ETV Bharat / bharat

Covid Death Report Row: ବିଜ୍ଞାନ ନୁହେଁ, ମୋଦି ମିଛ କୁହନ୍ତି କହିଲେ ରାହୁଲ

author img

By

Published : May 6, 2022, 12:42 PM IST

Updated : May 6, 2022, 1:04 PM IST

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କଲେ ରାହୁଲ । ବିଜ୍ଞାନ ନୁହେଁ, ମୋଦି ମିଛ କହୁନ୍ତି ବୋଲି କହିଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

Covid Death Report Row: ବିଜ୍ଞାନ ନୁହେଁ, ମୋଦି ମିଛ କହୁନ୍ତି କହିଲେ ରାହୁଲ

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ପକ୍ଷରୁ ଭାରତର କୋଭିଡ ମୃ୍ତ୍ୟୁ ସମ୍ପର୍କିତ ରିପୋର୍ଟ ପ୍ରକାଶ ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । WHO ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଜମା ତାଳମେଳ ନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ କହୁଛି, ଭାରତ ସରକାର ଦର୍ଶାଇଥିବା କୋରୋନା ମୃତ୍ୟୁ(୪.୭ଲକ୍ଷ) ଠାରୁ ବାସ୍ତବରେ ମୃତ୍ୟୁସଂଖ୍ୟା ୧୦ ଗୁଣା ଅଧିକ ଅର୍ଥାତ ୪୦ ଲକ୍ଷ ।

  • 47 lakh Indians died due to the Covid pandemic. NOT 4.8 lakh as claimed by the Govt.

    Science doesn't LIE. Modi does.

    Respect families who've lost loved ones. Support them with the mandated ₹4 lakh compensation. pic.twitter.com/p9y1VdVFsA

    — Rahul Gandhi (@RahulGandhi) May 6, 2022 " class="align-text-top noRightClick twitterSection" data=" ">

ସେପଟେ ହୁ ଆକଳନ ମଡେଲକୁ ତ୍ରୁଟିପୂର୍ଣ୍ଣ କହିଛି ସ୍ବାସ୍ଥ୍ୟ ବିଭାଗ । WHO ରିପୋର୍ଟ ଉପରେ ଏପରି ଭାବେ ଭାରତ ସରକାର ପ୍ରଶ୍ନ ଉଠାଇବା ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ''ବିଜ୍ଞାନ ମିଛ କୁହେ ନାହିଁ, ମୋଦି ମିଛ କୁହନ୍ତି(Science doesn't LIE. Modi does) । ରାହୁଲ ଦାବି କରିଛନ୍ତି ଯେ, ''୪୭ ଲକ୍ଷ ଭାରତୀୟ କୋରୋନାରେ ପ୍ରାଣ ହରାଇଛନ୍ତି । ସରକାରଙ୍କ ଦ୍ବାରା ଦର୍ଶାଯାଇଥିବା ୪.୮ ଲକ୍ଷ ଲୋକ ନୁହଁନ୍ତି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସରକାର ସହାୟତା ଭାବେ ୪ ଲକ୍ଷ କ୍ଷତିପୂରଣ ଦେବା ଆବଶ୍ୟକ ।''

ପ୍ରକାଶଥାଉ କି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ବିଶ୍ବରେ କୋଭିଡ ମୃତ୍ୟୁ ନେଇ ରିପୋର୍ଟ ପ୍ରକାଶ କରିଛି । ଏହାର ରିପୋର୍ଟ ଅନୁସାରେ, ସାରା ବିଶ୍ବରେ କୋଭିଡ ସଂକ୍ରମଣ ଆରମ୍ଭ ହେବାର 2 ବର୍ଷ ମଧ୍ୟରେ ମୋଟ ଦେଢ କୋଟିରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି । ସେହିପରି ଭାରତରେ ପ୍ରାୟ 47 ଲକ୍ଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସମଗ୍ର ବିଶ୍ବରେ କୋଭିଡ ମୃତ୍ୟୁ ସଂଖ୍ୟା ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି, ପ୍ରକୃତ ମୃତ୍ୟୁ ସଂଖ୍ୟା ଏହାଠାରୁ ଢେର ଗୁଣା ଅଧିକ ହେବ । ଭାରତରେ ସରକାର ଦର୍ଶାଇଥିବା ମୃତ୍ୟୁ ସଂଖ୍ୟା ଠାରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦ ଗୁଣା ଅଧିକା ହେବା ନେଇ ସଂଗଠନ ତାର ରିପୋର୍ଟରେ ଦର୍ଶାଇଛି ।

Last Updated : May 6, 2022, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.