ETV Bharat / bharat

ସବୁ ଧର୍ମରେ ତଲାକ ଭତ୍ତା ପାଇଁ ସମାନ ଆଇନ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

author img

By

Published : Dec 16, 2020, 3:32 PM IST

ସବୁ ଧର୍ମରେ ତଲାକ ଓ ଏହା ପରେ ମହିଳାଙ୍କ ଭରଣପୋଷଣ ସମ୍ବନ୍ଧରେ ଦାଖଲ ଜନହିତ ଯାଚିକା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏ ପ୍ରସଙ୍ଗରେ କେନ୍ଦ୍ରକୁ ଜବାବ ମାଗିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ସବୁ ଧର୍ମରେ ତଲାକ ଭତ୍ତା ପାଇଁ ସମାନ ଆଇନ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ସବୁ ଧର୍ମରେ ତଲାକ ଭତ୍ତା ପାଇଁ ସମାନ ଆଇନ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସବୁ ଧର୍ମରେ ତଲାକ ଓ ଏହା ପରେ ମହିଳାଙ୍କ ଭରଣପୋଷଣ ସମ୍ବନ୍ଧରେ ଦାଖଲ ଜନହିତ ଯାଚିକା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ସବୁ ଧର୍ମରେ କଣ ପାଇଁ ସମାନ ଆଇନ ନହେବା ଦରକାର ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ବର୍ତ୍ତମାନ ବିଭିନ୍ନ ଧର୍ମ ପାଇଁ ଭିନ୍ନଭିନ୍ନ ଆଇନ ରହିଛି, ଯାହାକି ନିର୍ଦ୍ଧିଷ୍ଟ ଧର୍ମର ରୀତି ଓ ପରମ୍ପରା ଉପରେ ଆଧାରିତ ।

ବିଜେପି ନେତା ତଥା ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏହି ଯାଚିକା ଦାଖଲ କରିଛନ୍ତି । ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ସମୟରେ ମିଳିବାକୁ ଥିବା ଭତ୍ତା ଉପରେ ସମାନ ଆଇନ ଗଠନ ହେଉ ବୋଲି ଏହି ଯାଚିକାରେ ଦାବି କରାଯାଇଛି । ତଲାକ ନେବା ପାଇଁ କଣ ବ୍ୟବସ୍ଥା ହେବା ଦରକାର ଏଥି ପାଇଁ ସମଧ୍ୟ ସମାନ ଆଇନ ଗଠନର ଆବଶ୍ୟକ ଥିବା ଯାଚିକାରେ ଦର୍ଶାଯାଇଛି ।

ଯାଚିକାରେ କୁହାଯାଇଛି ଯେ ଅନେକ ଥର ପର୍ସନାଲ ଲ' ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି । ଏଥିପାଇଁ ସୁପ୍ରିମକୋର୍ଟ ଗୋଟିଏ ସମାନ ଆଇନ ଗଠନ କରନ୍ତୁ । ଏହା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ କହିଛନ୍ତି, ସମାନ ଆଇନର ମାନେ କଣ? କଣ ହିନ୍ଦୁଙ୍କ ଆଇନକୁ ଗୁରୁତ୍ବ ଦିଆଯିବ ନା ମୁସଲମାନଙ୍କ ? କାହାର ଆଇନକୁ ଆମେ ଆମେ ସମସ୍ତଙ୍କ ପାଇଁ ସମାନ କରିବାକୁ ପଚାରିଛନ୍ତି ସୁପ୍ରିମକୋର୍ଟ । ଏହା ବଡ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି କୋର୍ଟ ।

ଏହା ଉପରେ ଆବେଦନକାରୀଙ୍କ ଆଇନଜୀବୀ ମିନାକ୍ଷୀ ଆରୋରା କହିଛନ୍ତି, ପର୍ସନାଲ ଲ'ରେ କିଛି ଆଇନ ମହିଳାଙ୍କ ବିରୋଧୀ । ଏଠାରେ କେବଳ କୋର୍ଟ ଆଇନକୁ ଠିକ କରିପାରେ, ଯେପରି ପୂର୍ବରୁ ତିନ୍‌ ତଲାକ ଆଇନରେ କରାଯାଇଥିଲା । ଏହି ଯାଚିକା ୟୁନିଫର୍ମ ସିଭିଲ କୋର୍ଡକୁ ଦୃଷ୍ଟିରେ ରଖାଯାଇ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.