ETV Bharat / bharat

Rajiv Gandhi Assassination Case: ଦୋଷୀକୁ ସୁପ୍ରିମକୋର୍ଟରୁ ଜାମିନ - ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତକୁ ଜାମିନ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଜାମିନ । ୩୦ବର୍ଷ ଧରି ଜେଲରେ ଥିବାବେଳେ ଆଚରଣରରେ ସୁଧାର ଆସିଥିବା ଖଣ୍ଡପୀଠଙ୍କ ମତ । ଅଧିକ ପଢନ୍ତୁ

Rajiv Gandhi Assassination Case
Rajiv Gandhi Assassination Case
author img

By

Published : Mar 9, 2022, 5:08 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ.ଜି ପେରିଭାଲାନଙ୍କୁ ସୁପ୍ରିମକୋର୍ଟ ଆଜି (ବୁଧବାର) ଜାମିନ ପ୍ରଦାନ କରିଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ନେଇ ପ୍ରମାଣିତ ହେବା ପରେ ପେରିଭାଲାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେ 32 ବର୍ଷ ଜେଲରେ ଥିଲେ ଏବଂ ସେ ବର୍ତ୍ତମାନ ପାରୋଲରେ ଅଛନ୍ତି ।

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍ ବି.ଆର.ଏସସିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ଦୋଷୀ 30 ବର୍ଷରୁ ଅଧିକ ସମୟ ଜେଲରେ ରହିଛନ୍ତି । ଜଣେ କଏଦୀ ଭାବେ ଜେଲ ଭିତରେ ଏବଂ ପାରୋଲରେ ବାହାରକୁ ଆସିଥିବା ସମୟରେ ତାଙ୍କ ଆଚରଣ ସନ୍ତୋଷଜନକ ଥିଲା । ତେବେ ସେ ଅସୁସ୍ଥ ଥିବା ମଧ୍ୟ ଜାମିନ ଆବେଦନରେ ଦର୍ଶାଇଥିଲେ । ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ତାଙ୍କୁ ପ୍ରଦାନ କରାଯାଇଥିବା ଜାମିନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର ।

ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ ଆଚରଣ, ଅସୁସ୍ଥତା ସମ୍ବନ୍ଧରେ ଆବେଦନକାରୀଙ୍କ ଦ୍ବାରା ଅନେକ ଦସ୍ତାବିଜ ଦାଖଲ କରାଯାଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ପ୍ରଦାନ କରାଯିବାର ଯଥାର୍ଥତା ଅନୁଭବ ହେଉଥିବା ଖଣ୍ଡପୀଠ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.