ETV Bharat / bharat

ସିସୋଦିଆଙ୍କୁ ଝଟକା: ବିଶ୍ବଶର୍ମାଙ୍କ ମାନହାନୀ ମକଦ୍ଦମାକୁ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

author img

By

Published : Dec 12, 2022, 6:51 PM IST

ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ ମାନହାନୀ ମକଦ୍ଦମାକୁ (Assam CM Sarma defamation case against sisodia) ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ । ପୂର୍ବରୁ ସିସୋଦିଆଙ୍କ ଆବେଦନକୁ ଖାରଜ କରିଥିଲା ଗୌହାଟୀ ହାଇକୋର୍ଟ । ଅଧିକ ପଢନ୍ତୁ

ସିସୋଦିଆଙ୍କୁ ଝଟକା: ବିଶ୍ବଶର୍ମାଙ୍କ ମାନହାନୀ ମକଦ୍ଦମାକୁ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ
ସିସୋଦିଆଙ୍କୁ ଝଟକା: ବିଶ୍ବଶର୍ମାଙ୍କ ମାନହାନୀ ମକଦ୍ଦମାକୁ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

ହାଇଦ୍ରାବାଦ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସର୍ବୋଚ୍ଚ କୋର୍ଟରୁ ନିରାଶ ହେବାକୁ ପଡିଛି (SC rejects manish sisodia case)। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଦ୍ବାରା ତାଙ୍କ ବିରୋଧରେ ଦାଏର ହୋଇଥିବା ମାନହାନୀ ମକଦ୍ଦମାକୁ ରଦ୍ଦ କରିବାକୁ ସର୍ବୋଚ୍ଚ କୋର୍ଟ ମନା କରିଦେଇଛନ୍ତି । ଏହି ବର୍ଷ ଜୁଲାଇରେ ସିସୋଦିଆଙ୍କ ବିରୋଧରେ ଅପରାଧ ମାନହାନୀ ମକଦ୍ଦମା (criminal defamation suit) ଦାଏର କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା (Assam CM Sarma defamation case against sisodia)।

କୋଭିଡ ସାମଗ୍ରୀ କିଣା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନିଜେ ସମ୍ପୃକ୍ତ ଥିବା ନେଇ ସିସୋଦିଆ ମନ୍ତବ୍ୟ ଦେଇଥିଲେ । ଏହା ପରେ କୋର୍ଟରେ ପହଞ୍ଚିଥିଲେ ବିଶ୍ବଶର୍ମା । ତେବେ ଏହି ମାମଲାକୁ ରଦ୍ଦ କରିବା ପାଇଁ ପ୍ରଥମେ ଗୌହାଟୀ ହାଇକୋର୍ଟ ଓ ପରେ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ ସିସୋଦିଆ । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି ଏବେ ଜାରି ରହିବ ।

କୋଭିଡ ସମୟରେ ଆବଶ୍ୟକ ସାମଗ୍ରୀ କିଣିବା ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ନିଜର କ୍ଷମତାର ଅପବ୍ୟବହାର କରି ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ ସିସୋଦିଆ । ନିଜ କ୍ଷମତା ବଳରେ ସେ ପିପିଇ କିଟ କିଣା ଟେଣ୍ଡରକୁ ଅଧିକ ମୂଲ୍ୟରେ ନିଜ ପତ୍ନୀଙ୍କ ଦ୍ବାରା ପରିଚାଳିତ ସଂସ୍ଥାକୁ ଦେଇଥିବା ସିସୋଦିଆ କହିଥିଲେ । ଏହା ପରେ ଏପରି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ ବିଶ୍ବଶର୍ମା । କୋର୍ଟରେ ସିସୋଦିଆଙ୍କ ଏକ ଅପରାଧିକ ମାନହାନୀ ମୋକଦ୍ଦମା ମଧ୍ୟ ଦାଏର କରିଥିଲେ ।

ଏହି ମାମଲାରେ ଆସାମର ସ୍ଥାନୀୟ କୋର୍ଟରୁ ସିସୋଦିଆଙ୍କୁ ସମନ କରାଯାଇଥିଲା । ଯାହାକୁ ନେଇ ସେ ଗୌହାଟୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ହେଲେ ସେଥିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଗୌହାଟୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେବା ସହ ବିଶ୍ବଶର୍ମାଙ୍କ ଦ୍ବାରା ଦାଏର ହୋଇଥିବା ମାମଲାକୁ ବଳବତ୍ତର ରଖିଥିଲେ । ଏହା ପରେ ସିସୋଦିଆ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ହେଲେ ଆଜି ତାଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.