ETV Bharat / bharat

ନିର୍ବାଚନୀ ପ୍ରଚାରରେ ମାଗଣା ଘୋଷଣା ଉପରେ ଲାଗିବ ରୋକ ! କମିଟି ଗଠନ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ପରାମର୍ଶ - ନିର୍ବାଚନରେ ମୁକ୍ତ ଘୋଷଣା ପ୍ରସଙ୍ଗ

ନିର୍ବାଚନୀ ପ୍ରଚାରରେ ମାଗଣା ତଥା ଶସ୍ତା ଘୋଷଣା ନେଇ ରାଜନୈତିକ ଦଳଙ୍କ ଉପରେ ଉଦବେଗ ପ୍ରକାଶ କଲେ ସର୍ବୋଚ୍ଚ କୋର୍ଟ । ଏକ ଶୀର୍ଷ ତଦାରଖ କମିଟି ଗଠନ ପାଇଁ ମଧ୍ୟ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ନିର୍ବାଚନୀ ପ୍ରଚାରରେ ମାଗଣା ଯୋଜନା ଉପରେ ଲାଗିବ ରୋକ: କମିଟି ଗଠନ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ପରାମର୍ଶ

author img

By

Published : Aug 3, 2022, 8:01 PM IST

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟରଙ୍କ ଭୋଟ ହାତେଇବା ପାଇଁ ଏକାଧିକ ଲୋଭନୀୟ ତଥା ମାଗଣା ଘୋଷଣା କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । କେବଳ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନୁହନ୍ତି ବରଂ ଉଣା ଅଧିକ ପ୍ରାୟ ସମସ୍ତ ରାଜନୈତିକ ଦଳ ଏପରି ଫଣ୍ଡାକୁ ଆପଣାଇବାରେ ଲାଗିଲେଣି । ଯାହା ଅର୍ଥନୀତିରେ ବିପର୍ଯ୍ୟୟ ଆଣିବା ସ୍ଥିତି ସୃଷ୍ଟି କରିଛି ବୋଲି ଅନୁଭବ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ପ୍ରସଙ୍ଗରେ ଏକ ଶୀର୍ଷସ୍ତରୀୟ ତଦାରଖ କମିଟି ଗଠନ କରିବାକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ପରାମର୍ଶ ଦେଇଛନ୍ତି । ନିତି ଆୟୋଗ, କେନ୍ଦ୍ର ଅର୍ଥ ଆୟୋଗ, ଭାରତୀୟ ରିଜର୍ଭ ବ୍ୟାଙ୍କ, ନିର୍ବାଚନ କମିଶନ, ଶାସକ ଓ ବିରୋଧୀ ଦଳଙ୍କୁ ନେଇ ଏହି ଉଚ୍ଚସ୍ତରୀୟ ତଦାରଖ କମିଟି ଗଠନ ସପକ୍ଷରେ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଆଜି ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ ହିମା କୋହଲି ଓ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶରେ ଦେଖାଯାଇଥିବା ସାମ୍ପ୍ରତିକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏପରି ପରାମର୍ଶମୂଳକ ଟିପ୍ପଣୀ ଦେଇଛନ୍ତି । ଖଣ୍ଡପୀଠ କହିଥିଲେ, ଏହି ସମୟରେ ଏହି ପ୍ରସଙ୍ଗକୁୁ ନିୟନ୍ତ୍ରଣ କରିବା ପାଇଁ ଏକ ସର୍ବୋଚ୍ଚ ମନିଟରିଂ ସଂସ୍ଥାର ଆବଶ୍ୟକତା ରହିଛି ।

ତେବେ ବର୍ତ୍ତମାନ ଦେଶରେ ଏପରି ପରମ୍ପରା ଜାରି ରହିଥିବା ବିରୋଧୀମାନେ ମଧ୍ୟ ଅଭିଯୋଗ କରି ଆସିଛନ୍ତି । ସେମାନେ ମଧ୍ୟ ଏହି କମିଟିରେ ସାମିଲ ହୋଇ ଗଠନମୂଳକ ପରାମର୍ଶ ଦେଇପାରିବେ ବୋଲି କୋର୍ଟ କହିଛନ୍ତି । ଏହି ମାମଲାରେ ଗଠନ ହେବାକୁ ଥିବା ଉଚ୍ଚସ୍ତରୀୟ କମିଟି କିପରି ହେବା ଉଚିତ, ସେ ସମ୍ପର୍କରେ ଏକ ପ୍ରସ୍ତାବ ରଖିବା ପାଇଁ ଭାରତୀୟ ନିର୍ବାଚନ କମିଶନ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅନ୍ୟଜଣେ ଆବଦନକାରୀଙ୍କୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏକ ଗଠନମୂଳକ ପ୍ରସ୍ତାବ ରଖିବା ପାଇଁ ଖଣ୍ଡପୀଠ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହଟ୍ଟା ପକ୍ଷ ରଖି ମାଗଣା ଯୋଜନା ବିରୋଧରେ ହୋଇଥିବା ପିଟିସନକୁ ସମର୍ଥନ କରିଥିଲେ । ସାଧାରଣ ଜନତାଙ୍କ ଭୋଟ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଏପରି ଶସ୍ତା ଓ ଲୋଭନୀୟ ଘୋଷଣାମାନ କିରବାରେ ଲାଗିଛନ୍ତି । ଯାହା ଦେଶର ଅର୍ଥନୀତିକୁ ବ୍ୟାପକ ଭାବେ ପ୍ରଭାବିତ କରିବାକୁ ଯାଉଛି ବୋଲି ସରକାରୀ ଓକିଲ କହିଥିଲେ । ତେବେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ ସାଧରାଣ ସଭାରେ ଏହି ପ୍ରସଙ୍ଗ ଉଠାଇ ନିର୍ଦ୍ଦିଷ୍ଟ କିଛି ରାଜନୈତିକ ଦଳ ଉପରେ ପରୋକ୍ଷ ଚାର୍ଗେଟ କରିଥିଲେ । ଏହା ‘ମାଗଣା ରାବିଡି’ ପରମ୍ପରା ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.