ETV Bharat / bharat

Raksha Bandhan 2023: ପ୍ରଧାନମନ୍ତ୍ରୀଙ୍କ ପାଇଁ ରାକ୍ଷୀ ପଠାଇଲେ ପାକ୍‌ ମହିଳା ସୀମା ହୈଦର

author img

By ETV Bharat Odisha Team

Published : Aug 22, 2023, 5:26 PM IST

ରାକ୍ଷୀ ପୂର୍ଣ୍ଣିମା ପାଳିବେ ପାକ୍‌ ମହିଳା ସୀମା ହୈଦର । ପ୍ରଧାନମନ୍ତ୍ରୀଙ୍କ ସମେତ ଶାହ, ଯୋଗୀ ଓ ପ୍ରତିରକ୍ଷୀ ମନ୍ତ୍ରୀଙ୍କୁ ପଠାଇଲେ ରାକ୍ଷୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଆସିଥିବା ସୀମା ହୈଦର ଏବେ ସମ୍ପୂର୍ଣ୍ଣ ହିନ୍ଦୁ ନାରୀ । ସୀମା ଚଳିତ ସ୍ବାଧୀନତା ଦିବସ ପାଳିଥିବା ବେଳେ ଏବେ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ପାଳିବାକୁ ଯାଉଛନ୍ତି । ଆଉ କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ରାକ୍ଷୀ ପଠାଇଛନ୍ତି ।

ନେପାଳ ସୀମା ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିବା ପାକ୍‌ ମହିଳା ସୀମା ହୈଦରକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୀମା ନିଜ ୪ ସନ୍ତାନ ସହିତ ଭାରତ ବେଆଇନ ଭାବେ ଆସିବା ସହ ଏଠାରେ ରହି ଆସୁଛନ୍ତି । ଗ୍ରେଟର ନୋଏଡା ଅଞ୍ଚଳରେ ପ୍ରେମିକ ସଚିନ ମିନାଙ୍କ ସହିତ ରହୁଥିବା ବେଳେ ସମ୍ପୂର୍ଣ୍ଣ ହିନ୍ଦୁ ନାରୀ ଭାବେ ସେ ଆଚରଣ କରୁଛନ୍ତି । ଏହାସହ ହିନ୍ଦୁ ପରମ୍ପରାର ସମସ୍ତ ନୀତି ନିୟମ ମଧ୍ୟ ପାଳନ କରୁଛନ୍ତି । ଏହାରି ମଧ୍ୟରେ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନ୍ୟ ଶୀର୍ଷ ନେତୃତ୍ବଙ୍କୁ ରାକ୍ଷୀ ପଠାଇଛନ୍ତି ।

ଏହା ବି ପଢନ୍ତୁ- Watch: ପାକ୍‌ ମହିଳା ସୀମା ହୈଦର ଦେଲେ ପାକିସ୍ତାନ ମୁର୍ଦ୍ଦାବାଦ ନାରା

ଏନେଇ ସୀମା କହିଛନ୍ତି, "ଆସନ୍ତା ୩୦ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡୁଥିବାରୁ ମୁଁ ଆଗୁଆ ଏହି ରାକ୍ଷୀ ପଠାଇଛି । ଯାହାଦ୍ବାରା ସଠିକ ସମୟ ପୂର୍ବରୁ ଏହା ଗନ୍ତବ୍ୟସ୍ଥଳରେ ପହଞ୍ଚିବ । ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ କାନ୍ଧରେ ଦେଶର ଦାୟିତ୍ବ ବହନ କରୁଥିବାରୁ ମୁଁ ଏହି ରାକ୍ଷୀ ପଠାଇଛି । ଏଥିଲାଗି ମୁଁ ବହୁତ ଖୁସି । " ଏହା ସହିତ ସୀମା ଜୟ ଶ୍ରୀରାମ ଓ ହିନ୍ଦୁସ୍ଥାନ ଜିନ୍ଦାବାଦ ନାରା ମଧ୍ୟ ଦେଇଛନ୍ତି ।

ନିଜ ସନ୍ତାନଙ୍କ ସହିତ ସୀମା ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପଠାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଏହି ଭିଡିଓରେ ଲୋକପ୍ରିୟ ଗୀତ ଭୈୟା ମେରେ ରାକ୍ଷୀ କେ ବନ୍ଧନ କୋ ନିଭାନା' ଗୀତ ମଧ୍ୟ ପ୍ରଚ୍ଛଦପଟରେ ଶୁଭୁଛି । ଗତ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସୀମା ଜାତୀୟ ପତାକା ଉତ୍ତୋଳନ କରିବା ସହ 'ଭାରତ ମାତା କି ଜୟ', 'ବନ୍ଦେ ମାତରମ' ନାରା ଦେଇଥିଲେ । ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯେହେତୁ ସୀମା ବେଆଇନ ଭାବେ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି, ସେ ନେଇ ପୋଲିସ ତଦନ୍ତ ଚଳାଇଛି । ମାତ୍ର ସୀମା କୌଣସି ପରିସ୍ଥିତିରେ ପାକିସ୍ତାନ ଫେରିବାକୁ ଚାହୁଁନାହାନ୍ତି । ପାକିସ୍ତାନ ଫେରିଲେ ତାଙ୍କର ହତ୍ୟା କରାଯିବ ବୋଲି କହିବା ସହ ଏଠାରେ ରହିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ନିବେଦନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.