ETV Bharat / bharat

IITରେ ନାମଲେଖି ପାରିଲେନି ଦଳିତ ଛାତ୍ର, ସିଟ୍ ରଖିବାକୁ ନିର୍ଦ୍ଦେଶ ଦେଲେ SC

author img

By

Published : Nov 23, 2021, 4:19 PM IST

ନାମଲେଖାର ଅବଧି ସରିବା ପରେ ମଧ୍ୟ ଦଳିତ ଛାତ୍ରଙ୍କ ପାଇଁ ସିଟ୍ ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

IIT ରେ ନାମଲେଖାଇ ପାରିଲେନି ଦଳିତ ଛାତ୍ର, ସିଟ୍ ରଖିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାମଲେଖାର ଅବଧି ସରିବା ପରେ ମଧ୍ୟ ଦଳିତ ଛାତ୍ରଙ୍କ ପାଇଁ ସିଟ୍ ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ (Supreme Court) । ଅର୍ଥ ସମସ୍ୟା କାରଣରୁ IIT ରେ ନାମଲେଖାରେ ବିଳମ୍ବ ଘଟିବାରୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଛାତ୍ର । ତାଙ୍କ ଆବେଦନ ଶୁଣି ସୁପ୍ରିମକୋର୍ଟ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଛାତ୍ରଙ୍କ ଆସନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମିଳିତ ଆସନ ବଣ୍ଟନ ପ୍ରାଧିକରଣ (JOSSA)କୁ ବମ୍ବେର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ରେ ଏହି ଛାତ୍ରଙ୍କ ପାଇଁ ସିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି । IIT ବମ୍ବେ ସିଟ୍ ନଥିବା ଦର୍ଶାଇ ଥିଲେ ମଧ୍ୟ ଧାରା ୧୪୨ ଆଧାରରେ ସୁପ୍ରିମକୋର୍ଟ ଆସନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି ଏହି ଦଳିତ ଛାତ୍ରଙ୍କୁ IIT ବମ୍ବେରେ ଦେୟ ପ୍ରଦାନ ନ କରିବା କାରଣରୁ ନାମଲେଖା ପାଇଁ ବାରଣ କରାଯାଏ ତେବେ ଏହା ନ୍ୟାୟିକ ବ୍ୟବସ୍ଥାର ଏକ ଦୁଃଖଦ ଘଟଣା ହେବ । ତେଣୁ ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ଧାରା 142 ଆଧାରରେ ଏହି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଏହା ବୈଷୟିକ ତ୍ରୁଟି ନ ହୋଇ ଛାତ୍ରଙ୍କ ବ୍ୟକ୍ତିଗତ ସମସ୍ୟା ହୋଇଥାନ୍ତା ତେବେ ଏପରି ନିର୍ଦ୍ଦେଶ ଦେଇନଥାନ୍ତୁ ।

ଛାତ୍ର ଜଣକ କରିଥିବା ଆବେଦନ ଅନୁଯାୟୀ, ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିସାରି ଥିଲେ ତାଙ୍କ ପାଖରେ ଟଙ୍କା ନଥିଲା । ସେ ତାଙ୍କ ଭଉଣୀଙ୍କ ଠାରୁ ଟଙ୍କା ଆଣୁଥିଲେ । ବୈଷୟିକ ତ୍ରୁଟି କାରଣରୁ ତାଙ୍କ ପାଖରେ ଠିକ୍ ସମୟରେ ଅର୍ଥ ପହଞ୍ଚିପାରି ନ ଥିଲା । 10-12 ଥର ଚେଷ୍ଟା ପରେ ମଧ୍ୟ ଅନଲାଇନରେ ପୈଠ ହୋଇପାରି ନଥିଲା । ଏହାପରେ ସେ ସାଇବର କ୍ୟାଫରେ ମଧ୍ୟ ଚେଷ୍ଟା କରିଥିଲେ । ସେଠାରେ ମଧ୍ୟ ହୋଇନଥିଲା । ଏପରିକି ମେଲ୍ କିମ୍ବା କଲରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲେ ।

ପରେ ସେ ସିଧାସଳଖ ଆଇଆଇଟି ଖଡଗପୁର (Indian Institute of Technology Kharagpur) କୁ ଦେୟ ପ୍ରଦାନ ପାଇଁ ଯାଇଥିଲେ । କିନ୍ତୁ ସେଠାରେ ହୋଇପାରିବ ନାହିଁ ବୋଲି ମନାକରି ଦେଇଥିଲେ । ଏହାପରେ ସୋମବାର ସେ ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ । ବମ୍ବେ ହାଇକୋର୍ଟ ମନାକରିଦେବା ପରେ ଛାତ୍ର ଜଣକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଏକ ବେଞ୍ଚ ମାମଲାର ଶୁଣାଣି କରି ଛାତ୍ରଙ୍କ ନାମଲେଖା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.