ETV Bharat / bharat

ମହାରାଷ୍ଟ୍ର ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ ସୁପ୍ରିମକୋର୍ଟ - ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ ସୁପ୍ରିମକୋର୍ଟ

12 ବିଜେପି ବିଧାୟକଙ୍କୁ ଏକ ବର୍ଷ ଧରି କରାଯାଇଥିବା ନିଲମ୍ବନ ମାମଲାରେ ଆଜି(ଶୁକ୍ରବାର) ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ର ବିଧାନସଭାର ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିବା ସହିତ ଏହା ସମୂର୍ଣ୍ଣ ଅସାମ୍ବିଧାନିକ ଓ ଇଚ୍ଛାଧୀନ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

ମହାରାଷ୍ଟ୍ର ବିଧାନସଭାର ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ

author img

By

Published : Jan 28, 2022, 12:32 PM IST

ନୂଆଦିଲ୍ଲୀ: 12 ବିଜେପି ବିଧାୟକଙ୍କୁ ଏକ ବର୍ଷ ଧରି କରାଯାଇଥିବା ନିଲମ୍ବନ ମାମଲାରେ ଆଜି(ଶୁକ୍ରବାର) ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ର ବିଧାନସଭାର ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିବା ସହିତ ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଇଚ୍ଛାଧୀନ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଧାନସଭା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସମ୍ପୃକ୍ତ ୧୨ ବିଧାୟକଙ୍କୁ ଏକ ବର୍ଷ ପାଇଁ ନିଲମ୍ବନ କରାଯାଇଥିଲା ।

  • Hon. Supreme Court has quashed the 'UNCONSTITUTIONAL & arbitrary' suspension of BJP MLAs from Maharashtra assembly.

    The MVA govt's blatant disregard for the constitution & democratic principles is not new.

    — RajyavardhanRathore (@Ra_THORe) January 28, 2022 " class="align-text-top noRightClick twitterSection" data=" ">

୨୦୨୧ ଜୁଲାଇ ୫ରୁ ସମ୍ପୃକ୍ତ ବିଧାୟକଙ୍କୁ ଶୀତଅଧିବେଶନ ଚାଲିଥିବା ସମୟରେ ବିଧାନସଭାରୁ ନିଲମ୍ବିତ କରାଯାଇଥିଲା । ବିଧାନସଭା ଅଧିକାରୀ ଭାସ୍କର ଯାଦବଙ୍କୁ ବାଚସ୍ପତି ଚାମ୍ବରରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ବିଧାୟକମାନଙ୍କୁ ନିଲମ୍ବନ କରିବା ପ୍ରସ୍ତାବ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନିଲ ପରବଙ୍କ ଦ୍ବାରା ଅନୁମୋଦିତ ହୋଇଥିବାବେଳେ ଭଏସ ଭୋଟରେ ପାରିତ ହୋଇଥିଲା । ଏହାପରେ ବିଧାନସଭାର ଏ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୨୨ ୨୦୨୧ରେ ମାମଲାର ଶୁଣାଣି ପାଇଁ ଆବେଦନ କରିଥିଲେ ନିଲମ୍ବିତ ବିଧାୟକ ।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ନିଲମ୍ବିତ ବିଧାୟକମାନେ ନ୍ୟାୟ ପାଇଛନ୍ତି ବୋଲି କହିବା ସହ ଶୁଭେଚ୍ଛା ଜଣାଇଛନ୍ତି ରାଜବଭେନ୍ଦ୍ରନ ରାଠୋର । ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏହି ନିଷ୍ପତ୍ତି ଗଣତନ୍ତ୍ରର ମୂଲ୍ୟବୋଧକୁ ବଞ୍ଚାଇପାରିଛି । ଏହି ରାୟ ମହାରାଷ୍ଟ୍ର ସରକାରଙ୍କୁ ଏକ ଶକ୍ତ ଚାପୁଡା ସମାନ ବୋଲି କହିଛନ୍ତି ରାଜବଭେନ୍ଦ୍ରନ ରାଠୋର ।

ନିଲମ୍ବିତ ୧୨ ବିଧାୟକ ହେଲେ ସଞ୍ଜୟ କୁଟେ, ଅଶିଷ ସେଲାର, ଅଭିମନ୍ୟୁ ପାୱାର, ଗିରିଶ ମହାଜନ, ନାରାୟଣ କୁଚେ, ରାମ ସଟପୁଟେ, ହରିଶ ପିମ୍ପଲେ, ଯଗୋଶ ସାଗର, ଜୟକୁମାର ରାୱତ, ଅତୁଲ ଭଟଖାଲକର, ବଣ୍ଟି ଭଙ୍ଗଡିଆ ଓ ପରାଗ ଅଲବାନୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.