ETV Bharat / bharat

ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ବୈଦେଶିକ ସଚିବ

author img

By

Published : Mar 28, 2022, 4:44 PM IST

ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ବୈଦେଶିକ, କମନୱେଲଥ ଏବଂ ବିକାଶ ବ୍ୟାପାର ସଚିବ ତଥା ମହିଳା ଏବଂ ସମାନତା ମନ୍ତ୍ରୀ ଏଲିଜାବେଥ ଟ୍ରୁସ୍‌ । ସେ ଆସନ୍ତା ୩୧ ତାରିଖରେ ଭାରତରେ ପହଞ୍ଚିବେ । ତେବେ ଏହା ତାଙ୍କର ସରକାରୀ ଗସ୍ତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଭାରତ ଗସ୍ତରେ ବ୍ରିଟେନ ବୈଦେଶିକ ସଚିବ, ଦ୍ବିପାକ୍ଷିକ ସମସ୍ୟା ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ୍‌ ବୈଦେଶିକ, କମନୱେଲଥ ଏବଂ ବିକାଶ ବ୍ୟାପାର ସଚିବ ତଥା ମହିଳା ଏବଂ ସମାନତା ମନ୍ତ୍ରୀ ଏଲିଜାବେଥ ଟ୍ରୁସ୍‌ । ସେ ଆସନ୍ତା ୩୧ ତାରିଖରେ ଭାରତରେ ପହଞ୍ଚିବେ । ତେବେ ଏହା ତାଙ୍କର ସରକାରୀ ଗସ୍ତ ହୋଇଥିବା ଜଣାପଡିଛି ।

ସେହିପରି ତାଙ୍କର ଏହି ଗସ୍ତରେ ଭାରତ ଓ ବିଟ୍ରେନ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ବିଷୟରେ ଆଲୋଚନା କରାଯିବ । ଏହି ଗସ୍ତ ସମୟରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ତାଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ବିଷୟରେ ଆଲୋଚନା କରିବେ । ଏଥିସହ ଭାରତର ଥିବା ବିଭିନ୍ନ ସମସ୍ୟା ଓ ଅନ୍ତର୍ଜାତୀୟ ସ୍ତରର ଥିବା ସମସ୍ୟା ଉପରେ ଟ୍ରୁସ୍‌ ଏବଂ ଜୟଶଙ୍କର ବିସ୍ତୃତ ଭାବେ ଆଲୋଚନା କରିବେ ।

ସେହିଭଳି ଏଲିଜାବେଥ୍‌ ଟ୍ରୁସ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଉଦ୍‌ଘାଟନ ହେବାକୁ ଥିବା ଇଣ୍ଡିଆ-ୟୁକେ ଷ୍ଟ୍ରାଟେଜିକ ଫ୍ୟୁଚର ଫୋରମରେ ଯୋଗ ଦେବେ । ତେବେ ଏହାକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ୱାର୍ଲ୍ଡ ଆଫେୟାର୍ସ ଏବଂ ପଲିସି ଏକ୍ସଚେଞ୍ଜ, ବ୍ରିଟେନ ଆୟୋଜନ କରିଛି । ଏଥିରେ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଟ୍ରୁସ୍‌ଙ୍କ ଏହା ଦ୍ବିତୀୟ ଭାରତ ଗସ୍ତ ହେବ । ତେବେ ଏହି ଭର୍ଚ୍ଚୁଆଲ ସମିଟ୍‌ରେ ବିକାଶ ସହ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନ ହେବ । ଏଥିସହ ୨୦୩୦ ପର୍ଯ୍ୟନ୍ତ ହୋଇଥିବା ରୋଡମ୍ୟାପର ସବିଶେଷ ତଥ୍ୟ ଉପସ୍ଥାପନ କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.