ETV Bharat / bharat

ଏପ୍ରିଲ 30 ଯାଏଁ ୟୁପିରେ ହେବନି ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢା

author img

By

Published : Apr 12, 2021, 7:56 AM IST

ଡରାଉଛି ସଂକ୍ରମଣ । ୟୁପିରେ ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ହେବନି ପାଠପଢା । 30 ଏପ୍ରିଲ ପର୍ଯ୍ୟନ୍ତ ଲାଗିଛି କଟକଣା । ଅଧିକ ପଢନ୍ତୁ...

Schools in Uttar Pradesh to remain closed till April 30, pre-scheduled exams to continue
30 ଏପ୍ରିଲ ଯାଏଁ ୟୁପିରେ ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ହେବନି ପାଠପଢା, ଜାଣନ୍ତୁ କାହିଁକି

ଲକ୍ଷ୍ନୌ: ସାରା ଦେଶରେ କୋରୋନାର ନୂଆ ଷ୍ଟ୍ରେନ ଜାରି ରହିଛି । ଫଳରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର କରୁଛି । ଏହି ମହାମାରୀ ସମୟରେ ୟୁପିରେ କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଯୋଗୀ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । କୋରୋନା କାଳରେ ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ କ୍ଲାସ ହେବନି ବୋଲି ଘୋଷଣା କରିଛନ୍ତି । ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶାବଳୀ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ପାଇଁ ଲାଗୁ ହେବ । ଏହାସହ କୋଚିଙ୍ଗ ସେଣ୍ଟର ଗୁଡିକରେ ମଧ୍ୟ ସମାନ କଟକଣା ଲଗାଇଛନ୍ତି ।

ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ଗୁଡିକ କାର୍ଯ୍ଯସୂଚୀ ଅନୁସାରେ କରାଯିବ । ଏହାପୂର୍ବରୁ ଘୋଷଣା କରାଯାଇଥିଲା ଯେ, ସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ନଦେଇ ଚଳିତ ବର୍ଷ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ ହେବେ। କୋରୋନା ପାଇଁ ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.