ETV Bharat / bharat

ଆସନ୍ତା 15 ପର୍ଯ୍ୟନ୍ତ ମୁମ୍ବାଇରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ

author img

By

Published : Dec 30, 2020, 10:09 AM IST

କୋରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ମୁମ୍ବାଇର ସମସ୍ତ ସ୍କୁଲ ଏବଂ କଲେଜ 2021 ଜାନୁୟାରୀ 15 ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ମହାରାଷ୍ଟ୍ରର ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଗ୍ରେଟର ମୁମ୍ବାଇ (ଏମସିଜିଏମ୍) । ଅଧିକ ପଢନ୍ତୁ...

ଜାନୁୟାରୀ 15 ପର୍ଯ୍ୟନ୍ତ ବନ୍ଦ ରହିବ ମୁମ୍ବାଇର ସମସ୍ତ ସ୍କୁଲ ଓ କଲେଜ

ମୁମ୍ବାଇ:2021 ଜାନୁୟାରୀ 15 ପର୍ଯ୍ୟନ୍ତ ବନ୍ଦ ରହିବ ମୁମ୍ବାଇର ସମସ୍ତ ସ୍କୁଲ ଏବଂ କଲେଜ । ଯଦିଓ ସହରରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି, କିନ୍ତୁ ଅନ୍ୟ ଦେଶରେ କୋରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଗ୍ରେଟର ମୁମ୍ବାଇ (ଏମସିଜିଏମ୍) ସହର ସୀମାରେ ଥିବା ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । MCGM ପୂର୍ବରୁ ସ୍କୁଲ ଏବଂ କଲେଜଗୁଡ଼ିକୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ।

ସମସ୍ତ ମାଧ୍ୟମିକ ଏବଂ ପରିଚାଳନା ବିଦ୍ୟାଳୟଗୁଡ଼ିକ 1ରୁ 15 ଜାନୁୟାରୀ 2021 ପର୍ଯ୍ୟନ୍ତ ବନ୍ଦ ରହିବ । ଅନ୍ୟପଟେ ଆମେରିକୀୟ କନସୁଲେଟ୍ ସ୍କୁଲ୍ ଏବଂ ଅନ୍ୟାନ୍ୟ କନସୁଲେଟ୍ ସ୍କୁଲ୍ କୋଭିଡ ପ୍ରୋଟୋକଲକୁ ପାଳନ କରି 18 ଜାନୁୟାରୀ 2021ରୁ ଖୋଲିବ । ଏହା ସହ ମହାରାଷ୍ଟ୍ର ସରକାର କହିଛନ୍ତି ଯେ, ମୁମ୍ବାଇ ପରିଦର୍ଶନ କରୁଥିବା ପର୍ଯ୍ୟଟକମାନେ ଲାଇଭ ସୁଟିଂ ଦେଖିବାର ସୁଯୋଗ ପାଇବେ ଏବଂ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲର କଳାକାରମାନଙ୍କ ସହ ମଧ୍ୟ ଯୋଗାଯୋଗ କରି ପାରିବେ ।

ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ପର୍ଯ୍ୟଟନ ନିର୍ଦ୍ଦେଶାଳୟ ଏବଂ ଷ୍ଟାରକ୍ରାଫ୍ଟ ମନୋରଜନ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.