ETV Bharat / bharat

ଆଜି ଯନ୍ତରମନ୍ତରରେ ଚାଷୀଙ୍କ ବିକ୍ଷୋଭ, ସିଂଘୁ ସୀମାରେ କଡାକଡି ସୁରକ୍ଷା ବ୍ୟବସ୍ଥା - ସିଂଘୁ ସୀମା

ଆଜି ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ କରିବେ ଚାଷୀ । ଏନେଇ ସିଂଘୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଅଧିକ ପଢନ୍ତୁ

ଆଜି ଦିଲ୍ଲୀରେ ଚାଷୀଙ୍କ ବିକ୍ଷୋଭ, ସିଙ୍ଘୁ ସୀମାରେ କଡାକଡି ସୁରକ୍ଷା

author img

By

Published : Aug 22, 2022, 9:23 AM IST

ନୂଆଦିଲ୍ଲୀ: ଆଜି (ସୋମବାର) ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ କରିବେ ଚାଷୀ । ବେକାରୀ ସମସ୍ୟା ନେଇ ସ୍ବର ଉଠାଇବେ ଶତାଧୀକ ଚାଷୀ । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି (Security tightened at Delhi Singhu border) । ସିଂଘୁ ସୀମା, ଟିକ୍ରି ଓ ଗାଜିପୁରରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଦିଲ୍ଲୀ ହରିୟାଣା ଟିକ୍ରି ସୀମାରେ ଅଧିକ ସୁରକ୍ଷା ବ୍ୟବସ୍ଥା ହୋଇଛି । ଦିଲ୍ଲୀ ପୋଲିସ ଗାଜିପୁର ସୀମାରେ ଚାଷୀ ନେତା ତଥା ଭାରତୀୟ କିଶାନ ସଂଘର ମୁଖପାତ୍ର ରାକେଶ ଟିକାୟତଙ୍କୁ ଗତକାଲି (ରବିବାର) ଅଟକ ରଖିଥିଲା । ସେ ଯନ୍ତରମନ୍ତରରେ ହେବାକୁ ଥିବା ବିକ୍ଷୋଭ ପାଇଁ ଯାଉଥିଲେ। ଅଟକର କିଛି ସମୟ ପରେ ତାଙ୍କୁ ମଧୁବିହାର ଥାନାକୁ ନିଆଯାଇଥିଲା । ରାକେଶ ଟିକାୟତ ଟ୍ୱିଟ୍ କରି କହିଥିଲେ 'ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ ଚାଷୀଙ୍କ ସ୍ୱରକୁ ଦମନ କରିପାରିବ ନାହିଁ । ଏହି ଗିରଫଦାରୀ ବିପ୍ଳବ ଆଣିବ । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହି । ନା ଅଟକିବୁ, ନା ଥକିବୁ ନା ନଇଁବୁ ।''

ଏହା ବି ପଢନ୍ତୁ...ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜୁନିୟର NTR

ଏହା ପୂର୍ବରୁ ଅଗଷ୍ଟ ୧୮ରୁ ଭାରତୀୟ କିଶାନ ସଂଘ ୟୁପିର ଲଖିମପୁର-ଖେରୀ ମାମଲାକୁ ନେଇ ୭୫ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସେମାନେ ବିଚାରାଧୀନ ଦାବି ଗୁଡ଼ିକ ପୂରଣ କରିବାକୁ ଦାବି କରିଛନ୍ତି । ଏହି ପ୍ରଦର୍ଶନରେ ଭାରତୀୟ କିଶାନ ୟୁନିଅନର ନେତା ରାକେଶ ଟିକାୟତ ମଧ୍ୟ ଅଂଶଗ୍ରହଣ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.