ETV Bharat / bharat

ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢ଼ି ମାଇକ ଭାଙ୍ଗିଲେ TRS ସମର୍ଥକ

author img

By

Published : Sep 9, 2022, 6:02 PM IST

Updated : Sep 9, 2022, 7:13 PM IST

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସୁରକ୍ଷାରେ ଅବହେଳା । ଜଣେ ରାଜନୈତିକ ଦଳର କର୍ମୀ ହିମନ୍ତ ବିଶ୍ବଶର୍ମାଙ୍କ ମଞ୍ଚ ଉପରକୁ ଚଢ଼ି ମାଇକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଅଧିକ ପଢ଼ନ୍ତୁ

security breach in Assam CM rally a political worker tried to break mike in Stage in Hyderabad
ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢ଼ି ମାଇକ ଭାଙ୍ଗିଲେ ଜଣେ ବ୍ୟକ୍ତି

ହାଇଦ୍ରାବାଦ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସୁରକ୍ଷାରେ ତ୍ରୁଟି । ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାବେଳେ ଏବେ ଘନଘନ ଗସ୍ତ କରୁଛନ୍ତି ବିରୋଧୀ ବିଜେପି ନେତାଏ । ବିଧାନସଭା ନିର୍ବାଚନକୁ ନେଇ ତେଲେଙ୍ଗାନାରେ ରାଜନୈତିକ ମାହୋଲ ସରଗରମ ରହିଛି । ଏହି କ୍ରମରେ ଆଜି ହେମନ୍ତ ବିଶ୍ବଶର୍ମା ହାଇଦ୍ରାବାଦ ଗସ୍ତ କରି ଏକ ସଭାକୁ ସମ୍ବୋଧନ କରୁବାକୁ ଥିବାବେଳେ ଜଣେ ରାଜନୈତିକ ଦଳର କର୍ମୀ ମଞ୍ଚ ଉପରକୁ ଚଢ଼ି ମାଇକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ହିମନ୍ତ ବିଶ୍ବଶର୍ମାଙ୍କ ମାଇକ ଭାଙ୍ଗିବାକୁ ବ୍ୟକ୍ତିଜଣକ ଚେଷ୍ଟା କରୁଥିବାବେଳେ, ପାଖରେ ଥିବା ଅନ୍ୟ ବିଜେପି ନେତାଏ ତାଙ୍କୁ କାବୁ କରିଥିଲେ । ଏହାପରେ ତାଙ୍କୁ ପୋଲିସ ଜିମାରେ ଦେଇଛନ୍ତି । ଏହାପୂର୍ବରୁ ହିମନ୍ତ ବିଶ୍ବଶର୍ମା ହାଇଦ୍ରାବାଦସ୍ଥିତ ମହାଲକ୍ଷ୍ମୀ ମନ୍ଦିରରେ ମାଆଙ୍କ ଦର୍ଶନ କରି ତେଲେଙ୍ଗାନା ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ।

ହିମନ୍ତ ବିଶ୍ବଶର୍ମା କହିଥିଲେ, "ଏକ ସରକାର ସବୁବେଳେ ଦେଶ ପାଇଁ, ଦେଶର ଲୋକଙ୍କ ପାଇଁ କାମ କରିବା ଦରକାର, କୌଣସି ପରିବାର ପାଇଁ ନୁହେଁ । ଦେଶର ରାଜନୀତିରେ କେବଳ ଦୁଇ ପ୍ରକାର ସାମୁଖ୍ୟ ତିଷ୍ଠି ପାରିଛନ୍ତି । ଜଣେ ହେଉଛି ଉଦାରବାଦୀ ଓ ଆଉ ଜଣେ ହେଉଛନ୍ତି ରୁଢ଼ିବାଦୀ । ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବା ନିତାନ୍ତ ଆବଶ୍ୟକ ।"

ଏଭଳି କହି ତେଲେଙ୍ଗାନାର ଶାସକ ଦଳ TRS ଓ ଏହାର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ହିମନ୍ତ ବିଶ୍ବଶର୍ମା । ତେବେ ମଞ୍ଚକୁ ଉଠି ବ୍ୟକ୍ତି ଜଣକ ମାଇକ ଭାଙ୍ଗିବାକୁ ଚେଷ୍ଟା କରିବା ପରେ ହିମନ୍ତ ବିଶ୍ବଶର୍ମାଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ବ୍ୟକ୍ତି ଜଣକ TRS ସମର୍ଥକ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Last Updated : Sep 9, 2022, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.