ETV Bharat / bharat

ଅଭିଯୋଗ ନେଇ କାର୍ଯ୍ୟାଳୟ ଆସିଥିବା ବୃଦ୍ଧାଙ୍କୁ ଚା’-ଜଳଖିଆ ଖୁଆଇଲେ SDM, ଅଭିଯୋଗର କଲେ ତୁରନ୍ତ ସମାଧାନ

author img

By ETV Bharat Odisha Team

Published : Sep 19, 2023, 10:27 PM IST

ଭଙ୍ଗା ଘରେ ରହୁଥିଲେ ଅସହାୟ ବୃଦ୍ଧା । ଅଭିଯୋଗ ନେଇ SDM କାର୍ଯ୍ୟାଳୟରେ ହେଲେ ହାଜର । ଚା’-ଜଳଖିଆ ଖୁଆଇ ସମସ୍ୟାର ସମାଧାନ ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ SDM । ଅଧିକ ପଢନ୍ତୁ

ଅଭିଯୋଗ ନେଇ କାର୍ଯ୍ୟାଳୟ ଆସିଥିବା ବୃଦ୍ଧାଙ୍କୁ ଚା’-ଜଳଖିଆ ଖୋଇଲେ SDM, ଅଭିଯୋଗର କଲେ ସମାଧାନ

ଅଭିଯୋଗ ନେଇ କାର୍ଯ୍ୟାଳୟ ପହଞ୍ଚିଥିବା ବୃଦ୍ଧାଙ୍କୁ ଚା’-ଜଳଖିଆ ଖୋଇଲେ SDM

ଲକ୍ଷ୍ନୌ: ବିଭିନ୍ନ ଅଭିଯୋଗ ନେଇ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଭିଯୋଗକାରୀ କିମ୍ବା ପୀଡିତଙ୍କ ପ୍ରତି ଅବହେଳା ଓ ଦୁର୍ବ୍ୟବହାର ସର୍ବଦା ଖବରର ଆଗଧାଡିରେ ଥାଏ । ତେବେ ଏହାର ଏକ ବିପରୀତ ଘଟଣାକ୍ରମର ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି । ଅଭିଯୋଗ ନେଇ କାର୍ଯ୍ୟାଳୟ ଆସିଥିବା ଜଣେ ବୃଦ୍ଧାଙ୍କୁ ଚା’-ଜଳଖିଆ ପରିବେଷଣ କଲେ SDM । ତୁରନ୍ତ ଅଭିଯୋଗ ଶୁଣିବା ସହ ସମାଧାନ ମଧ୍ୟ କଲେ । ଏପରି ଜଣେ ସରକାରୀ ଅଧିକାରୀଙ୍କ ସମ୍ବେଦନଶୀଳତା ଓ କାର୍ଯ୍ୟ କରିବାର ତତ୍ପରତା ଉତ୍ତର ପ୍ରଦେଶ ସମ୍ବଲ ଜିଲ୍ଲାରୁ ସାମ୍ନାକୁ ଆସିଛି ।

ଘଟଣା ଅନୁସାରେ, ଗତକାଲି (ସୋମବାର) ଏହି ଘଟଣା ଘଟିଛି । ଜଣେ ବୃଦ୍ଧା କିଛି ଅଭିଯୋଗ ସହିତ ସ୍ଥାନୀୟ ଏସଡିଏମଙ୍କ ନିକଟରେ ପହଞ୍ଚିଥିଲେ । ସମ୍ବଲ ସଦର ଏସଡିଏମ ସୁନୀଲ କୁମାର ତ୍ରିବେଦୀ ବୃଦ୍ଧାଙ୍କ ଅଭିଯୋଗ ପ୍ରତି ସମ୍ବେଦନଶୀଳତା ଦେଖାଇଥିଲେ । ତାଙ୍କ ଅଭିଯୋଗ ସମ୍ପର୍କରେ ନିଜେ ପଚାରି ବୁଝିଥିଲେ । ମହିଳା ଜଣକ କହିଥିଲେ ଯେ ସେ ଏକୁଟିଆ ରୁହନ୍ତି, କିନ୍ତୁ ତାଙ୍କ ଘରଟି ଅତି ଦୟନୀୟ ସ୍ଥିତିରେ ରହିଛି । ଘର ମରାମତି କରିବା କିମ୍ବା ସେଥିରେ ଟିଣ ପକାଇବା ପାଇଁ ତାଙ୍କ ନିକଟରେ ଟଙ୍କା ନାହିଁ । ସେ ସରକାରୀ ସହାୟତା ଆଶା କରୁଛନ୍ତି । ତେବେ SDM ଜଣଙ୍କ ଏହି ବୃଦ୍ଧାଙ୍କ ପାଇଁ କାର୍ଯ୍ୟାଳୟରେ ଚା’ ଜଳଖିଆ ବ୍ୟବସ୍ଥା କରିବା ସହ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଏହି ଭିଡିଓ ଏବେ ଭାଇରାଲ ହେବା ପରେ ଅଧିକାରୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ :- ଗଣେଶ ପୂଜାରେ ଅଘଟଣ , ପୋଖରୀରେ ବୁଡି ୪ ନାବାଳିକା ମୃତ

ବୃଦ୍ଧାଜଣକ ଏସଡିଏମ ସୁନୀଲ କୁମାର ତ୍ରିବେଦୀଙ୍କୁ ଆର୍ଶୀବାଦ ମଧ୍ୟ କରିଥିଲେ । ସେ ଜଣେ ଏକାକୀ ରହୁଥିବା ଅସହାୟ ବୃଦ୍ଧା ହୋଇଥିବା କାରଣରୁ କୌଣସି ଆବଶ୍ୟକତା ପାଇଁ କାର୍ଯ୍ୟାଳୟ ଆସିବାକୁ ଅଧିକାରୀ ବୃଦ୍ଧାଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ । ତଙ୍କୁ ସରକାରୀ ସ୍ତରରେ ଯାହା ସହଯୋଗ କରାଯାଇ ପାରିବ, ସେ ନେଇ ସମସ୍ତ ପ୍ରୟାସ କରାଯାଉଛି । ଖୁବଶିଘ୍ର ତାଙ୍କ ସମସ୍ୟାର ସମାଧାନ ହେବା ନେଇ ମଧ୍ୟ ଅଧିକାରୀଜଣକ ପ୍ରକାଶ କରିଛନ୍ତି । ଏହି ଘଟଣା ଏବେ ସାମାଜିକ ଗଣମାଧ୍ୟମଠାରୁ ମୁଖ୍ୟସ୍ରୋତଃ ଗଣମାଧ୍ୟମରେ ଚର୍ଚ୍ଚାର ସହ ପ୍ରଶଂସା ସାଉଁଟିବାରେ ଲାଗିଛି । ଅନ୍ୟ ସରକାରୀ ଅଧିକାରୀମାନେ ଜନତାଙ୍କ ସମସ୍ୟା ପ୍ରତି ଏପରି ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.