ETV Bharat / bharat

ଆଶିଷ ମିଶ୍ରାଙ୍କ ଜାମିନ ବିରୋଧି ମାମଲା, ୧୮ରେ ଆସିବ ରାୟ - ଲଖିମପୁର ହିଂସା

ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ପାଇଁ ପିଟିସନ ଦାଖଲ । ଆସନ୍ତା ୧୮ ତାରିଖରେ ଚୂଡାନ୍ତ ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଆଶିଷ ମିଶ୍ରାଙ୍କ ଜାମିନ ବିରୋଧି ମାମଲା, ଆସନ୍ତା ୧୮ରେ ଆସିବ ରାୟ

author img

By

Published : Apr 14, 2022, 7:39 AM IST

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ ମାମଲା । ଆସନ୍ତା ୧୮ ତାରିଖରେ ଆଶିଷଙ୍କ ଜାମିନ ବିରୋଧି ପିଟିସନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଦ୍ବାରା ଆଶିଷଙ୍କୁ ବେଲ୍ ମିଳିଥିବା ବେଳେ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜାମିନ ବିରୁଦ୍ଧରେ ପିଟିସନ ଦାଖଲ କରିଥିଲେ ହିଂସାକାଣ୍ଡରେ ମୃତ କୃଷକଙ୍କ ପରିବାର । ଅଭିଯୁକ୍ତ ଆଶିଷଙ୍କ ଜାମିନ ଖାରଜ କରାଯାଉ ବୋଲି କୃଷକଙ୍କ ପରିବାର ଏଥିରେ ଦାବି କରିଥିଲେ ।

ନିକଟରେ ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ବିରୋଧି ଆବେଦନରେ ରାୟ ସଂରକ୍ଷିତ ରଖିଥିଲେ । ଲଖିମପୁର ହିଂସାକାଣ୍ଡ ମାମଲାରେ ଅକ୍ଟୋବର ୯ ତାରିଖରେ ଆଶିଷ ମିଶ୍ରା ଗିରଫ ହୋଇଥିଲେ । ଗତ ଫେବୃଆରୀରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଜାମିନ ମିଳିଥିଲା । ଗତବର୍ଷ ଅକ୍ଟୋବର ୩ରେ ଲଖିମପୁର ଖେରୀରେ କୃଷକମାନେ ଆନ୍ଦୋଳନ କରୁଥିଲେ ।

ଏହି ସମୟରେ ଆନ୍ଦୋଳନକାରୀଙ୍କ ଉପରେ ଗାଡି ମଡାଇ ଦିଆଯାଇଥିଲା । ଏଥିରେ ୪ ଜଣଙ୍କ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । କୃଷକଙ୍କ ଉପରେ ମଡାଇ ଦିଆଯାଇଥିବା ଗାଡି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଚଳାଉଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ସେ ଗିରଫ ହୋଇଥିଲେ । ପରେ ଆହ୍ଲାବାଦ ହାଇକୋର୍ଟ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ମୃତ କୃଷକଙ୍କ ପରିବାର ସୁପ୍ରିମକୋର୍ଟରେ ଜାମିନ ଖାରଜ ପାଇଁ ନିବେଦନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.