ETV Bharat / bharat

ହର ଘର ତ୍ରିରଙ୍ଗା ଅଭିଯାନରେ ସୀମା ହାଇଦର, ଦେଲେ ପାକିସ୍ତାନ ମୁର୍ଦ୍ଦାବାଦ ନାରା

author img

By

Published : Aug 14, 2023, 2:21 PM IST

ଘରେ ତ୍ରିରଙ୍ଗା ଉଡାଇ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଲେ ପାକିସ୍ତାନ ମହିଳା ସୀମା ହାଇଦର । ଅଧିକ ପଢନ୍ତୁ

seema haider hoisted tricolor at her house

ନୂଆଦିଲ୍ଲୀ: ଲଗାତାର ଚର୍ଚ୍ଚାରେ ରହି ଆସିଛନ୍ତି ପାକିସ୍ତାନରୁ ଭାରତୀୟ ପ୍ରେମିକ ସଚିନ ପାଇଁ ଦୌଡ଼ି ଆସିଥିବା ସୀମା ହାଇଦର । ଏବେ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୀମା । ସୀମା ପାକିସ୍ତାନ ମୁର୍ଦ୍ଦାବାଦ, ଭାରତ ଜିନ୍ଦାବାଦର ନାରା ଦେଉଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହର ଘର ତ୍ରିରଙ୍ଗା ଅଭିଯୋନରେ ସାମିଲ ହୋଇ ପରିବାର ଲୋକଙ୍କ ସହ ଘରେ ତ୍ରିରଙ୍ଗା ଲଗାଇବା ସମୟରେ ସୀମା ହାଇଦର ପାକିସ୍ତାନ ବିରୋଧୀ ସ୍ଲଗୋନ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସୀମା ହାଇଦର ଫିଲ୍ମରେ କରିନାହାନ୍ତି ସାଇନ୍‌, ପ୍ରେଗନେନ୍ସିକୁ ନେଇ ବଡ ଖୁଲାସା

ରବିବାର ଗ୍ରେଟର ନୋଏଡାର ରାବପୁରାରେ ସୀମା ହାଇଦାରଙ୍କୁ ଭେଟିବାକୁ ଆସିଥିଲେ ସଚିନଙ୍କ ଓକିଲ ଏପି ସିଂ । ହର ଘର ଅଭିଯାନରେ ସାମିଲ ହୋଇ ଘରେ ତ୍ରିରଙ୍ଗା ଉଡାଇଥିଲେ । ଏହି ସମୟରେ ସୀମା ହାଇଦର ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ ସ୍ଲୋଗାନ ଦେଇଥିଲେ । ଏଥିସହ ପାକିସ୍ତାନ ମୁର୍ଦ୍ଦାବାଦର ନାରା ଦେଇଥିଲେ ସୀମା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ରବିବାର ସାରା ଦେଶରେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ଏହି ଅଭିଯାନରେ ସୀମା ହାଇଦର, ସ୍ବାମୀ ସଚିନ ଓ ତାଙ୍କ ଓକିଲ ସାମିଲ ହୋଇଥିଲେ । ସଚିନ ଏବଂ ସୀମା ନିଜ ଘରର ଛାତ ଉପରେ ଜାତୀୟ ପତାକା ଲଗାଇ ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ । ଏହାପରେ ଓକିଲ ଏପି ସିଂ ସୀମା ଏବଂ ସଚିନଙ୍କ ସହ ଦୀର୍ଘ ସମୟ କଥା ହୋଇଥିଲେ । ଏନେଇ ଏପି ସିଂ କହିଛନ୍ତି ଯେ, ହର ଘର ତ୍ରିରଙ୍ଗା ଅଭିଯାନରେ ପ୍ରତିଟି ଭାରତୀୟ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ସୀମା ହାଇଦର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ସ୍ବାଧୀନତା ଦିବସ ଉତ୍ସବ ଅବସରରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏହା ସହିତ ମୋ ମାଟି ମୋ ଦେଶ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ସାମିଲ ହୋଇ ସୀମା ମଧ୍ୟ ଘରେ ତୁଳସୀ ଗଛ ଲଗାଇଛନ୍ତି ।

ଅନ୍ୟପେଟ, ହର ଘର ତ୍ରିରଙ୍ଗା ଅଭିଯାନକୁ ସୀମା ସମର୍ଥନ କରୁଥିବା କହିଛନ୍ତି ସୀମା । ଏହି ଅଭିଯାନରେ ସାମିଲ ହୋଇ ନିଜ ଘରର ଛାତ ଉପରେ ଜାତୀୟ ପତାକା ଲଗାଇଛନ୍ତି । ଏହି ସମୟରେ ସେ ଭାରତୀୟ ବେଶଭୁସାରେ ନଜର ଆସିଥିଲେ । ମଥାରେ ଭାରତ ମାତା ଲେଖା ହୋଇଥିବା ଏକ କପଡ଼ା ପରିଧାନ କରିବା ସହ ଟ୍ରାଇକଲର ଶାଢୀ ମଧ୍ୟ ପରିଧାନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.