ନୂଆଦିଲ୍ଲୀ: ଝିଅ ବିରୋଧରେ ବେଆଇନ ବାର୍ ଚଳାଇବା ଅଭିଯୋଗ ଆସିବା ପରେ, ଏହା କଂଗ୍ରେସର ହୀନ ଷଡଯନ୍ତ୍ର ବୋଲି କହି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, "ତାଙ୍କ ଝିିଅ କେବଳ ଏକ ମାଧ୍ୟମ, ସେ କଂଗ୍ରେସ ଓ ଗାନ୍ଧୀ ପରିବାର ବିରୋଧରେ 5 ହଜାର କୋଟି ଟଙ୍କାର ରାଜସ୍ବ ଲୁଟ ଅଭିଯୋଗ ନେଇ ପ୍ରେସମିଟ କରିବା ପରେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ କଂଗ୍ରେସ ଟାର୍ଗେଟ କରିଛି । ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କ ଭାବମୂର୍ତ୍ତି ମଳିନ କରିବା ପାଇଁ ତାଙ୍କ 18 ବର୍ଷର ଝିଅର ଚରିତ୍ରସଂହାର କରିବାକୁ କଂଗ୍ରେସ ପଛାଇନାହିଁ ।"
-
#WATCH | Union Minister Smriti Irani denies the allegations of her 18 year old daughter running an illegal bar in Goa pic.twitter.com/iIxag5e4fQ
— ANI (@ANI) July 23, 2022 " class="align-text-top noRightClick twitterSection" data="
">#WATCH | Union Minister Smriti Irani denies the allegations of her 18 year old daughter running an illegal bar in Goa pic.twitter.com/iIxag5e4fQ
— ANI (@ANI) July 23, 2022#WATCH | Union Minister Smriti Irani denies the allegations of her 18 year old daughter running an illegal bar in Goa pic.twitter.com/iIxag5e4fQ
— ANI (@ANI) July 23, 2022
ଆଜି (ଶନିବାର) ଅପରାହ୍ନରେ ଏକ ପ୍ରେସମିଟ୍ ଡାକି ଝିଅ ବିରୋଧରେ ଆସିଥିବା ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିବା ସହ ଏହା କଂଗ୍ରେସର ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଇରାନୀ । ସେହିପରି କଂଗ୍ରେସ ନେତା ଜୟରାମ ରମେଶଙ୍କ ଅଭିଯୋଗ ଅନୁସାରେ, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ତାଙ୍କ ଝିଅର ନାମ କେଉଁଠାରେ ଉଲ୍ଲେଖ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ମଧ୍ୟ ସିଧାସଳଖ ଗାନ୍ଧୀ ପରିବାର ଉପରେ ବର୍ଷିଥିବା ମଧ୍ୟ ଦେଖିବାକୁ ମିଳିଛି । ସୋନିଆ ଓ ରାହୁଲ ଗାନ୍ଧୀ ଦେଶରୁ ରାଜସ୍ବରୁ 5 ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି । ସେ ଏହି ପ୍ରସଙ୍ଗରେ ପ୍ରେସମିଟ କରି ଉଭୟଙ୍କୁ ସମାଲୋଚନା କରିବା ସହିତ ତଦନ୍ତ ଦାବି କରିଥିଲେ । ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଅପଚେଷ୍ଟା କରାଯାଇଥିବା ସେ କହିଛନ୍ତି । ସେହପିରି ସେ ଏହି ମାମଲାକୁ ନେଇ କୋର୍ଟରେ ଦ୍ବାରସ୍ଥ ହେବେ ବୋଲି ମଧ୍ୟ ସେ ସିଧାସଳଖ କଂଗ୍ରେସକୁ ଚେତାବନୀ ଦେଇଛନ୍ତି ।
ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରରେ ରହିଛନ୍ତି । ରାହୁଲଙ୍କ ଜେରା ସରିଥିବାବେଳେ ଏବେ ସୋନିଆଙ୍କୁ ଜେରା ଜାରି ରଖିଛି ତଦନ୍ତକାରୀ ସଂସ୍ଥା । ତେବେ ଗତମାସ ଏହି ପ୍ରସଙ୍ଗ ନେଇ ଇରାନୀ ପ୍ରେସମିଟ୍ କରିବା ସହ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ତୀକ୍ଷ୍ଣ ସମାଲୋଚନା କରିଥିଲେ । କଂଗ୍ରେସ ଏବେେ ତାଙ୍କ ଭାବମୂର୍ତ୍ତି ବିଗାଡିବା ପାଇଁ ତାଙ୍କ ଝିଅକୁ ବଦନାମ କରିଥିବା ଇରାନୀ କହିଛନ୍ତି । ସେ ଏହା ବିରୋଧରେ ଆଇନଗତ ଲଢେଇ ଲଢିବେ ବୋଲି ସେ ସିଧା ଚେତାବନୀ ମଧ୍ୟ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ