ETV Bharat / bharat

Sikkim Flash Flood: ସିକ୍କିମ ବନ୍ୟାରେ ମୃତ୍ୟୁସଂଖ୍ୟା 26କୁ ବୃଦ୍ଧି, ଏବେ ବି 142 ନିଖୋଜ - ସିକ୍କିମ ବନ୍ୟା

ସିକ୍କିମ ବନ୍ୟାରେ ଏବେ ସୁଦ୍ଧା 26 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 142 ଜଣ ନିଖୋଜ ଅଛନ୍ତି। ଅଧିକ ପଢନ୍ତୁ

sikkim flash flood
sikkim flash flood
author img

By ETV Bharat Odisha Team

Published : Oct 7, 2023, 12:17 PM IST

ଗ୍ୟାଙ୍ଗଟକ: ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ବନ୍ୟାରେ ଏବେ ସୁଦ୍ଧା 26 ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ 7 ଜଣ ଯବାନ ଅଛନ୍ତି । ଏବେ ବି 142 ଜଣ ନିଖୋଜ ଥିବାବେଳେ ସମସ୍ତଙ୍କୁ ଉଦ୍ଧାର କରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ବନ୍ୟା ବିପର୍ଯ୍ୟୟରେ 25 ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ 1200ରୁ ଅଧିକ ଘରଦ୍ବାର ନଷ୍ଟ ହୋଇଛି । ଏଥିସହ 13ଟି ବ୍ରିଜ ଭାଙ୍ଗିଥିବା ସୂଚନା ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସିକ୍କିମର ବିଭିନ୍ନ ଅଞ୍ଚଳରୁ 2,413 ଲୋକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟରେ ବନ୍ୟା ପୀଡିତଙ୍କ ପାଇଁ ରିଲିଫ କ୍ୟାମ୍ପ କରାଯାଇଛି । 22ଟି ରିଲିଫ୍ କ୍ୟାମ୍ପରେ 6,875 ଲୋକ ଆଶ୍ରୟ ନେଉଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଛନ୍ତି । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିପରି କ୍ୟାମ୍ପରେ ଆଶ୍ରୟ ନେଉଥିବା ବନ୍ୟା ପୀଡିତଙ୍କ ପାଇଁ 2,000 ଟଙ୍କା ସହାୟତା ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- Sikkim Flood: ହଜାରେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ

ପ୍ରଳୟଙ୍କାରୀ ବନ୍ୟା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । କିନ୍ତୁ କ୍ଷୟକ୍ଷତି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ଏକ କମିଟି ଗଠନ ପରେ କ୍ଷୟକ୍ଷତିର ଆକଳନ କରାଯିବ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ବନ୍ୟା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉତ୍ତର ସିକ୍କିମରେ ଯୋଗାଯୋଗ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯବାନ ଶହୀଦ: ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର, କାଲି ପହଞ୍ଚିବ ପାର୍ଥିବ ଶରୀର

ବନ୍ୟାରେ ସିଙ୍ଗତମ ଅନ୍ତର୍ଗତ ବାରଦାଙ୍ଗ ନିକଟରେ ପାର୍କିଂ ହୋଇଥିବା ସେନାର ଅନେକ ଯାନବାହନ ଓ ଲାଚେନ ଉପତ୍ୟାକାରେ ଥିବା ସେନା କ୍ୟାମ୍ପ ଭାସି ଯାଇଥିଲା । ସ୍ଥଳସେନାର ପ୍ରାୟ 23 ଜଣ ଯବାନ ବନ୍ୟାରେ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 7ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି ନିଖୋଜ ଯବାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା ମାଙ୍ଗନ, ଗ୍ୟାଙ୍ଗଟକ ଏବଂ ପାକୟଙ୍ଗ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.