ETV Bharat / bharat

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ମହାଘୋଟାଲା ପ୍ରସଙ୍ଗ, କ'ଣ ହେବ ଶିକ୍ଷକଙ୍କ ଭବିଷ୍ୟତ ? - ୩୬ ହଜାର ଶିକ୍ଷକଙ୍କ ପଦବୀ ରଦ୍ଦ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ମହାଘୋଟାଲା ପ୍ରସଙ୍ଗରେ ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରିଛି ବୋର୍ଡ । ୩୬ ହଜାର ଶିକ୍ଷକଙ୍କ ପଦବୀ ରଦ୍ଦ ଶୁଣାଣିକୁ ବୋର୍ଡ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି । ଅଧିକ ପଢନ୍ତୁ

School jobs for cash scam
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ମହାଘୋଟାଲା ପ୍ରସଙ୍ଗ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
author img

By

Published : May 18, 2023, 4:41 PM IST

କୋଲାକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ମହାଘୋଟାଲା ପ୍ରସଙ୍ଗକୁ ନେଇ ବଢୁଛି ଅଡୁଆ । ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋଲକାତା ହାଇକୋର୍ଟ । ମେ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ନିଯୁକ୍ତି ପାଇଥିବା ୩୬ ହଜାର ପ୍ରାଥମିକ ଶିକ୍ଷକଙ୍କର ଚାକିରିରେ ରଦ୍ଦ କରିବା ପାଇଁ ରାୟ ଶୁଣାଇଥିଲେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ । ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରିଥିଲା ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ । ଶୁକ୍ରବାର ଜଷ୍ଟିସ ସୁବ୍ରତ ତାଲୁକଦାର ଏବଂ ଜଷ୍ଟିସ୍‌ ସୁପ୍ରତିମ ଭଟ୍ଟାଚାର୍ଯ୍ୟଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ବୋର୍ଡ ପକ୍ଷରୁ ପିଟିସନ ଦାଖଲ ପରେ ହାଇକୋର୍ଟଙ୍କ ଏକ ଡିଭିଜନ ବେଞ୍ଚ୍‌ ଏହି ନିଷ୍ପତ୍ତି ନେଇଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୪ ମାସ ପର୍ଯ୍ୟନ୍ତ ଶିକ୍ଷକମାନେ ସ୍କୁଲ ଯାଇପାରିବେ ହେଲେ ସେମାନଙ୍କ ଦରମା ପାରା-ଶିକ୍ଷକ ଅର୍ଥାତ ସହ ଶିକ୍ଷକ ହିସାବରେ ପ୍ରାପ୍ତ ହେବ । ରାଜ୍ୟରେ ଆସନ୍ତା ୩ ମାସ ମଧ୍ୟରେ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ଏହାସହ ଯେଉଁ ଶିକ୍ଷକମାନଙ୍କ ଚାକିରି ରଦ୍ଦ କରାଯାଇଛି ସେମାନେ ମଧ୍ୟ ପୁନଃ ଆବେଦନ କରିପାରିବେ । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଆପଟିଚ୍ୟୁଡ୍‌ ଟେଷ୍ଟ ଅର୍ଥାତ ଗଣିତ ପରୀକ୍ଷା ମଧ୍ୟ କରାଯାଇନଥିଲା । ନିୟମର ଉଲଂଘନ କରାଯାଇ ସିଟ୍ ବିକ୍ରି ହୋଇ ବହୁ ସଂଖ୍ୟକ ଶିକ୍ଷକ ନିଯୁକ୍ତି ହୋଇଥିବା ଅଭିଯୋଗ ଆଣିଥିଲେ ଆବେଦନକାରୀ ।

୨୦୧୪ରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ମହାଘୋଟାଲାରେ ତତ୍କାଳୀନ ବୋର୍ଡ ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ସଂପୃକ୍ତି ଥିବା ଭଳି ଅଭିଯୋଗ ଆସିଥିଲା । ହଜାର ହଜାର ସଂଖ୍ୟାରେ ଅଣ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ସହ TET (TEACHER ELIGIBILTY TEST)ରେ ଉତ୍ତୀର୍ଣ୍ଣ ହୋଇନଥିବା ପରୀକ୍ଷାର୍ଥୀଙ୍କୁ ଭର୍ତ୍ତି କରାଯାଇଥିବା କହି ଅସନ୍ତୋଷ ବ୍ୟକ୍ତ କରିଥିଲେ ଅନେକ ଆଶାୟୀ । ତେବେ ଯେଉଁମାନଙ୍କ ଚାକିରି ରଦ୍ଦ ହୋଇଛି ନିଜର ଦକ୍ଷତା ପ୍ରତିପାଦନ କରିବାକୁ ସେମାନଙ୍କୁ ନିଶ୍ଚିତ ସୁଯୋଗ ଦିଆଯିବ ବୋଲି ମେ ୧୨ ତାରିଖରେ ଶୁଣାଣି କରିଥିଲେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ । ସେପଟେ ୩୬ ହଜାର ପ୍ରାଥମିକ ଶିକ୍ଷକଙ୍କ ଚାକିରି ରଦ୍ଦ ହେଲେ ବେକାରୀ ସମସ୍ୟା ଆହୁରି ବଢିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.