ETV Bharat / bharat

ସୁପ୍ରିମକୋର୍ଟରେ ବମ୍ବେ ହାଇକୋର୍ଟ ନାମ ପରିବର୍ତ୍ତନ ଆବେଦନ ଖାରଜ

author img

By

Published : Nov 4, 2022, 12:12 PM IST

ବମ୍ବେ ହାଇକୋର୍ଟର ନାମ ପରିବର୍ତ୍ତନ ପାଇଁ ଦାଖଲ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟରେ ବମ୍ବେ ହାଇକୋର୍ଟ ନାମ ପରିବର୍ତ୍ତନ ଆବେଦନ ଖାରଜ
ସୁପ୍ରିମକୋର୍ଟରେ ବମ୍ବେ ହାଇକୋର୍ଟ ନାମ ପରିବର୍ତ୍ତନ ଆବେଦନ ଖାରଜ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ନାମ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ଖାରଜ ହୋଇଯାଇଛି । ସୁପ୍ରିମକୋର୍ଟ ବିଚାରପତି ଅନିରୁଦ୍ଧ ବୋଷ ଏବଂ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ନାମ ପରିବର୍ତ୍ତନ ସଂକ୍ରାନ୍ତୀୟ ଆବେଦନକୁ ଖାରଜ କରିଦେଇଛନ୍ତି । ତେବେ ବମ୍ବେ ହାଇକୋର୍ଟର ନାମ ବଦଳାଇ ଏହାକୁ ମହାରାଷ୍ଟ୍ର ହାଇକୋର୍ଟ( Maharashtra High Court) କରିବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରାଯାଇଥିଲା ।

ସୂଚନା ମୁତାବକ, ଭି ପି ପାଟିଲ ନାମକ ଜଣେ ପୂର୍ବତନ ବିଚାରପତି(former judge V P Patil) ଏହି ଆବଦେନ କରିଥିଲେ । ସୁପ୍ରିମକୋର୍ଟ ତାଙ୍କ ଆବଦେନକୁ ଖାରଜ କରି କହିଛନ୍ତି, ହାଇକୋର୍ଟ ନାମ ପରିବର୍ତ୍ତନ ନିଷ୍ପତ୍ତି ସଂସଦରେ ନିଆଯିବ । ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବ ନାହିଁ । ତେବେ କେଉଁ ମୌଳିକ ଅଧିକାର ବଳରେ ଆପଣ ଏହି ଆବଦେନ କରିଛନ୍ତି ବୋଲି ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆକ୍ସନ ମୋଡରେ ED, ଝାଡଖଣ୍ଡ ଓ ବେଙ୍ଗାଲୁରୁ ଏକାଧିକ ସ୍ଥାନରେ ରେଡ୍‌

ଉଲ୍ଲେଖଯୋଗ୍ୟ, ଆବେଦନକାରୀ ଭି ପି ପାଟିଲ ବିଚାରପତି ଭାବେ ୨୬ ବର୍ଷ କାଳ କାର୍ଯ୍ୟ କରିଛନ୍ତି । ପ୍ରତ୍ୟେକ ରାଜ୍ୟର ହାଇକୋର୍ଟର ନାମ ସେହି ରାଜ୍ୟ ନାମରେ ନାମିତ କରାଯିବା ଆବଶ୍ୟକ ବୋଲି ପାଟିଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.