ETV Bharat / bharat

Operation Ganga: ବୁକାରେଷ୍ଟ ଏୟାରପୋର୍ଟରେ ଭାରତୀୟଙ୍କ ସହ କଥା ହେଲେ ସିନ୍ଧିଆ - ୟୁକ୍ରେନରେ ଭାରତୀୟଙ୍କ ସହ କଥା ହେଲେ ସିନ୍ଧିଆ

ବୁକାରେଷ୍ଟ ବିମାନ ବନ୍ଦରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଆଶ୍ବାସନା ଦେଲେ ମନ୍ତ୍ରୀ । ଅଧିକ ପଢନ୍ତୁ

Operation Ganga: ବୁଚାରେଷ୍ଟ ଏୟାରପୋର୍ଟରେ ଭାରତୀୟଙ୍କ ସହ କଥା ହେଲେ ସିନ୍ଧିଆ

author img

By

Published : Mar 2, 2022, 9:04 AM IST

Updated : Mar 2, 2022, 9:17 AM IST

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବାକୁ 'ଅପରେସନ ଗଙ୍ଗା'କୁ ଜୋରଦାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ବାୟୁସେନାକୁ ସାମିଲ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ବାୟୁସେନାର ସି-୧୭ ବିମାନ ନାଗରିକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ । ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ବିମାନ ଯୋଗେ ଛାତ୍ରଛାତ୍ରୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ସାରିଥିବାବେଳେ ବିମାନ ଚଳାଚଳ ଜାରି ରହିଛି ।

Operation Ganga: ବୁକାରେଷ୍ଟ ଏୟାରପୋର୍ଟରେ ଭାରତୀୟଙ୍କ ସହ କଥା ହେଲେ ସିନ୍ଧିଆ

ଇତିମଧ୍ୟରେ ଆଜି(ବୁଧବାର) ବୁକାରେଷ୍ଟ ବିମାନ ବନ୍ଦରରେ ବିମାନକୁ ଅପେକ୍ଷା କରିଥିବା କିଛି ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ରୋମାନିଆ ରାଜଧାନୀ ବୁକାରେଷ୍ଟରୁ ସମସ୍ତେ ସୁରକ୍ଷିତ ଭାବେ ଭାରତ ଫେରିବେ । ଚିନ୍ତା କରନ୍ତୁନି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ ।

ଋଷ ୟୁକ୍ରେନରେ ସାମରିକ ଅପରେସନ ଲଞ୍ଚ କରିବା ପରେ ଫେବୃୟାରୀ ୨୪ରେ ଅପରେସନ ଗଙ୍ଗା ମିଶନ ଆରମ୍ଭ ହୋଇଥିଲା । ମିଶନ ଗଙ୍ଗା ଜରିଆରେ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଅଣାଯାଉଛି । ଏହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରୁ ଭାରତ ଫେରିଥିବାବେଳେ ଏବେ ବି ଶହ ଶହ ଭାରତୀୟ ଅପେକ୍ଷା କରିଛନ୍ତି । ଅପରେସନ ଗଙ୍ଗା ଚାଲିଥିବାବେଳେ ଏବେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବାୟୁସେନାକୁ ସାମିଲ ହେବାକୁ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି ।

ୟୁକ୍ରେନରେ ଘମାଘୋଟ ଲଢେଇ ଜାରି ରହିଛି । ଘନଘନ କ୍ଷେପଣାସ୍ତ୍ର ମାଡ ସହ ବୋମା ପକାଉଛି ଋଷ । ତେଣୁ ଯେପରି ସମସ୍ତ ଭାରତୀୟଙ୍କୁ ୟୁକ୍ରେନରୁ ଫେରାଇ ଅଣାଯାଇପାରିବ ସେନେଇ ଅପେରସନ ଆରମ୍ଭ କରିବା ସହ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବାରେ ସହାୟତା କରିବାକୁ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରନ ରିଜ୍ଜୁ ଓ ଭି. କେ ସିଂଙ୍କୁ ୟୁକ୍ରେନ ପଠାଇଛନ୍ତି ଭାରତ ସରକାର । କେନ୍ଦ୍ରମନ୍ତ୍ରୀ ଗଣ ସେଠାରେ ସ୍ଥିତି ଉପରେ ନଜର ରଖିବା ସହ ଛାତ୍ରଛାତ୍ରୀଙ୍କ ସହ ଲଗାତାର ଯୋଗଯୋଗରେ ରହିଛନ୍ତି ।

ବର୍ତ୍ତମାନ ୟୁକ୍ରେନର ଆକାଶମାର୍ଗ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ପଡୋଶୀ ଦେଶଗୁଡିକ ଜରିଆରେ ଅପରେସନ ଜାରି ରଖିଛି ଭାରତ । ପ୍ରଥମେ ଏୟାର ଇଣ୍ଡିଆ ବ୍ୟବହାର କରାଯାଇଥିବା ବେଳେ ଏବେ ସ୍ପାଇସଜେଟ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଭାରତୀୟ ବାୟୁସେନାର ପରିବହନ ବିମାନକୁ ମଧ୍ୟ ବ୍ୟବହାର କିରବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।

@ANI

Last Updated : Mar 2, 2022, 9:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.