ETV Bharat / bharat

ସଚିନଙ୍କ ପିଲାର ମା' ହେବେ ସୀମା ! ନୂଆବର୍ଷରେ ଦେଲେ ଖୁସି ଖବର

author img

By ETV Bharat Odisha Team

Published : Jan 1, 2024, 10:54 PM IST

Seema Haider Pregnancy: ଗତ ବର୍ଷ ଚର୍ଚ୍ଚାରେ ରହିଥିବା ସଚିନ ଓ ସୀମାଙ୍କ ପ୍ରେମ କାହାଣୀକୁ ନେଇ ଆସିଛି ନୂଆ ଖବର । ଖୁବଶୀଘ୍ର ସେ ମା' ହୋଇପାରନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ

ପୁଣି ଚର୍ଚ୍ଚାରେ ସୀମା-ସଚିନ
ପୁଣି ଚର୍ଚ୍ଚାରେ ସୀମା-ସଚିନ

ନୂଆଦିଲ୍ଲୀ: ବିଦାୟ ନେଇଛି ୨୦୨୩ । ଗତ ବର୍ଷ ଚର୍ଚ୍ଚାରେ ରହିଥିବା ସୀମା ପାର୍ ପ୍ରେମ କାହାଣୀ ମଧ୍ୟ ଆଗକୁ ବଢିଛି । ନୂଆବର୍ଷ ଆରମ୍ଭରେ ଖୁସି ଖବର ଦେଇଛନ୍ତି ସଚିନ ଓ ସୀମା । ସେମାନେ ଖୁବଶୀଘ୍ର ପିତାମାତା ହେବାକୁ ଯାଉଥିବା କଥା କହିଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସୀମା ଏକଥା ପ୍ରକାଶ କରିଛନ୍ତି । ସୀମାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ, "ହୋଲି ପୂର୍ବରୁ ମା' ହୋଇପାରିବେ କି ନାହିଁ ?" ଏହାର ଉତ୍ତରରେ ସୀମା କହିଛନ୍ତି, "ଏତେ ଶୀଘ୍ର ତ ନୁହେଁ, କିନ୍ତୁ ହଁ । ସଚିନ ଆଉ ମୁଁ ନିଶ୍ଚିତ ପିତାମାତା ହେବୁ ।"

ଏହାକୁ ନେଇ ସଚିନଙ୍କ ପିତା ଅର୍ଥାତ ସୀମାଙ୍କ ଶ୍ବଶୁରଙ୍କୁ ପଚରାଯିବାରୁ ସେ କହିଛନ୍ତି, "ମୁଁ ବୋହୂର ହାତ ଦେଖିଛି । ହସ୍ତରେଖାରୁ ଯାହା ଅନୁଧ୍ୟାନ କରିଛି ତା'ର ପୁଅ ହେବ । ଆଉ ମୋ ଆକଳନ କେବେ ଭୁଲ ହୋଇନି ।"ଏହପରି ଭାବେ ବର୍ଷ ଆରମ୍ଭରୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସୀମା ଓ ସଚିନ । ବର୍ତ୍ତମାନ ସୀମା ସଚିନ ମୀନାଙ୍କ ପରିବାର ସହ ଗ୍ରେଟର ନୋଏଡାରେ ରହୁଛନ୍ତି । ଶାଶୁଘର ଲୋକଙ୍କ ସହ ସେ ଖୁସିରେ ଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Seema Sachin: ବିଗ ବସ୍ ଏବଂ କପିଲ ଶର୍ମା ଶୋ'କୁ ଯିବେନି ସୀମା ହାଇଦର

ଏହା ମଧ୍ୟ ପଢନ୍ତୁ...Hariyali Teej: ହରିୟାଲି ତିଜ ପାଳି ଚର୍ଚ୍ଚାରେ ସୀମା ହାଇଦର

ଏହା ମଧ୍ୟ ପଢନ୍ତୁ...Chandrayaan-3 Soft Landing: ଉପବାସ ବ୍ରତ ସହ ସୀମା ହାଇଦରଙ୍କ ପୂଜାର୍ଚ୍ଚନା

୨୦୨୩ରେ ଚର୍ଚ୍ଚାକୁ ଆସିଥିଲା ଏହି ବର୍ଡର ପାର୍ ପ୍ରେମ କାହାଣୀ । ପବ୍ ଜି ଗେମରୁ ଆରମ୍ଭ ହୋଇଥିଲା ପ୍ରେମ । ଆଉ ପରେ ନିଜ ପ୍ରେମକୁ ପାଇବାକୁ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ସୀମା ହାଇଦର । ସାଙ୍କରେ ନିଜର ୪ ପିଲାଙ୍କୁ ମଧ୍ୟ ଆଣିଥିଲେ ସୀମା । କେହି କେହି ତାଙ୍କୁ ପାକିସ୍ତାନୀ ଏଜେଣ୍ଟ ମଧ୍ୟ କହୁଥିଲେ। ଆତଙ୍କୀ ଲିଙ୍କ ଥିବା ନେଇ ସନ୍ଦେହ ମଧ୍ୟ ବଢିଥିଲା । ଯାହାକୁ ନେଇ ଖୋଳତାଡ ମଧ୍ୟ ହୋଇଥିଲା । ହେଲେ ସଚିନଙ୍କ ଘର ଲୋକେ ସୀମାଙ୍କୁ ବୋହୂ ରୂପେ ସ୍ବୀକାର କରିଥିଲେ । ବର୍ତ୍ତମାନ ସେ ଶାଶୁଘର ଲୋକଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି । ଆଉ ସେ ଖୁବଶୀଘ୍ର ମା' ହୋଇପାରନ୍ତି ବୋଲି କହିବା ପରେ ଚର୍ଚ୍ଚା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.