ଜୟପୁର: କାଶ୍ମୀର ପଣ୍ଡିତଙ୍କ କାହାଣୀକୁ ନେଇ ଆଧାରିତ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ବାଦ ବିବାଦ ଲାଗି ରହିଛି । ରାଜସ୍ଥାନ କୋଟାରେ ଆଜିଠୁ ଏପ୍ରିଲ ୨୧ ଯାଏଁ ୧୪୪ ଧାରା ଲାଗୁ ହୋଇଛି । ଦ କାଶ୍ମୀର ଫାଇଲ୍ସ ଫିଲ୍ମ ସ୍କ୍ରିନିଂ ସହ ଆଇନ ବ୍ୟବସ୍ଥା ପାଇଁ କୋଟା ଜିଲ୍ଲାପାଳ ଏହି ଆଦେଶ ଦେଇଛନ୍ତି । ଯାହାକୁ ଫିଲ୍ମ ନିର୍ମାତା ବିବେକ ଅଗ୍ନହୋତ୍ରୀ ବିରୋଧ କରିଛନ୍ତି ।
-
क्या यह सही है? https://t.co/7OXwrU8FzC
— Vivek Ranjan Agnihotri (@vivekagnihotri) March 22, 2022 " class="align-text-top noRightClick twitterSection" data="
">क्या यह सही है? https://t.co/7OXwrU8FzC
— Vivek Ranjan Agnihotri (@vivekagnihotri) March 22, 2022क्या यह सही है? https://t.co/7OXwrU8FzC
— Vivek Ranjan Agnihotri (@vivekagnihotri) March 22, 2022
କୋଟାରେ ସାମ୍ପ୍ରଦାୟିକ ସୌହାଦ୍ୟ ଜାରି ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏକମାସ ପାଇଁ ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଛି । ଆଗକୁ ମହାବୀର ଜୟନ୍ତୀ, ଗୁଡ ଫ୍ରାଇଡେ, ଜୁନାତୁଲା ବିଦା, ବୈଶାଖୀ ଏବଂ ଅନ୍ୟାନ୍ୟ ପର୍ବ ଆସୁଛି । ସିନେମା ହଲମାନଙ୍କରେ ଦ କାଶ୍ମୀର ଫାଇଲ୍ସ ଫିଲ୍ମ ପଡିଛି । ତେଣୁ ଆଇନ ବ୍ୟବସ୍ଥା ବଳବତ୍ତର ରଖିବାକୁ ଭିଡ, ଧାରଣା, ବିକ୍ଷୋଭ ପ୍ରଦର୍ଶନ ଓ ସଭା ଉପରେ ରୋକ ଲଗାଯାଇଛି ।
ଅନ୍ୟପଟେ ଆଜି କୋଟା ଉତ୍ତରରେ ଭାଜପାର ମହିଳା କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବାର ଥିଲା । ୧୪୪ ଧାର ଲାଗୁ ହେବା ଫଳରେ ଏହା ମଧ୍ୟ ପ୍ରଭାବିତ ହେବ । ଏ ନେଇ ବିଜେପି ପୂର୍ବ ବିଧାୟକ ଗୁଜଲ କହିଛନ୍ତି କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ କାହିଁକି ୧୪୪ ଧାରା ଲାଗୁ ହୋଇଛି । ପୂର୍ବରୁ ମଧ୍ୟ ଏପରି ହୋଇଛି । ଯାହା ବି ହୋଇଯାଉ ଆମ ପ୍ରଦର୍ଶନ ବାହାରିବ ଏହି ପ୍ରକାର ଧାରାକୁ ଆମେ ଡରିନାହୁଁ ବୋଲି କହିଛି ବିଜେପି ।
ଏ ନେଇ ଦ କାଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମାମଲାରେ ଆଲୋଚନା କରିବାକୁ କହିଛନ୍ତି । ଟ୍ବିଟ କରି ବିବେକ କହିଛନ୍ତି ଅନୁରାଗଜୀ ଯଦି ଲୋକତନ୍ତ୍ରରେ ନ୍ୟାୟର ଅଧିକାର ପାଇଁ ତିଆରି ଫିଲ୍ମକୁ ରାଜ୍ୟ ହିଁ ଗ୍ରହଣ କରୁନାହିଁ ତେବେ ନ୍ୟାୟ ବିଷୟରେ ଆମେ କଣ ଭାବିବୁ । ସେହିପରି ରାଜସ୍ଥାନ ସିଏମଙ୍କୁ ଲେଖିଛନ୍ତି ଆଶୋକ ଗେହେଲଟଜୀ, ଆତଙ୍କବାଦୀଙ୍କର ଗୋଟିଏ ହିଁ ତାକତ ଅଛି ଯେ ସେମାନେ ଆତଙ୍କ ସୃଷ୍ଟି କରନ୍ତି ଏବଂ ଆମେ ଡରିଯାଉ । ଦର୍ଶକଙ୍କୁ ସେ କହିଛନ୍ତି ବର୍ତ୍ତମାନ ଆପଣଙ୍କ ନ୍ୟାୟର ସମୟ ।