ETV Bharat / bharat

ମହମ୍ମଦ ଜୁବୈରଙ୍କୁ ମିଲିଲା ଅନ୍ତରୀଣ ଜାମିନ - ମହମ୍ମଦ ଜୁବୈରଙ୍କୁ ବେଲ

ଜାମିନ ପାଇଲେ ଗିରଫ ସାମ୍ବାଦିକ ମହମ୍ମଦ ଜୁବୈର । ଉତ୍ତର ପ୍ରଦେଶରେ ଜୁବୈରଙ୍କ ବିରୋଧରେ ପଞ୍ଜୀକୃତ ସମସ୍ତ 6 ମାମଲାରେ ସର୍ବୋଚ୍ଚ କୋର୍ଟ ଦେଲେ ଅନ୍ତରୀଣ ଜାମିନ । ଅଧିକ ପଢନ୍ତୁ

ମହମ୍ମଦ ଜୁବୈରଙ୍କୁ ମିଲିଲା ଅନ୍ତରୀଣ ଜାମିନ
ମହମ୍ମଦ ଜୁବୈରଙ୍କୁ ମିଲିଲା ଅନ୍ତରୀଣ ଜାମିନ
author img

By

Published : Jul 20, 2022, 3:11 PM IST

ନୂଆଦିଲ୍ଲୀ: ଗିରଫ ସାମ୍ବାଦିକ ମହମ୍ମଦ ଜୁବୈରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ତାଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ପଞ୍ଜୀକୃତ ହୋଇଥିବା ସମସ୍ତ 6 ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି କୋର୍ଟ । ପୂର୍ବରୁ ମଧ୍ୟ ତାଙ୍କୁ ଜୁଲାଇ 20 ତାରିଖ ଯାଏ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

  • Supreme Court grants interim bail to fact-checking website Alt News co-founder Mohammad Zubair in all the six FIRs registered against him in Uttar Pradesh. pic.twitter.com/lsKXLKvLEz

    — ANI (@ANI) July 20, 2022 " class="align-text-top noRightClick twitterSection" data=" ">

ମହମ୍ମଦ ଜୁବୈର ଉତ୍ତର ପ୍ରଦେଶ ପୋଲିସ ଦ୍ବାରା ଗିରଫ କରାଯାଇଥିଲା । ତେବେ ଏକାଧିକ ଥାନାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏତଲା ରଦ୍ଦ ଏବଂ SIT ଗଠନକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୁବୈର । ତାଙ୍କୁ ଏହି ସବୁ ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଆବେଦନରେ ଦର୍ଶାଇଥିଲେ ଜୁବୈର । ତେବେ ମାମଲାର ଶୁଣାଣି 20 ତାରିଖ (ବୁଧବାର)କୁ ସ୍ଥିର କରିଥିଲେ ସୁପ୍ରିମକୋର୍ଟ । ତେବେ ଆଜି ଶୁଣାଣିରେ ଜୁବୈରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.