଛେଦ କରିୂବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଜେସିବି ଦୋକାନ ଭାଙ୍ଗିବାକୁ ଲାଗିଥିଲା । ଯାହାକୁ ଲୋକ ବିରୋଧ କରିଥିଲେ । ମାତ୍ର ପୋଲିସ ଲୋକଙ୍କ କଥା ଶୁଣିବାକୁ ନାରାଜ ଥିଲା । ଏହାକୁ ସ୍ଥିତି ଅଣାୟତ ହୋଇଥିଲା । ପୋଲିସ ଓ ଗାଡି ଉପରକୁ ପଥମ ମାଡ ହୋଇଥିଲା । ଏହାକୁ ବିରୋଧରେ ଦୁଇଜଣ ଦୋକାନୀ ଆତ୍ମହୁତି ଉଦ୍ୟମ କରିଥିଲେ । ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ।
ଦୋକାନ ଭଙ୍ଗା ଯାଉଥିବା ଦେଖି ଲୋକ ଆତ୍ମହୁତି ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଭୟଙ୍କର ସ୍ଥିତି ଉପୁଜିଛିଲା । ଆକ୍ରୋଶ ହୋଇ ଉଠିଥିଲେ ସ୍ଥାନୀୟ ଲୋକ । ଆତ୍ମହୁତି ଉଦ୍ୟମ କରିଥିବା ଦୁଇଜଣଙ୍କୁ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୀଡିତ କହିଛନ୍ତି କି ଉକ୍ତ ଜମି ଆମର। ସେପଟେ ରେଳ ପ୍ରଶାସନ କହୁଛି ଉକ୍ତ ଜମିଟି ରେଳ ବିଭାଗର । ପୀଡିତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।