ETV Bharat / bharat

ଦିଲ୍ଲୀ DERC ଅଧ୍ୟକ୍ଷ ନିଯୁକ୍ତି ମାମଲା: ସୁପ୍ରିମକୋର୍ଟ କହିଲେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନିଜେ ସମାଧାନ କରନ୍ତୁ

ଦିଲ୍ଲୀ DERC ଅଧ୍ୟକ୍ଷ ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ଭିନ୍ନ ରାୟ । ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠନ୍ତୁ, ନିଜେ ବସି ସମାଧାନ କରନ୍ତୁ କହିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ଦିଲ୍ଲୀ DERC ଅଧ୍ୟକ୍ଷ ମାମଲା, ନିଜେ ବସି ସମାଧାନ କରନ୍ତୁ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କହିଲେ ସର୍ବୋଚ୍ଚ କୋର୍ଟ

author img

By

Published : Jul 17, 2023, 5:03 PM IST

ନୂଆଦିଲ୍ଲୀ: ଜଷ୍ଟିସ ଉମେଶ କୁମାରଙ୍କୁ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ (DERC)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ନେଇ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଦିଲ୍ଲୀ ସରକାର । ଆଜି ଏହାର ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ । ସର୍ବୋଚ୍ଚ କୋର୍ଟ ଏହି ମାମଲାରେ କୌଣସି ନିର୍ଦ୍ଦିଷ୍ଟ ରାୟ ଦେବା ପରିବର୍ତ୍ତେ ଉଭୟ ଉପରାଜ୍ୟପାଳ ବିନୟ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଗଡ଼ା ବନ୍ଦ କରିବା ସହ ରାଜନୈତିକ ମତଭେଦରୁ ଊର୍ଦ୍ଧ୍ବକୁ ଉଠି ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି । କୋର୍ଟ ରହିଛନ୍ତି, ଉଭୟ ପକ୍ଷ ରାଜନୈତିକ ମତଭେଦକୁ ଉପରକୁ ଉଠି ନିଜ ମଧ୍ୟରେ ଆଲୋଚନା କରନ୍ତୁ । ଏହି ଆୟୋଗର ଅଧ୍ୟକ୍ଷ ପଦ ପାଇଁ ସହମତି ଆଧାରରେ କୌଣସି ନାମ ଚୂଡ଼ାନ୍ତ କରନ୍ତୁ ।

ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏ.ଏସ ନରସିହ୍ମା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ହୋଇଛି । କୋର୍ଟ କୌଣସି ନିର୍ଦ୍ଦିଷ୍ଟ ରାୟ ପ୍ରଦାନ କରିବା ପରିବର୍ତ୍ତେ କହିଥିଲେ, ଆମେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ ବରଂ ଆପଣ ହିଁ ଏହାର ସମାଧାନ କରନ୍ତୁ ବୋଲି ଚାହୁଁଛୁ । ଦୁଇ ସାମ୍ବିଧାନିକ ପଦାଧିକାରୀ ଏକାଠି ବସି ଆଲୋଚନା ମାଧ୍ୟମରେ ସର୍ବସମ୍ମତି ଆଧାରରେ ନିଷ୍ପତ୍ତିରେ ପହଞ୍ଚିବେ ବୋଲି କୋର୍ଟ ଆଶାବାଦୀ । ଉଭୟ ପକ୍ଷ 3ଟି ନାମ ପ୍ରସ୍ତାବ ରଖନ୍ତୁ । ସେହି ଚୂଡ଼ାନ୍ତ ନାମ ଉପରେ ଆଲୋଚନା କରି ଆୟୋଗର ଅଧ୍ୟକ୍ଷଙ୍କ ନାମ ସ୍ଥିର କରନ୍ତୁ । ଆସନ୍ତା ଗୁରୁବାର ଏହି ମାମଲାର ଶୁଣାଣି ହେବ ।

ଏହା ମଧ୍ଯ ପଢନ୍ତୁ :-Bengaluru Opposition Meet: କଂଗ୍ରେସର ସମର୍ଥନ ପରେ ଯୋଗ ଦେବା ନେଇ AAPର ଘୋଷଣା

ସେହିପରି ଦିଲ୍ଲୀ ପ୍ରଶାସନିକ ନିୟନ୍ତ୍ରଣ ଅଧ୍ୟାଦେଶ ମାମଲାରେ ସର୍ବୋଚ୍ଚ କୋର୍ଟ ମଧ୍ୟ ଆଜି ଶୁଣାଣି କରିଥିଲେ । ଆଜି 3ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ସୁଦ୍ଧା ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ଗୁରୁବାର ଏହି ମାମଲାର ଶୁଣାଣି ମଧ୍ୟ ହେବ । ପୂର୍ବରୁ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ତଥ୍ୟ ରଖିବା ପାଇଁ ନୋଟିସ ଜାରି କରି ସାରିଛନ୍ତି । ତେବେ ଆସନ୍ତା ଶୁଣାଣିରେ ଏହି ମାମଲା ସାମ୍ବିଧାନିକ ଖଣ୍ଡପୀଠକୁ ଯିବ କି ନାହିଁ ତାହା ସ୍ପଷ୍ଟ ହେବ । ଅନ୍ୟପଟେ 20 ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦ ମୌସୁମୀ ଅଧିବେଶନରେ ଏହି ଅଧ୍ଯାଦେଶ ବିଲ୍‌ ଗୃହରେ ଆଗତ କରିବେ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.