ETV Bharat / bharat

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ପେଗାସସ ବିବାଦର ତଦନ୍ତ କରିବେ ସ୍ବତନ୍ତ୍ର କମିଟି

author img

By

Published : Oct 27, 2021, 4:59 PM IST

ପେଗାସସ୍ ଗୁପ୍ତଚର ମାମଲାର ତଦନ୍ତ ପାଇଁ କମିଟି ଗଠନ କଲେ ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ 3 ଜଣିଆ କମିଟି ଗଠନ ପାଇଁ ଦେଲେ ନିର୍ଦ୍ଦେଶ । ସରକାରଙ୍କ ଷ୍ଟାଟସରେ ସନ୍ତୋଷ ନୁହନ୍ତି କୋର୍ଟ । ଅଧିକ ପଢନ୍ତୁ...

ପେଗାସହ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ କେନ୍ଦ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରି ନଥିବାବେଳେ ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଆଜି (ବୁଧବାର) ୩ ଜଣିଆ କମିଟି ଗଠନ କରି ଏହି ଘଟଣାର ତ୍ବରିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି କମିଟି ଗଠନ କରିଥିବା ସୂଚନା ରହିଛି ।

ସୁପ୍ରିମକୋର୍ଟ କମିଟି ପାଇଁ ପ୍ରଖ୍ୟାତ ବିଶେଷଜ୍ଞଙ୍କୁ ଚୟନ କରିଛନ୍ତି । ଏହି କମିଟି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର.ଭି ରାଭେନ୍ଦ୍ରନଙ୍କ ନେତୃତ୍ବରେ ଗଠିତ ହେବାକୁ ଥିବାବେଳେ ଆଲୋକ ଯୋଶୀ ଏବଂ ସନ୍ଦୀପ ଓବରାଏ ମଧ୍ୟ ଏହାର ସଦସ୍ୟ ରହିବେ । ଏହି ଅଭିଯୋଗକୁ ନେଇ ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବା ସହ ଦେଶବ୍ୟାପୀ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣାରେ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନଥିବାବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଆସୁଛନ୍ତି ବିରୋଧୀ । ତେବେ ଘଟଣାକୁ ଗୁରୁତର ସହ ନେଇ ଗୋପନୀୟତା ଉଲ୍ଲଙ୍ଘନ ଅଭିଯୋଗର ଯାଞ୍ଚ କରାଯିବା ଆବଶ୍ୟକ ବୋଲି ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି ।

ଖଣ୍ଡପୀଠ କହିଛନ୍ତି ବର୍ତ୍ତମାନ ଆମେ ସୂଚନା ଯୁଗରେ ପହଞ୍ଚିସାରିଛୁ । ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ବ୍ୟକ୍ତିର ଗୋପନୀୟନତା ମଧ୍ୟ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ । ଏହି ଗୋପନୀୟତା କେବଳ ସାମ୍ବାଦିକଙ୍କ କ୍ଷେତ୍ରରେ ନୁହେଁ ବରଂ ଦେଶର ପ୍ରତିଟି ସାଧାରଣ ନାଗରିକଙ୍କ କ୍ଷେତ୍ରରେ ଗୁରୁତ୍ବ ବହନ କରେ । ତେଣୁ ଏପରି ଅଭିଯୋଗର ଗମ୍ଭୀରତାର ସହ ତଦନ୍ତ ନିହାତି ଆବଶ୍ୟକ ।

ଦେଶର କିଛି ରାଜନେତା ତଥା ସାମ୍ବାଦିକଙ୍କ ଉପରେ ଗୁପ୍ତଚର କରିବା ପାଇଁ ଇସ୍ରାଏଲ୍ ସଫ୍ଟୱେର୍ କମ୍ପାନୀ ପେଗାସସକୁ କେନ୍ଦ୍ର ବ୍ୟବହାର କରିଥିବା ଅଭିଯୋଗ କରି ପିଟିସନ ଦାୟର ହୋଇଥିଲା । କେନ୍ଦ୍ର ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କାରାଯାଇଥିଲେ ସୁଦ୍ଧା ସରକାରଙ୍କ ପ୍ରାଥମିକ ରିପୋର୍ଟରେ ସନ୍ତୋଷ ପ୍ରକାଶ କରିନଥିଲେ କୋର୍ଟ । ପରେ କେନ୍ଦ୍ର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ସର୍ବୋଚ୍ଚ କୋର୍ଟଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲା । ତେବେ ଆଜି ସର୍ବୋଚ୍ଚ କୋର୍ଟ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରି ଏହି ବହୁଚର୍ଚ୍ଚିତ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.