ETV Bharat / bharat

ଦେଶରେ 3 କୋଟି ରାସନ କାର୍ଡ ରଦ୍ଦ ପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

author img

By

Published : Mar 17, 2021, 5:19 PM IST

3 କୋଟି ରାସନ କାର୍ଡ ରଦ୍ଦ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଶୁଣାଣି ସମୟରେ ଏହାକୁ ଅତ୍ୟନ୍ତ ଗମ୍ଭୀର ମାମଲା ବୋଲି କହି କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟକୁ କୋର୍ଟ ଉତ୍ତର ମାଗିଛନ୍ତି । ଅଧିକ ପଢନ୍ତୁ...

ଦେଶରେ 3 କୋଟି ରାସନ କାର୍ଡ ରଦ୍ଧ ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାରକାର୍ଡ ସହିତ ଯୋଡି ହୋଇ ନପାରିବାରୁ ରଦ୍ଦ 3 କୋଟି ରାସନ କାର୍ଡ ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଶୁଣାଣି ସମୟରେ ଏହାକୁ ଅତ୍ୟନ୍ତ ଗମ୍ଭୀର ମାମଲା ବୋଲି କହି କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟକୁ କୋର୍ଟ ଉତ୍ତର ମାଗିଛନ୍ତି ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ଏସି ବୋପନ୍ନା ଓ ବିଚାରପତି ଭି ରାମ ସୁବ୍ରମଣ୍ୟମଙ୍କ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ଏହାକୁ ବିରୋଧାତ୍ମକ ମାମଲା ଭାବେ ଦେଖିବା ଉଚିତ ନୁହେଁ । କାରଣ ଏହା ଅତ୍ୟନ୍ତ ଗମ୍ଭୀର ମାମଲା । ମାମଲାର ଅନ୍ତିମ ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସିଜେଆଇ କହିଛନ୍ତି, ବମ୍ବେ ହାଇକୋର୍ଟରୁ ମଧ୍ୟ ମୋ ପାଖକୁ ଏଭଳି ମାମଲା ଆସିଥିଲା । ମୋତେ ଲାଗୁଛି କି ଏହି ମାମଲା ସମ୍ବନ୍ଧିତ ହାଇକୋର୍ଟରେ ଦାଏର କରାଯିବା ଦରକାର । ଯାଚିକାକର୍ତ୍ତା ନିଜ ଦସ୍ତାବିଜରେ କେନ୍ଦ୍ର ସରକାର ପାଖାପାଖି 3 କୋଟି ରାସନ କାର୍ଡ ରଦ୍ଦ କରିଥିବା ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.