ପାଟନା: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିହାରର ଏକ ସ୍କୁଲର ପ୍ରିନ୍ସିପାଲ ଓ ଜଣେ ଶିକ୍ଷକ । ପ୍ରିନ୍ସିପାଲକୁ ଫାଶୀ ଦଣ୍ଡାଦେଶ ମିଳିଥିବାବେଳେ ଶିକ୍ଷକକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି ।
ସୋମବାର ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି । ପ୍ରିନ୍ସିପାଲ ଅରବିନ୍ଦ କୁମାରକୁ ଫାଶୀ ଦଣ୍ଡ ସହିତ ଏକ ଲକ୍ଷର ଜୋରିମାନା କରାଯାଇଛି । ସେହିପରି ଶିକ୍ଷକ ଅଭିଷେକ କୁମାରକୁ ଆଜୀବନ କାରାଦଣ୍ଡ ସହିତ 50 ହଜାର ଟଙ୍କାର ଜୋରିମାନା କରିଛନ୍ତି କୋର୍ଟ ।
ସୂଚନାଥାଉକି, 2018 ମସିହା ସେପ୍ଟେମ୍ବରରେ ଜଣେ 11 ବର୍ଷୀୟା ନାବାଳିକା ଗର୍ଭବତୀ ହୋଇଥିବାର ନଜରକୁ ଆସିଥିଲେ । ଏହାର ତଦନ୍ତ ପରେ ପ୍ରିନ୍ସିପାଲ ଓ ଶିକ୍ଷକଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।