ETV Bharat / bharat

ଆତଙ୍କୀ ଟାର୍ଗେଟରେ ଛାବ୍ରା ହାଉସ ! ଗିରଫ ଆତଙ୍କୀଙ୍କଠୁ ମିଳିଲା ସାଟେଲାଇଟ୍‌ ଫଟୋ

author img

By

Published : Jul 29, 2023, 8:14 PM IST

ଆତଙ୍କୀ ଟାର୍ଗେଟରେ ଦକ୍ଷିଣ ମୁମ୍ବାଇରେ ଥିବା ଛାବ୍ରା ହାଉସ ! ନିକଟରେ ପୁଣରୁ ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କ ଠାରୁ ସାଟେଲାଇଟ ଫଟୋ ଜବତ ପରେ ବଢିଲା ସୁରକ୍ଷା । ଅଧିକ ପଢନ୍ତୁ

ଆତଙ୍କୀ ଟାର୍ଗେଟରେ ଛାବ୍ରା ହାଉସ ! ଗିରଫ ଆତଙ୍କୀଙ୍କଠାରୁ ମିଳିଲା ସାଟେଲାଇଟ୍‌ ଫଟୋ

ମୁମ୍ବାଇ: ଛାବ୍ରା ହାଉସରେ ସମ୍ଭାବ୍ୟ ଆତଙ୍କୀ ହମଲା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ । ନିକଟରେ ପୁଣେରେ ଗିରଫ ହୋଇଥିବା 2 ଆତଙ୍କୀଙ୍କଠାରୁ ଜବତ ହୋଇଛି ଛାବ୍ରା ହାଉସର ସାଟେଲାଇଟ ଫଟୋ । ସେମାନଙ୍କଠାରୁ ଫଟୋ ଜବତ ହେବା ପରେ ସେମାନଙ୍କ ସମ୍ଭାବ୍ଯ ଆକ୍ରମଣ ତାଲିକାରେ ଛାବ୍ରା ହାଉସ ଥିବା ସନ୍ଦେହେ ବଢିଛି । 26/11 ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ମଧ୍ୟ ଦକ୍ଷିଣ ମୁମ୍ବାଇର ହୋଟେଲ ତାଜ ନିକଟରେ ଥିବା ଏହି ଛାବ୍ରା ହାଉସରରେ ଆକ୍ରମଣ ହୋଇଥିଲା । ଏବେ ପୁଣେରେ ଗିରଫ ଦୁଇ ଆତଙ୍କୀଙ୍କ ନିକଟରେ ଛାବ୍ରା ହାଉସର ଫଟୋ ମିଳିଛି । ମୁମ୍ବାଇ ପୋଲିସ ସମଗ୍ର ସହର ସମେତ ଛାବ୍ରା ହାଉସରରେ ସୁରକ୍ଷା ବ୍ୟବସ୍ଥା ବଢାଇଛି ।

ଆତଙ୍କୀ ଟାର୍ଗେଟରେ ଛାବ୍ରା ହାଉସ, ବଢିଲା ସୁରକ୍ଷା

ନିକଟରେ ପୁଣେରେ ଦୁଇ ସନ୍ଦିଗ୍ଧ ଆତଙ୍କୀ ମହମ୍ମଦ ଇମ୍ରାନ ୟୁନୁସ ଖାନ ଓ ମହମ୍ମଦ ୟାକ୍ୟୁବ ସାକିକୁ ଗିରଫ କରାଯାଇଥିଲା । ଉଭୟ ରାଜସ୍ଥାନର ବାସିନ୍ଦା ହୋଇଥିବା ବେଳେ ରାଜସ୍ଥାନରେ ହିଁ ଆକ୍ରମଣ ଘଟାଇବା ପାଇଁ ଷଡଯନ୍ତ୍ର ରଚିଥିଲେ । ଏମାନଙ୍କୁ ଜେରା ପରେ ଏମାନଙ୍କଠାରୁ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସ ଓ ମୁମ୍ବାଇ ଏଟିଏସ ହାତରେ ଲାଗିଥିଲା । ଏହି କ୍ରମରେ ଏହି ଦୁଇ ଆତଙ୍କୀଙ୍କଠାରୁ ଛାବ୍ରା ହାଉସର ଗୁଗୁଲରୁ ସଂଗ୍ରହ କରାଯାଇଥିବା ଉପଗ୍ରହ ଫଟୋ ମଧ୍ୟ ମିଳିଥିଲା । ଛାବ୍ର ହାଉସ ମଧ୍ୟ ଏହି ଆକ୍ରମଣର ସମ୍ଭାବ୍ୟ ତାଲିକାରେ ଥିବା ଏଟିଏସ ସନ୍ଦେହ କରିବା ପରେ ଆଜି ଛାବ୍ରା ହାଉସ ସମେତ ଦକ୍ଷିଣ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି । ଦୁଇ ଗିରଫ ସନ୍ଦିଗ୍ଧ ଆତଙ୍କୀ ରାଜସ୍ଥାନ ରତଲାମର ବାସିନ୍ଦା । ସେମାନେ କେଉଁ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ଥିଲେ, ସେନେଇ ପୋଲିସ କିମ୍ବା ଏଟିଏସ ସୂଚନା ଦେଇନାହିଁ । ଉଭୟଙ୍କୁ ଜେରା ଜାରି ରହଛି ।

ଏହା ମଧ୍ୟ ପଢନ୍ତୁ:- Up: ଯୁବକଙ୍କୁ ଲଣ୍ଡା କରି ପରିସ୍ରା ପିଆଇଲେ କିନ୍ନର, ଭିଡିଓ ଭାଇରାଲ ପରେ 5 ଗିରଫ

2008 ମସିହା 26/11 ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣ ଦେଶର ସବୁଠୁ ବଡ ଆତଙ୍କୀ ଆକ୍ରମଣ ଥିଲା । ଏଥିରେ ପ୍ରାୟ 2ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ସାଧାରଣ ଲୋକଙ୍କ ସହ ମୁମ୍ବାଇ ପୋଲିସ କର୍ମୀ, ଏଟିଏସ ସଦସ୍ୟ ଓ ଏନଏସଜି କମାଣ୍ଡୋ ମଧ୍ୟ ରହିଥିଲେ । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଦକ୍ଷିଣ ମୁମ୍ବାଇରେ ଥିବା ପ୍ରସିଦ୍ଧ ତାରକା ହୋଟେଲ ତାଜ । ଏହି ଆକ୍ରମଣ ପାକିସ୍ତାନରୁ ରଚାଯାଇଥିଲା । ଏଥିରେ 10ଜଣ ଆତଙ୍କୀ ସାମିଲ ଥିବା ବେଳେ ଜଣେ ଜୀବିତ ଆତଙ୍କୀ ଅଜମଲ କସାବକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଆତଙ୍କୀଙ୍କୁ ନିପାତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.