ETV Bharat / bharat

ପ୍ରଥମ ଥର ଚଣ୍ଡୀଗଡ PGIMER ପାଇଲା ୧୦ କୋଟିର ଗୁପ୍ତ ଦାନ

ପ୍ରତିଷ୍ଠିତ ମେଡିକାଲ ସଂସ୍ଥାନ PGIMER ଇତିହାସରେ ପ୍ରଥମ । ଚଣ୍ଡୀଗଡ ସ୍ଥିତ PGIMER ଫଣ୍ଡକୁ ୧୦ କୋଟିର ଗୁପ୍ତ ଦାନ ଦେଲେ ଡାକ୍ତର । ଅଧିକ ପଢନ୍ତୁ

ପ୍ରଥମ ଥର ଚଣ୍ଡୀଗଡ PGIMER ପାଇଲା ୧୦ କୋଟିର ଗୁପ୍ତ ଦାନ
ପ୍ରଥମ ଥର ଚଣ୍ଡୀଗଡ PGIMER ପାଇଲା ୧୦ କୋଟିର ଗୁପ୍ତ ଦାନ
author img

By

Published : Sep 16, 2022, 2:14 PM IST

ଚଣ୍ଡୀଗଡ: ଚଣ୍ଡୀଗଡ ସ୍ଥିତ PGIMERକୁ(Postgraduate Institute of Medical Education and Research) ମିଳିଲା ୧୦ କୋଟିର ଗୁପ୍ତଦାନ । PGIMER ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ଦାନ ମିଳିଛି । ଜଣେ ଡାକ୍ତର ଏହି ବୃହତ୍ ରାଶି ଦାନ କରିଛନ୍ତି । ଡାକ୍ତର ଜଣକ ଅନ୍ୟ କେହି ନୁହଁନ୍ତି, ଏହି ପ୍ରତିଷ୍ଠିତ ମେଡିକାଲ ସଂସ୍ଥାନ ସହ ଜଡିତ ଜଣେ ଡାକ୍ତର ବୋଲି ସୂଚନା ମିଳିଛି । ହେଲେ ସେ ନିଜ ନାମ ସାର୍ବଜନୀନ କରିବାକୁ ଚାହୁଁନଥିବା ଯୋଗୁଁ ତାଙ୍କ ପରିଚୟ ଗୋପନ ରଖାଯାଇଛି ।

ଯାହା ସୂଚନା ମିଳିଛି, ଡାକ୍ତର ଜଣକ ପୂର୍ବରୁ PGIMERର କୌଣସି ବିଭାଗର ଏଚଓଡି(HOD) ଥିଲେ । ନିକଟରେ PGIMERରେ ତାଙ୍କ ଝିଆରୀଙ୍କ କିଡନୀ ପ୍ରତିରୋପଣ ହୋଇଥିଲା । ଏହି ସମୟରେ ସମ୍ପୃକ୍ତ ଡାକ୍ତର ମେଡିକାଲରେ ରୋଗୀଙ୍କ ସମସ୍ୟା ଦେଖି ବିଚଳିତ ହୋଇଥିଲେ । ତେଣୁ ରୋଗୀମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ସେ ମେଡିକାଲକୁ ୧୦ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହି ଡାକ୍ତରଙ୍କ ପୂର୍ବରୁ ୨୦୨୦ ବର୍ଷ ଏଚକେ ଦାସ ପରିବାର PGIMERକୁ ସର୍ବାଧିକ ୫୦ ଲକ୍ଷ ଟଙ୍କା ଦାନ ଦେଇଥିଲେ ।

ଗତ ୬୦ ବର୍ଷର ପିଜିଆଇଏମଇଆ ଇତିହାସରେ ଆଜି ପର୍ଯ୍ୟନ୍ତ କେହି ଏତେ ଟଙ୍କା ଦାନ କରିନଥିଲେ । ଦାତା ନିଜ ନାମକୁ ଗୋପନ ରଖିବାକୁ ଚାହୁଁଥିବାରୁ ସଂସ୍ଥାନ ପକ୍ଷରୁ ତାଙ୍କର ପରିଚୟ ସାର୍ବଜନୀନ କରାଯାଇ ନାହିଁ ।

ଏହାମଧ୍ୟ ପଢନ୍ତୁ: ବିହାର ଗୁଳିମାଡ ଘଟଣା: ପୋଲିସ କବ୍‌ଜାରେ ୪ ସାଇକୋ କିଲର

PGIMERରେ କିଡନୀ ପ୍ରତିରୋପଣ ପାଇଁ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଦୃଷ୍ଟିରୁ ୧୦ କୋଟିରେ ମୋଟ ୪୫୦ ଜଣ ରୋଗୀଙ୍କ କିଡନୀ ପ୍ରତିରୋପଣ ହୋଇପାରିବ ବୋଲି କୁହାଯାଇଛି । ସାଧାରଣତଃ ରୋଗୀଙ୍କ ଚିକିତ୍ସା ଲାଗି ପିଜିଆଇ Poor Free Fund ଜରିଆରେ ଅନଲାଇନ ସହୟତା ହାସଲ କରିଥାଏ । ୨୦୧୭-୧୮ ମସିହାରେ ଏହି ଫଣ୍ଡ ୨.୫ କୋଟି ଟଙ୍କା ଗ୍ରହଣ କରିଥିଲା । ସେହିପରି ୨୦୨୧-୨୨ରେ ଫଣ୍ଡକୁ ୨.୩ କୋଟି ଟଙ୍କା ଆସିଥିଲା । ଏହି ଅର୍ଥରେ ଅସହାୟ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.