ETV Bharat / bharat

PM Modi Security breach: ରୋଡ ଶୋ' ବେଳେ କାରକେଡକୁ ପଶି ଆସିଲା ଯୁବକ - କାରକେଡକୁ ପଶି ଆସିଲା ଅଜଣା ଯୁବକ

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟି । ରୋଡ ଶୋ' ବେଳେ କାରକେଡକୁ ପଶିବାକୁ ଉଦ୍ୟମ କରୁଥିବା ଯୁବକ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ

PM Security breach
PM Security breach
author img

By

Published : Mar 25, 2023, 8:25 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟି । ଦେବାନଗିରିରେ ମୋଦିଙ୍କ ରୋଡ ଶୋ' ସମୟରେ ଜଣେ ଯୁବକ କାରକେଡ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଉକ୍ତ ଯୁବକକୁ କାବୁ କରିବାରେ ସଫଳ ହେବା ସହିତ ତାକୁ ଅଟକ ରଖିଥିବା ଜଣାପଡ଼ିଛି । ଏନେଇ ଏକ ଭିଡିଓ ସାମନାକୁ ଆସିଥିବା ବେଳେ ଯୁବକ ଜଣକ ସମସ୍ତ ପ୍ରୋଟକଲ ଭାଙ୍ଗି ମୋଦିଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବାର ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

  • #WATCH | Karnataka: Security breach during PM Modi's roadshow in Davanagere, earlier today, when a man tried to run towards his convoy. He was later detained by police.

    (Visuals confirmed by police) pic.twitter.com/nibVxzgekz

    — ANI (@ANI) March 25, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ' ବେଳେ ରାସ୍ତାର ଦୁଇ ପାର୍ଶ୍ବରେ ଅନେକ ପ୍ରଶଂସକ ଏକଜୁଟ ହୋଇ ମୋଦିଙ୍କୁ ସ୍ବାଗତ କରିଥିଲେ । ଏହି ଭିଡ଼ ଭିତରୁ ଜଣେ ଯୁବକ ମୋଦିଙ୍କ କାରକେଡ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ସମସ୍ତ ପ୍ରୋଟକଲ ଭାଙ୍ଗି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲା । ନିଜ ପ୍ରଚେଷ୍ଟାରେ ସଫଳ ହେବା ପୂର୍ବରୁ ସୁରକ୍ଷାକର୍ମୀମାନେ ତାକୁ କାବୁ କରିନେଇଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଉକ୍ତ ଯୁବକର ସମ୍ପୂର୍ଣ୍ଣ ପରିଚୟ ମିଳିନଥିବା ବେଳେ ପୋଲିସ ତାକୁ ଅଟକ ରଖିଛି ।

ଏହା ବି ପଢନ୍ତୁ- କାଶ୍ମୀର ସୌନ୍ଦର୍ଯ୍ୟରେ ବିଭୋର ହେବେ ଟ୍ରେନଯାତ୍ରୀ, ୨୦୨୪ ସୁଦ୍ଧା ସରିବ ନିର୍ମାଣ କାର୍ଯ୍ୟ

ସୂଚନା ଥାଉକି, ଶନିବାର ମୋଦି କର୍ଣ୍ଣାଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ମେଟ୍ରୋ ରେଳ ଲାଇନର ସମେତ ମେଡିକାଲ କଲେଜକୁ ମଧ୍ୟ ଉଦଘାଟନ କରିଛନ୍ତି । ମୋଦି ରାଜଧାନୀ ବେଙ୍ଗାଲୁରୁ ସ୍ଥିତ କାଡୁଗୋଡିରୁ କ୍ରିଷ୍ଣାରାଜାପୁରମ ମେଟ୍ରୋ ଲାଇନର ଉଦଘାଟନ କରିଛନ୍ତି । ଏହି ମେଟ୍ରୋ ଲାଇନର ପ୍ରାୟ ୧୨ଟି ଷ୍ଟେସନ ରହିଥିବା ବେଳେ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୪୨୪୯ କୋଟି ଟଙ୍କା । ମୋଦି ଉଦଘାଟନ ସମୟରେ ଏହି ରେଳ ଲାଇନରେ ରେଳ କର୍ମଚାରୀ ଓ କିଛି ଛାତ୍ରଙ୍କ ସହିତ ଏକ ଜଏ ରାଇଡ କରିଥିବା ଦେଖିବାକୁ ମିଳିଥିଲା ।

ଏହି ଗସ୍ତ ବେଳେ ମୋଦି ଶ୍ରୀମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (SMSIMSR) କଲେଜର ଉଦଘାଟନ କରିଥିଲେ । ମେଡିକାଲ ପାଠ୍ୟକ୍ରମକୁ ଭାରତୀୟ ଭାଷାରେ ପଢାଇବା ଲାଗି ବିଜେପି ସରକାର ଉଦ୍ୟମ କରୁଥିବା ମୋଦି କହିଥିଲେ । ଇଂରାଜୀ ଭାଷାରେ ପାଠ ପଢାଯାଉଥିବା ଯୋଗୁଁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମେଡିକାଲ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଥିଲାଗି ଭାରତୀୟ ଭାଷାରେ ଉଚ୍ଚ ଶିକ୍ଷା ଯୋଗାଇ ଦେବା ଲାଗି ବିଜେପି ସରକାର କାର୍ଯ୍ୟ କରୁଥିବା ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.