ଚଣ୍ଡିଗଡ଼: ଲୁଟେରାଙ୍କ କବଳରୁ ବ୍ୟାଙ୍କକୁ ସୁରକ୍ଷା ଯୋଗାଉଥିବା ସିକ୍ୟୁରିଟି ଗାର୍ଡ ଶେଷରେ ନିଜେ ସାଜିଲା ଲୁଟେରା । ବ୍ୟାଙ୍କରେ କଳା କନା ବୁଲାଇ ଲୁଟି ନେଲା 4 କୋଟିରୁ ଊର୍ଦ୍ଧ୍ବ ଟଙ୍କା । ଏଭଳି ଘଟଣା ରବିବାର ଚଣ୍ଡିଗଡ଼ର ସେକ୍ଟର 34ଏରେ ଥିବା ଆକ୍ସିସ ବ୍ୟାଙ୍କରେ ଦେଖିବାକୁ ମିଳିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସିକ୍ୟୁରିଟି ଗାର୍ଡ ଜଣକ ଫେରାର ଥିବା ଜଣାପଡିଛି ।
ରବିବାର ପ୍ରାୟ ସନ୍ଧ୍ୟା 5ଟା 30ମିନିଟ ସମୟରେ ବ୍ୟାଙ୍କରୁ 4.04 କୋଟି ଟଙ୍କାର ହିସାବ ମିଳିଲା ନାହିଁ । ତେବେ ଏ ସମ୍ପର୍କରେ ବ୍ୟାଙ୍କ ଅବଗତ ହେବା ପରେ ସେଠାରେ କାର୍ଯ୍ୟ କରୁଥିବା ନିଖୋଜ ସିକ୍ୟୁରିଟି ଗାର୍ଡ ଉପରେ ସନ୍ଦେହ ଆସିଥିଲା । ବ୍ୟାଙ୍କ ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ କରୁଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡରେ ବ୍ୟାଙ୍କରୁ ଲୁଟ କରିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅଭିଯୁକ୍ତ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ।
@ANI