ETV Bharat / bharat

Budget session: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

author img

By

Published : Mar 14, 2022, 7:20 AM IST

ଆଜିଠୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ ( second part Budget session of Parliament to start from today) । କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ପରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ ( second part Budget session of Parliament to start from today) । କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ପରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ୮ ଯାଏଁ ଚାଲିବ ଅଧିବେଶନ । ଏହି ପର୍ଯ୍ୟାୟରେ ୧୯ଟି କାର୍ଯ୍ୟ ଦିବସ ରହିଛି । ବେରୋଜଗାର, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହ୍ରାସ ଏବଂ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଆଦି ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବ ବିରୋଧୀ ।

ପର୍ଯ୍ୟାୟ ଆରମ୍ଭରୁ ସରକାର ସଂସଦରେ ବଜେଟ ପ୍ରସ୍ତାବଗୁଡିକୁ ଅନୁମୋଦନ କରିବେ । ଏହା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଲୋକସଭାରେ ବଜେଟ ଉପସ୍ଥାପନ କରିବେ । ଏହା ବ୍ୟତୀତ ସରକାର ସମ୍ବିଧାନ (ଅନୁସୂଚିତ ଜନଜାତି) ନିର୍ଦ୍ଦେଶାବଳୀ (ସଂଶୋଧନ) ବିଲ୍ ଲୋକସଭାରେ ଗୃହୀତ କରାଇବା ପାଇଁ ତାଲିକାଭୁକ୍ତ କରିଛନ୍ତି । ମହାମାରୀ ସଂକ୍ରମଣ କମିଥିବାରୁ ଉଭୟ ଗୃହରେ ସକାଳ ୧୧ଟାରୁ ଏକାସଙ୍ଗେ ଆରମ୍ଭ ହେବ ଅଧିବେଶନ ।

ମୋଦି ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହିଁ ନାହାନ୍ତି ବିରୋଧୀ । କଂଗ୍ରେସ ସମେତ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିବାକୁ ପ୍ରସ୍ତୁତ । ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ସରକାର ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି ।

ପ୍ରକାଶ ଥାଉ କି ଜାନୁଆରୀ ୨୯ରୁ ଫେବୃଆରୀ ୧୧ ଯାଏଁ ଭଭୟ ଗୃହରେ ଅଲଗା ଅଲଗା ସିଫ୍ଟରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ହୋଇଥିଲା । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ବେଜେଟ ଉପସ୍ଥାପନ କରିଥିଲେ । ଏଥିରେ ୧୦ଟି କାର୍ଯ୍ୟ ଦିବସ ରହିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.