ETV Bharat / bharat

Bulldozer Action: 3 ଦିନରେ ସତ୍ୟପାଠ ଦାଖଲ କରିବେ UP ସରକାର

author img

By

Published : Jun 16, 2022, 4:07 PM IST

ଉତ୍ତର ପ୍ରଦେଶ ବୁଲଡୋଜର ମାମଲାରେ ଶୁଣାଣି କଲେ ସର୍ବୋଚ୍ଚ କୋର୍ଟ । 3 ଦିନ ମଧ୍ୟରେ ବିସ୍ତୃତ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ । ଜାରି କଲେନି ଅନ୍ତରୀଣ ରହିତାଦେଶ । ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

ବୁଲଡୋଜର ମାମଲା: ରହିତାଦେଶ ଜାରି କଲେନି ସର୍ବୋଚ୍ଚ କୋର୍ଟ, 3 ଦିନରେ ସତ୍ୟପାଠ ଦାଖଲ କରିବ ଉତ୍ତର ପ୍ରଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଦେଖାଇଥିବା ସାମ୍ପ୍ରଦାୟିକ ହିଂସା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଦଙ୍ଗାକାରୀଙ୍କ ସମ୍ପତ୍ତି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଦଙ୍ଗାକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଘର ଉପରେ ବୁଲଡୋଜର ଚଢାଉଛନ୍ତି ଯୋଗୀ ସରକାର । ଏନେଇ ଦାଏର ମାମଲାର ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ଆଜି ଶୁଣାଣି ସମୟରେ କୋର୍ଟ ମାମଲା ନେଇ 3 ଦିନ ମଧ୍ୟରେ ବିସ୍ତୃତ ତଥ୍ୟ ରଖିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ପ୍ରଶାସନ ଏପରି ନିଷ୍ପତ୍ତି ଗ୍ରହଣ କରିଛି । ଭଙ୍ଗା ଯାଉଥିବା ସମ୍ପତ୍ତି ସରକାରୀ ଜବରଦଖଲ ଜମିରେ ଅଛି କି ନାହିଁ । ଉପଯୁକ୍ତ ସମୟ ଆଧାରିତ ନୋଟିସ ଜାରି କରାଯାଇଛି କି ନାହିଁ, ଏ ସମ୍ପର୍କିତ ସମସ୍ତ ବିସ୍ତୃତ ତଥ୍ୟ ସତ୍ୟପାଠ ଆଧାରରେ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିବେ ଉତ୍ତର ପ୍ରଦେଶ ସରକାର । ତଥ୍ୟ ହସ୍ତଗତ ହେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବାକୁ ତାରିଖ ସ୍ଥିର ହୋଇଛି ।

ଆଜି ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ହରିଷ ସାଲଭେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ । ସରକାରୀ ପକ୍ଷ କୋର୍ଟଙ୍କୁ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ଆବେଦନକାରୀ ପକ୍ଷ ଦ୍ବାରା ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଯୋଗୀ ସରକାରଙ୍କ ଏହି ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ଅବୈଧ ଘୋଷଣା କରିବା ସହ ଉଚ୍ଛେଦ ପ୍ରକ୍ରିୟାରେ ତୁରନ୍ତ ରହିତାଦେଶ ଲଗାଇବା ପାଇଁ ଆବେଦନରେ ଦର୍ଶାଯାଇଥିଲା । ସର୍ବୋଚ୍ଚ କୋର୍ଟ କିନ୍ତୁ ସରକାରଙ୍କ ଠାରୁ ସତ୍ଯପାଠ ଆଧାରରେ ତଥ୍ୟ ମାଗିଥିଲେ ସୁଦ୍ଧା, ପ୍ରକ୍ରିୟାରେ ଅନ୍ତରୀଣ ରହିତାଦେଶ ଲଗାଇବା ପାଇଁ ମନା କରିଦେଇଛନ୍ତି । ପରବର୍ତ୍ତୀ ଶୁଣାଣିରେ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.