ETV Bharat / bharat

ସୁପ୍ରିମକୋର୍ଟଙ୍କ ବଡ ରାୟ; ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଅସାମ୍ବିଧାନିକ - ମରାଠା ସମ୍ପ୍ରଦାୟ

ରାୟରେ ସୁପ୍ରିମକୋର୍ଟ କହିଛନ୍ତି ମରାଠା ସମ୍ପ୍ରଦାୟଙ୍କୁ କୋଟା ପାଇଁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଘୋଷଣା କରାଯାଇ ପାରିବ ନାହିଁ । ଏହା ମହାରାଷ୍ଟ୍ର ସରକାରଙ୍କ ଆଇନ 2018 ସମାନତା ଅଧିକାର ଉଲ୍ଲଘଂନ କରୁଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଆମେ ଆଉ ଥରେ 1992 ରାୟର ସମୀକ୍ଷା କରିବୁ ନାହିଁ ।

reservation for Maratha
reservation for Maratha
author img

By

Published : May 5, 2021, 1:21 PM IST

ନୂଆଦିଲ୍ଲୀ: ମରାଠା ସଂରକ୍ଷଣକୁ ନେଇ ଆଜି (ବୁଧବାର) ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମରାଠା ସଂରକ୍ଷଣକୁ ଅସାମ୍ବିଧାନିକ ଦର୍ଶାଇବା ସହ ମହାରାଷ୍ଟ୍ର ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି । ଅଦାଲତଙ୍କ ଏହି ରାୟ ପରେ ଏବେ କୌଣସି ବ୍ୟକ୍ତି ବିଶେଷଙ୍କୁ ମରାଠା ସଂରକ୍ଷଣ ଆଧାରରେ ନିଯୁକ୍ତି କିମ୍ବା ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ମିଳିବ ନାହିଁ ।

ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ମରାଠା ସମ୍ପ୍ରଦାୟଙ୍କୁ କୋଟା ପାଇଁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଘୋଷଣା କରାଯାଇ ପାରିବ ନାହିଁ । ଏହା ମହାରାଷ୍ଟ୍ର ସରକାରଙ୍କ ଆଇନ 2018 ସମାନତା ଅଧିକାର ଉଲ୍ଲଘଂନ କରୁଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଆମେ ଆଉ ଥରେ 1992 ରାୟର ସମୀକ୍ଷା କରିବୁ ନାହିଁ । ଯେଉଁ ରାୟରେ ସଂରକ୍ଷଣ କୋଟା 50 ପ୍ରତିଶତକୁ ସ୍ଥଗିତ ରଖାଯାଇଥିଲା ।

ଆଜି ସୁପ୍ରିମକୋର୍ଟଙ୍କ ଏକ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ମରାଠା ସଂରକ୍ଷଣ 50 ପ୍ରତିଶତ ସୀମା ଉଲ୍ଲଘଂନ କରୁଛି । ତେବେ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଏହି ରାୟ ଏହା ପୂର୍ବରୁ ହୋଇଥିବା ନିଯୁକ୍ତି ଓ ସଂରକ୍ଷଣ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

ସୁପ୍ରିମକୋର୍ଟଙ୍କ ଏହି 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ମଧ୍ୟରୁ 3 ଜଣ ଜଜ ଭିନ୍ନ ଭିନ୍ନ ରାୟ ଦେଇଥିଲେ । କିନ୍ତୁ ପୂର୍ଣ୍ଣ ଖଣ୍ଡପୀଠ ସ୍ବୀକାର କରିଥିଲେ ଯେ ମରାଠା ସମ୍ପ୍ରଦାୟକଙ୍କୁ ସଂରକ୍ଷଣ ଦିଆଯାଇ ପାରିବ ନାହିଁ । ସଂରକ୍ଷଣ କେବଳ ପଛୁଆ ବର୍ଗଙ୍କୁ ଦେବାକୁ ପ୍ରାବଧାନ ଥିବା କହିଥିଲେ କୋର୍ଟ ।

ସୂଚନାଯୋଗ୍ୟ ଏହି ଖଣ୍ଡପୀଠରେ ବିଚାରପତି ଅଶୋକ ଭୂଷଣ, ବିଚାରପତି ନାଗେଶ୍ବର ରାଓ, ବିଚାରପତି ଏସ ଅବଦ୍ଦୁଲ ନଜୀର, ବିଚାରପତି ହେମନ୍ତ ଗୁପ୍ତା ଓ ବିଚାରପତି ରବିନ୍ଦ୍ର ଭଟ୍ଟ ଥିଲେ ।

କଣ କହୁଛି ମହାରାଷ୍ଟ୍ର ସଂରକ୍ଷଣ ଗଣତି ?

ବିଭିନ୍ ସମୁଦାୟ ଓ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଲୋକଙ୍କୁ ଦିଆଯାଇଥିବା ସଂରକ୍ଷଣ ସହ ମହାରାଷ୍ଟ୍ରରେ ବର୍ତ୍ତମାନ ସଂରକ୍ଷଣ 75 ପ୍ରତିଶତ ପାର କରିଛି । 2001ରେ ରାଜ୍ୟରେ ସଂରକ୍ଷଣ ଅଧିନିୟମ ପରେ ରାଜ୍ୟରେ ମୋଟ ସଂରକ୍ଷଣ 52 ପ୍ରତିଶତ ଥିଲା । ଏହାସହ 12 ରୁ 13 ପ୍ରତିଶତ ମରାଠା ସଂରକ୍ଷଣକୁ ହିସାବ କଲେ ରାଜ୍ୟରେ 64 ରୁ 65 ପ୍ରତିଶତ ହୋଇଯାଇଥିଲା । ଏହାବାଦ 2019ରେ କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ କ୍ଷେତ୍ରରେ ଦୁର୍ବଳ (ଇଡବ୍ଲୁଏସ)ର 10 ପ୍ରତିଶତ ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.